fbpx

(Video)KKR vs RCB: ଡିଆଁ ମାରି ଗୋଟିଏ ହାତରେ ଧରିଲେ କ୍ୟାଚ୍‌; ଉଡ଼ିଗଲା ସମସ୍ତଙ୍କ ହୋଶ୍‌, ଖୁସିରେ ନାଚିଲେ ବିରାଟ

କୋଲକାତା: ଆଜି କୋଲକାତା ସ୍ଥିତ ଇଡେନ୍ ଗାର୍ଡେନ୍ସରେ ରୋୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ(RCB) ଏବଂ କୋଲକାତା ନାଇଟ୍ ରାଇଡର୍ସ(KKR) ମଧ୍ୟରେ ୩୬ ତମ ମ୍ୟାଚ୍ ଖେଳାଯାଉଛି । ଏହି ମ୍ୟାଚ୍ RCB ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ କାରଣ ଏହି ଦଳ ଚଳିତ ଆଇପିଏଲ ସିଜିନରେ ୭ଟି ମ୍ୟାଚରୁ ମାତ୍ର ଗୋଟିଏରେ ବିଜୟ ହାସଲ କରିଥିବା ବେଳେ ୬ଟି ମ୍ୟାଚରେ ପରାଜିତ ହୋଇଛି । ଦଳ ପଏଣ୍ଟ ଟେବୁଲର ସର୍ବନିମ୍ନ ସ୍ଥାନରେ ରହିଛି । ଦୁର୍ବଳ ବୋଲିଂ ଦଳ ପାଇଁ ଚିନ୍ତାର ବିଷୟ ପାଲଟିଛି । ପ୍ରଥମ ଚରଣରେ ଦଳ ମାତ୍ର ଗୋଟିଏ ବିଜୟ ହାସଲ କରିଥିବାରୁ ଦ୍ୱିତୀୟ ଚରଣରେ ପ୍ରତିଟି ମ୍ୟାଚ୍ ଦଳ ପାଇଁ ନକଆଉଟ୍ ସଦୃଶ ହୋଇଛି । ତେଣୁ ଦ୍ୱିତୀୟ ଚରଣରେ ଦଳର ଭାଗ୍ୟ ପରିବର୍ତ୍ତନ ହେବା ନେଇ ଆଶା କରାଯାଉଛି ।

ବର୍ତ୍ତମାନRCB କୋଲକାତାର ଇଡେନ୍ ଗାର୍ଡ଼େନ୍ସରେ KKR ବିପକ୍ଷରେ ‘କର ବା ମର’ ପରିସ୍ଥିତିର ସାମ୍ନା କରୁଛି । ତେବେ ଏହି ମ୍ୟାଚରେ KKR ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଅଙ୍ଗକ୍ରିଶ ରଘୁବଂଶୀ RCB ଦଳର ଘାତକ ବୋଲର ୟଶ ଦୟାଲଙ୍କ ବୋଲିଂରେ କ୍ୟାଚ୍ ଆଉଟ୍ ହୋଇଥିଲେ । ଆଉ ଏହି କ୍ୟାଚକୁ ଧରିବାରେ ସଫଳ ହୋଇଥିଲେ କ୍ୟାମେରନ୍ ଗ୍ରୀନ୍ । ଏହି କ୍ୟାଚ୍ ଅସମ୍ଭବ ମନେ ହେଉଥିବା ସତ୍ତ୍ୱେ କ୍ୟାମେରନ୍ ଡିଆଁ ମାରି ଗୋଟିଏ ହାତରେ ଏହି କ୍ୟାଚ୍ ଧରିବାରେ ସଫଳ ହୋଇଥିଲେ । ପୁରା ମଇଦାନ ଦର୍ଶକଙ୍କ କର ତାଳିରେ ଗୁଞ୍ଜରିତ ହୋଇଉଠିଥିଲା । ଏହି କ୍ୟାଚ୍ ପରେ ବିରାଟ କୋହଲି ଖୁସିରେ କ୍ୟାମେରୁନଙ୍କୁ ଧରି ନାଚୁଥିବାର ନଜର ଆସିଥିଲେ । ବର୍ତ୍ତମାନ ଏହି ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି ।

Get real time updates directly on you device, subscribe now.