fbpx
BJD
BJD SKY
BJD SKY

ନିର୍ବାଚନ ବ୍ୟସ୍ତତା ମଧ୍ୟରେ ଘଟିଲା ବଡ଼ ଅଘଟଣ: ବିଜେପି ପାର୍ଟି ଅଫିସରେ ଅଗ୍ନିକାଣ୍ଡ, ଘଟଣାସ୍ଥଳରେ ଦମକଳ ବାହିନୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ଏପ୍ରିଲ ୧୯ରୁ ଦେଶରେ ୭ଟି ପର୍ଯ୍ୟାୟରେ ମତଦାନ ଆରମ୍ଭ ହୋଇଥିବା ବେଳେ ରାଜନୈତିକ ଦଳମାନେ ପର୍ଯ୍ୟାୟକ୍ରମେ ସେମାନଙ୍କର ପ୍ରାର୍ଥୀ ତାଲିକା ଜାରି କରୁଛନ୍ତି । ଆବଶ୍ୟକ ସ୍ଥଳେ ଅନେକ ସ୍ଥାନରେ ପ୍ରାର୍ଥୀଙ୍କୁ ପରିବର୍ତ୍ତନ କରାଯାଉଛି । ଏପରି ସ୍ଥିତିରେ କିଛି ନେତା ଦଳ ପରିବର୍ତ୍ତନ କରୁଥିବା ଖବର ସାମ୍ନାକୁ ଆସୁଛି ।

ତେବେ ଏହା ମଧ୍ୟରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି । ଦକ୍ଷିଣ ମୁମ୍ବାଇ ସ୍ଥିତ ବିଜେପି ପାର୍ଟି ଅଫିସରେ ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣ ଘଟିବା ପରେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀମାନେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏହି ଅଗ୍ନିକାଣ୍ଡରେ କାହାର କିଛି କ୍ଷତି ହୋଇନଥିବା ଜଣାପଡ଼ିଛି । ଦକ୍ଷିଣ ମୁମ୍ବାଇର ନରିମାନ ପଏଣ୍ଟ ସ୍ଥିତ ଭାଜପା କାର୍ଯ୍ୟାଳୟରେ ଏହି ଅଗ୍ନିକାଣ୍ଡ ଘଟିଥିଲା । ଅପରାହ୍ଣ ପାଖାପାଖି ୪.୩୫ ସମୟରେ ଏହି ଅଘଟଣ ଘଟିଥିଲା ।

Get real time updates directly on you device, subscribe now.