fbpx

Sachin Jersey Number: ସଚିନଙ୍କ ଜର୍ସି ନମ୍ବରର କାହାଣୀ: ବେଜାନ ଦାରୁୱାଲା ସହ ରହିଛି ଲିଟିଲ ମାଷ୍ଟରଙ୍କ ଖାସ ସମ୍ପର୍କ

ନୂଆଦିଲ୍ଲୀ: କ୍ରିକେଟ ଜଗତର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ ନେଇ ଆଉ ଏକ ରୋଚକ ତଥ୍ୟ ଏବେ ସାମନାକୁ ଆସିଛି । ଅନେକ କ୍ରୀଡାପ୍ରେମୀ ଏହାକୁ ଜାଣି ନଥାଇପାରନ୍ତି । ଏହି କାହାଣୀ ହେଉଛି ସଚିନଙ୍କ ଜର୍ସି ଏବଂ ପଛରେ ଲେଖାଥିବା ଜର୍ସି ନମ୍ବରର । କେବେ ଆଉ କିପରି ପାଇଥିଲେ ଏହି ନମ୍ବର? ତେବେ ସବୁଠୁ ମଜାଦାର ପ୍ରଶ୍ନ ହେଉଛି ସଚିନ କ୍ୟାରିୟରରେ କେତେ ଥର ବଦଳାଇଛନ୍ତି ନିଜ ଜର୍ସିର ନମ୍ବର?ଅନେକ ପ୍ରଶଂସକ ହୁଏତ ଜାଣି ନଥିବେ ଏହାର ଉତ୍ତର । ତେବେ ଆସନ୍ତୁ ଜାଣିବା ନମ୍ବର ୧୦ ପଛର ଏହି କାହାଣୀ ।

Sachin Tendulkar's No 10 jersey will no longer be available for  international games: Report

୧୫ ନଭେମ୍ବର ୧୯୮୯ରେ ଅନ୍ତର୍ଜାତୀୟ କ୍ରିକେଟରେ ପାଦ ଥାପିଥିଲେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଏହାପରେ ଗୋଟିଏ ପରେ ଗୋଟିଏ ବିଶ୍ୱ ରେକର୍ଡ ତାଙ୍କ ହାତ ପାପୁଲିରେ ରହିଥିଲା । ସେ ସମୟରେ ଜର୍ସି ପଛରେ କୌଣସି ନମ୍ବର ଲେଖିବାର ପ୍ରଥା ନଥିଲା । କିନ୍ତୁ ୧୯୯୯ ବିଶ୍ୱକପ ପରେ ଯେବେ ଏହି ପ୍ରଥା ଆରମ୍ଭ ହୋଇଥିଲା । ତେବେ ଭାରତ ପାଇଁ ୨୪ ବର୍ଷର କ୍ରିକେଟ କ୍ୟାରିୟର ଭିତରେ ସେ ମୋଟ ୩ ଥର ନିଜର ଜର୍ସି ନମ୍ବର ପରିବର୍ତ୍ତନ କରିଛନ୍ତି । ପ୍ରଥା ଆରମ୍ଭରୁ ହିଁ ସଚିନ ୧୦ ନମ୍ବରର ଜର୍ସି ପିନ୍ଧିଥିବାର ଦେଖିବାକୁ ମିଳିଥିଲା । କିନ୍ତୁ ପରେ ଟେନିସ ଏଲବୋ ଆଘାତରୁ ସୁସ୍ଥ ହୋଇ ଫେରିବା ପରେ ତେନ୍ଦୁଲକର ୩୩ ନମ୍ବରର ଜର୍ସି ପିନ୍ଧିଥିଲେ । ପ୍ରସିଦ୍ଧ ଜ୍ୟୋତିର୍ବିଦ ବେଜାନ ଦାରୁୱାଲାଙ୍କ ପରାମର୍ଶରେ ତେନ୍ଦୁଲକର ଏହି ନମ୍ବରକୁ ବାଛିଥିଲେ । ତେବେ ଏହି ନମ୍ବର ଜର୍ସି ପିନ୍ଧିବା ପରଠୁ ସେ ବଡ ସ୍କୋର କରି ପାରୁ ନଥିଲେ । ତେଣୁ ପୁଣିଥରେ ନିଜ ପୁରୁଣା ଜର୍ସି ନମ୍ବର ୧୦କୁ ପରିବର୍ତ୍ତନ କରିଥିଲେ ମାଷ୍ଟର ବ୍ଲାଷ୍ଟର । ଏହାପରେ କିଛଇ ଦିନ ପାଇଁ ସଚିନଙ୍କୁ ୯୯ ନମ୍ବରର ଜର୍ସିରେ ମଧ୍ୟ ଦେଖାଯାଇଥିଲା । କିଛି ଦିନ ପରେ ସେ ପୁଣି ଥରେ ୧୦ ନମ୍ବରର ଜର୍ସି ପିନ୍ଧିଥିଲେ । ତେବେ ଏହି ଜର୍ସି ସହ ଶେଷ ପର୍ଯ୍ୟନ୍ତ ଖେଳିଥିଲେ ସଚିନ ତେନ୍ଦୁଲକର ।

Sachin Tendulkar will 'retire' again from Indian cricket team - This is why  | Cricket - Hindustan Times

ମାଷ୍ଟର ବ୍ଲାଷ୍ଟରଙ୍କ ସନ୍ନ୍ୟାସ ପରେ ଏହି ୧୦ ନମ୍ବର ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ ଷ୍ଟାର ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁର । ତେବେ ଏହାକୁ ନେଇ ଦର୍ଶକଙ୍କ ମଧ୍ୟରେ ହାଇଡ୍ରାମା ଦେଖିବାକୁ ମିଳିଥିଲା । ସୋସିଆଲ ମିଡିଆରେ ମଧ୍ୟ ଏହି ଘଟଣାକୁ ନେଇ ଲୋକମାନଙ୍କ ବିରୋଧ ଦେଖିବାକୁ ମିଳିଥିଲା । ଶେଷରେ ବିସିସିଆଇ ଏହି ନମ୍ବରର ଜର୍ସିକୁ ଅନ୍ତର୍ଜାତୀୟ ମ୍ୟାଚରୁ ରିଟାୟାର କରିଛନ୍ତି । ସେହିପରି ଆଇପିଏଲର ଫ୍ରାଞ୍ଚାଇଜି ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟ ସଚିନଙ୍କୁ ଏହି ସମ୍ମାନ ଦେଇଛି । ସଚିନଙ୍କ ଅବସର ପରେ ୧୦ ନମ୍ବର ଜର୍ସିକୁ ମଧ୍ୟ ରିଟାୟାର କରିଛି ମୁମ୍ବାଇ ଇଣ୍ଡିଆନ୍ସ ।

Sachin Tendulkar jersey: BCCI to retire Sachin Tendulkar 10 number India  blue jersey? | Cricket News - Times of India

Get real time updates directly on you device, subscribe now.