fbpx
BJD SKY
BJD SKY

୫୦ହଜାର ଦରମା ପାଉଥିବା ଲୋକଙ୍କୁ କେତେ ଦେବାକୁ ପଡ଼ିବ ଇନକମ ଟ୍ୟାକ୍ସ?

BJD

ନିଜ ରୋଜଗାର ଟଙ୍କାରୁ ଇନକମ ଟ୍ୟାକ୍ସ ସମସ୍ତଙ୍କୁ ଭରିବାକୁ ପଡିଥାଏ । ଏହା ହେଉଛି ପ୍ରତ୍ୟେକ ନାଗରିକଙ୍କ କର୍ତ୍ତବ୍ୟ । ନାଗରିକ ଦେଉଥିବା ଟାକ୍ସ ଟଙ୍କାରେ ସରକାର ବିଦ୍ୟାଳୟ, ସଡ଼କ ଏବଂ ବିଭିନ୍ନ ପ୍ରକାର ସୁବିଧା ନାଗରିକ ମାନଙ୍କ ପାଇଁ ଉପଲବ୍ଧ କରିଥାନ୍ତି । ଏହାସହ ସରକାର ନାଗରିକ ମାନଙ୍କୁ କାନୁନ ଉପାୟରେ ଟ୍ୟାକ୍ସ ବଂଚାଇବାକୁ ଅଧିକାର ଦିଅନ୍ତି । କାନୁନ ଉପାୟରେ କର ସେଭିଙ୍ଗ ତାରିଖକୁ ଆପଣେଇ ୫୦ ହଜାର ଟଙ୍କା ମାସିକ ଦରମାକୁ ଟ୍ୟାକ୍ସ ଫ୍ରି କରାଯାଇ ପାରିବ । ସରକାର ଇନକମ ଟ୍ୟାକ୍ସ ପାଇଁ ୨ଟି ପଦ୍ଧତି ରଖିଛନ୍ତି ।
୨୦୨୦-୨୧ ବର୍ଷ ବଜେଟରେ ନିର୍ମଳା ସିତାରମଣ ଟ୍ୟାକ୍ସ ସିଷ୍ଟମର ବ୍ୟବସ୍ଥା କରିଥିଲେ । ପୁରୁଣା କର ଗଠନରେ ବହୁ ପ୍ରକାରର ହ୍ରାସ ପଦ୍ଧତି ରହିଛି । ତେବେ ନୂଆ ଗଠନରେ ବହୁ କିଛିକୁ ପ୍ରାଧାନ୍ୟ ଦିଆଯାଇ ନାହିଁ ।

ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି ଆପଣଙ୍କ ମାସିକ ଦରମା ୫୦ ହଜାର ଅଟେ ଏବଂ ଏହା ଛଡା ଅନ୍ୟ କୌଣସି ଇନକମ ନାହିଁ ତେବେ ଆପଣଙ୍କ ବର୍ଷିକ ରୋଜଗାର ୬ଲକ୍ଷ ଟଙ୍କା । ଏହି ପରିସ୍ଥିତିରେ ଯଦି ଆପଣ ପୂରୁଣା ପଦ୍ଧତିକୁ ଚୟନ କରୁଛନ୍ତି ତେବେ ଇନକମ ଟ୍ୟାକ୍ସ ସେକ୍ସନ ୮୦ସି ଆକ୍ଟରେ ୧.୫ଲକ୍ଷ ଟଙ୍କାର ଡିଡକ୍ସନର ଲାଭ ମିଳୁଛି । ଏହାଛଡା ଦରମା କ୍ଲାସକୁ ୫୦ ହଜାର ଟଙ୍କା ଷ୍ଟାଣ୍ଡାର୍ଡ ଡିଡକ୍ସନର ଲାଭ ମିଳୁଛି ।

ଏକ୍ସପର୍ଟଙ୍କ ଅନୁସାରେ ଯଦି ଆପଣ ନୂତନ ଗଠନକୁ ଆପଣାଉଛନ୍ତି ତେବେ ଘାଟାରେ ପଡିପାରନ୍ତି । ଏହି ଟ୍ୟାକ୍ସ ଗଠନରେ ୨.୫୦ଲକ୍ଷ ଟଙ୍କାର ବାର୍ଷିକ ରୋଜଗାରରେ ଟ୍ୟାକ୍ସ ଫ୍ରି ଅଛି । ଏହାଛଡା ୨.୫ଲକ୍ଷ ଟଙ୍କାର ୫ ପ୍ରତିଶତ ହିସାବରେ ଟ୍ୟାକ୍ସ ଲାଗୁଛି । ଯାହା ୧୨ ହଜାର ଟଙ୍କା ବଢାଉଛି । ସେହି ୬ଲକ୍ଷ ଟଙ୍କାର ବାର୍ଷିକ ଦରମାରେ ୨୩,୪୦୦ ଟଙ୍କା ଦେବାକୁ ପଡିବ ।

ଯଦି ଆମଦାନୀ ୫ଲକ୍ଷ ଟଙ୍କାରୁ ୧ଲକ୍ଷ ଟଙ୍କା ଅଧିକ ହେଉଛି ତେବେ ୧୦ ପ୍ରତିଶତ ବ୍ରାକେଟରେ ଆସୁଛି । ସେଥିପାଇଁ ଏହା ଉପରେ ୧୦ ହଜାର ଟଙ୍କା ଟ୍ୟାକ୍ସ ବଢୁଛି । ଏହାଛଡା ସମୁଦାୟ ଟ୍ୟାକ୍ସ ୪ ପ୍ରତିଶତ ବଢୁଛି । ଯଦି ୧୨,୫୦୦ ଟଙ୍କା ଟ୍ୟାକ୍ସ ଦେବାକୁ ପଡେ ତେବେ ଶେଷ ୯୦୦ ଟଙ୍କା ହେଇଯାଉଛି ।

ସମ୍ପୂର୍ଣ୍ଣ ତଥ୍ୟ ଅନୁସାରେ, ଯଦି ପୁରୁଣା ଗଠନରେ ଯାଉଛନ୍ତି ତେବେ ୫ଲକ୍ଷ ଟଙ୍କାର ଦେବାକୁ ପଡିବ ନାହିଁ । ଅନ୍ୟପଟେ ଆୟକର ନିୟମ ଅନୁସାରେ, ୫ଲକ୍ଷ ଟଙ୍କା ରୋଜଗାରରେ ୧୨,୫୦୦ ଟଙ୍କା କର ହେଉଛି । ଆୟକର ସେକ୍ସନ ୮୭ ଏ ଅନୁସାରେ ୧୨,୫୦୦ ଟଙ୍କାରୁ ମିଳୁଥିବା ରିବେଟରେ ଆପଣଙ୍କୁ କୌଣସି ଟ୍ୟାକ୍ସ ଦେବାକୁ ପଡିବ ନାହିଁ ।

Get real time updates directly on you device, subscribe now.