fbpx

Defenceରେ କେତେ ଖର୍ଚ୍ଚ କରୁଛି ଭାରତ? ଚୀନ ରହିଛି ଖୁବ ଆଗରେ… ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍ସ

ଓଡ଼ିଶା ଭାସ୍କର: ବର୍ତ୍ତମାନ ବିଶ୍ୱର ବିଭିନ୍ନ ରାଷ୍ଟ୍ର ନିଜ ସୈନ୍ୟବଳକୁ ଅଧିକ ଶକ୍ତିଶାଳୀ କରିବାକୁ ପ୍ରୟାସ କରୁଛି । ପ୍ରାୟ ସମସ୍ତ ଦେଶ ଡିଫେନ୍ସ ଉପରେ ହେଉଥିବା ଖର୍ଚ୍ଚର ପରିମାଣକୁ ବୃଦ୍ଧି କରିବାରେ ଲାଗିଛି । ତେବେ ବର୍ତ୍ତମାନର ରିପୋର୍ଟ ଅନୁସାରେ, ୨୦୨୩ ସୁଦ୍ଧା ଏହି ଖର୍ଚ୍ଚ ୨୪୪୩ ବିଲିୟନ ଡଲାରରେ ପହଞ୍ଚି ସାରିଲାଣି । ତେବେ ନିଜ ସେନାବାହିନୀରେ ବିନିଯୋଗ କରିବା ତାଲିାକରେ ଭାରତ ବର୍ତ୍ତମାନ ବିଶ୍ୱର ଚତୁର୍ଥ ଦେଶ ହୋଇଥିବା ଏହି ରେକର୍ଡରେ ପ୍ରକାଶ ପାଇଛି । ଭାରତ ଅପେକ୍ଷା ଆମେରିକା, ଚୀନ ଏବଂ ଋଷ ଅଧିକ ଟଙ୍କା ନିଜ ସେନାକୁ ଶକ୍ତିଶାଳୀ କରିବା ପାଇଁ ଖର୍ଚ୍ଚ କରୁଛନ୍ତି ।

ରିପୋର୍ଟ ଅନୁସାରେ, ବିଶ୍ୱରେ ଡିଫେନ୍ସ କ୍ଷେତ୍ରରେ ହେଉଥିବା ମୋଟ ଖର୍ଚ୍ଚ ୨୦୨୩ ମସିହାରେ ପ୍ରାୟତଃ ୬.୮ ପ୍ରତିଶତ ବୃଦ୍ଧି ପାଇଛି । ତେବେ ପ୍ରତିରକ୍ଷା କ୍ଷେତ୍ରରେ ସର୍ବାଧିକ ଖର୍ଚ୍ଚ କରିବା ତାଲିକାରେ ଶୀର୍ଷରେ ରହିଛି ଆମେରିକା । ଆମେରିକା ଏଥିପାଇଁ ୯୧୬ ବିଲିୟନ୍ ଡଲାର ଖର୍ଚ୍ଚ କରୁଥିବା ବେଳେ ଦ୍ୱିତୀୟରେ ଚୀନ ୨୯୬ ବିଲିୟନ୍ ଡଲାର ଏବଂ ଋଷ ୧୦୯ ବିଲିୟନ୍ ଡଲାର ଅର୍ଥ ବିନିଯୋଗ ଖର୍ଚ୍ଚ କରୁଛି । ତେବେ ଭାରତ ନିଜ ପ୍ରତିରକ୍ଷା କ୍ଷେତ୍ରରେ ୮୪ ବିଲିୟନ୍ ଡଲାର ଖର୍ଚ୍ଚ ସହିତ ଏହି ତାଲିକାରେ ଚତୁର୍ଥ ସ୍ଥାନ ଅଧିକାର କରିଛି । ତେବେ ୨୦୦୯ପରେ ପ୍ରଥମ ଥର ପାଇଁ ବିଶ୍ୱର ୫ଟି ଭୌଗୋଳିକ କ୍ଷେତ୍ର(ଆମେରିକା, ୟୁରୋପ, ମିଡିଲ ଇଷ୍ଟ, ଆଫ୍ରିକା ଏବଂ ଏସିଆ)ରେ ପ୍ରତିରକ୍ଷା ବେିଭାଗ ପାଇଁ ଖର୍ଚ୍ଚ ବୃଦ୍ଧି ପାଇଛି ।

ତେବେ ଏହି ରେକର୍ଡ କହୁଛି ଯେ, ଭାରତ ଅପେକ୍ଷା ପଡ଼ୋଶୀ ରାଷ୍ଟ୍ର ଚୀନ ୪ ଗୁଣ ଅଧିକ ଅର୍ଥ ଖର୍ଚ୍ଚ କରୁଛି । ଭାରତ ଅପେକ୍ଷା ଚୀନ ଏବେ ଯୁଦ୍ଧ ବିମାନ, ଜାହାଜ ଏବଂ ହେଲିକପ୍ଟର ସହ ମଡର୍ଣ୍ଣ ଇନଫାଣ୍ଟ୍ରି ୱିପନ୍, ଆଣ୍ଟି ଟ୍ୟାଙ୍କ ଗାଇଡେଡ୍ ମିସାଇଲ ଇତ୍ୟାଦିରେ ଶକ୍ତି ବୃଦ୍ଧି କରୁଛି । ଏହାବ୍ୟତୀତ ପରମାଣୁ, ସ୍ପେସ ଏବଂ ସାଇବର ସେକ୍ଟରରେ ମଧ୍ୟ ଚୀନ ଶକ୍ତିଶାଳୀ ହେବା ଦିଗରେ ଆଗକୁ ବଢୁଛି ।

ଆମେରିକା, ଚୀନ, ଋଷ ଏବଂ ଭାରତ ପରେ ସାଉଦି ଆରବ (୭୬ ବିଲିୟନ ଡଲାର), ବ୍ରିଟେନ (୭୫ ବିଲିୟନ ଡ଼ଲାର), ଜର୍ମାନୀ (୬୭ ବିଲିୟନ ଡ଼ଲାର), ୟୁକ୍ରେନ (୬୫ ବିଲିୟନ ଡ଼ଲାର), ଫ୍ରାନ୍ସ (୬୧ ବିଲିୟନ ଡ଼ଲାର) ଏବଂ ଜାପାନ (୫୦ ବିଲିୟନ ଡ଼ଲାର) । ଏହି ତାଲିକାରେ ପାକିସ୍ତାନ ୩୦ ନମ୍ବରରେ ରହିଛି। ପ୍ରତିରକ୍ଷା ପାଇଁ ପାକିସ୍ତାନ ୮.୫ ବିଲିୟନ ଡଲାର ଖର୍ଚ୍ଚ କରିଛି ।

Get real time updates directly on you device, subscribe now.