fbpx

ହନୁମାନ ଜୟନ୍ତିରେ କରନ୍ତୁନି ଏପରି ଭୁଲ, ନଚେତ ଭୟଙ୍କର ଭାବେ ରାଗିଯିବେ ବଜରଙ୍ଗବାଲୀ

ଓଡ଼ିଶା ଭାସ୍କର: ବଜରଙ୍ଗବାଲୀଙ୍କୁ ଭଗବାନ ଶିବଙ୍କର ୧୧ତମ ରୁଦ୍ରାବତାର ବୋଲି କୁହାଯାଏ । ଭଗବାନ ଶ୍ରୀ ରାମଙ୍କ ପରମ ଭକ୍ତ ହନୁମାନଙ୍କ ଜନ୍ମ ଚୈତ୍ର ପୂର୍ଣ୍ଣିମା ଦିନ ହୋଇଥିଲା । ଏଥିପାଇଁ ଆଜିର ଦିନକୁ ହନୁମାନଙ୍କ ଜନ୍ମଦିବସ ବୋଲି ବିଶ୍ୱାସ କରାଯାଏ । ହନୁମାନଙ୍କ ଶକ୍ତି ଏବଂ ଜ୍ଞାନର ପ୍ରତୀକ ବୋଲି କୁହାଯାଏ । କୁହାଯାଏ ଯେ, ହମୁମାନଙ୍କ ଉପାସନା କରିଲେ ସମସ୍ତ କଷ୍ଟ ଦୂର ହୋଇଯାଏ ।

ହନୁମାନଙ୍କ ସ୍ତୁତି ପଢିଲେ ଜୀବନରେ ସଫଳତା ପ୍ରାପ୍ତି ହୋଇଥାଏ । ଚଳିତ ବର୍ଷ ହନୁମାନଙ୍କ ଜନ୍ମୋତ୍ସବ ୨୩ ଏପ୍ରିଲ ଅର୍ଥାତ ଆଜି ପାଳନ କରାଯିବ । ଏଥର ମଙ୍ଗଳବାର ଦିନ ପଡୁଥିବାରୁ ଏହାର ମହତ୍ତ୍ୱ ଅଧିକ ବଢିଯାଇଛି । ଆଜିର ଦିନରେ ଦୁଇଟି ଖାସ ଯୋଗ ଗଠନ ହେଉଛି।

କରନ୍ତୁନି ଏହି ଭୁଲ:
-ଏହି ଦିନ ମଦ-ମାଂସର ସେବନ ଭୁଲରେ ବି କରନ୍ତୁ ନାହିଁ ।
-ଏହି ଦିନ ମାଙ୍କଡ଼ମାନଙ୍କୁ ମାରନ୍ତୁନି, ଯଦି ଆପଣଙ୍କ ଘରକୁ ମାଙ୍କଡ଼ ଆସୁଛନ୍ତି, ତେବେ ତାଙ୍କୁ କିଛି ଖାଇବାକୁ ଦିଅନ୍ତୁ ।
-ଏହି ଦିନ କାହାରିକୁ କଟୁ କଥା କୁହନ୍ତୁ ନାହିଁ ।
-ଏହି ଦିନ ଚେଷ୍ଟା କରନ୍ତୁ ସାତ୍ତ୍ୱିକ ଭୋଜନ କରନ୍ତୁ, ନିରାମିଶ ଭୋଜନ ଗ୍ରହଣ କରନ୍ତୁ ନାହିଁ ।
-ହନୁମାନ ଜୟନ୍ତି ଦିନ ଚେଷ୍ଟା କରନ୍ତୁ ଲାଲ ରଙ୍ଗ ବା ନାରଙ୍ଗି କପଡ଼ା ପିନ୍ଧନ୍ତୁ, ଭୁଲରେ ବି ଧଳାକି କଳା ରଙ୍ଗର ପୋଷାକ ପିନ୍ଧନ୍ତୁ ନାହିଁ ।
-ଯଦି ମହିଳାମାନେ ପୂଜା କରୁଛନ୍ତି ତେବେ ଭୁଲରେ ବି ହନୁମାନଙ୍କ ମୂର୍ତ୍ତିକୁ ସ୍ପର୍ଶ କରନ୍ତୁ ନାହିଁ ।
– ହନୁମାନଙ୍କୁ ପୂଜା କରିବା ସମୟରେ ପଞ୍ଚାମୃତର ଭୋଗ ବିଲକୁଲ ଲଗାନ୍ତୁ ନାହିଁ ।
-ହନୁମାନଙ୍କୁ ପୂଜା କରିବା ସମୟରେ ଧ୍ୟାନ ଦିଅନ୍ତୁ, ମୂର୍ତ୍ତି ନ ଭାଙ୍ଗିବା ଆବଶ୍ୟକ । ସେହିପରି ଫଟୋ ବି ନ ଫାଟିଥିବା ଆବଶ୍ୟକ ।

Get real time updates directly on you device, subscribe now.