fbpx

ଅରବିନ୍ଦ କେଜ୍ରିୱାଲଙ୍କୁ ଜେଲରେ ଦିଆଗଲା ପ୍ରଥମ ଇନସୁଲିନ, ୩୨୦ ଯାଏଁ ବଢିଯାଇଛି ସୁଗାର ଲେବଲ

ନୂଆଦିଲ୍ଲୀ: ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ତିହାର ଜେଲାରେ ଇନସୁଲିନ ଦିଆଯାଇଛି । ଆମ ଆଦମୀ ପାର୍ଟୀର ସୂତ୍ରର ଦାବି ରହିଛି ଯେ, ଅରବିନ୍ଦ କେଜ୍ରିୱାଲଙ୍କ ସୁଗାର ଲେବଲ ଲଗାତାର ହାଇ ରହୁଥିଲା । ସିଏମ କେଜ୍ରିୱାଲଙ୍କ ସୁଗାର ଲେବଲ ୩୨୦ ପର୍ଯ୍ୟନ୍ତ ପହଁଚିଯାଇଛି । ଇଡି ଗିରଫ କରିବା ପରେ ପ୍ରଥମ ଥର ତାଙ୍କୁ ଇନସୁଲିନ ଦିଆଯାଇଛି ।

ଏହା ପୂର୍ବରୁ ସୋମବାର ଦିନ ଦିଲ୍ଲୀର ଏକ ଅଦାଲତ ଅରବିନ୍ଦ କେଜ୍ରିୱାଲଙ୍କ ସେହି ଆବେଦନକୁ ଖାରଜ କରିଦେଇଛନ୍ତି, ଯେଉଁଥିରେ ସେ ଡାଇବେଟିସ ପାଇଁ ଏବଂ ବ୍ଲଡ ସୁଗାରର ସ୍ତର କମିବା-ବଢିବାର ଚିକିତ୍ସା ପାଇଁ ନିଜ ପସନ୍ଦ ଅନୁସାରେ ପ୍ରାଇଭେଟ ଡାକ୍ତରଙ୍କ ସହ ଭିଡିଓ କନଫ୍ରେସିଂ ମାଧ୍ୟମରେ ପ୍ରତିଦିନ ୧୫ ମିନିଟର ପରାମର୍ଶ ପାଇଁ ଅନୁମତି ମାଗିଥିଲେ । କିନ୍ତୁ ଗତକାଲି ତାଙ୍କର ଏହି ଆବେଦନକୁ ଖାରଜ କରାଯାଇଛି ।

ରାଉଜ ଆଭେନ୍ୟୁ କୋର୍ଟର ସ୍ପେଶାଲ ଜଜ୍ କାଭେରୀ ବାୱେଜା କହିଛନ୍ତି ଯେ, ସେ ନ୍ୟାୟିକ ହେପାଜତରେ ଥିବାବେଳେ AAP ନେତାଙ୍କୁ ପର୍ଯ୍ୟାପ୍ତ ଚିକିତ୍ସା ଯୋଗାଇ ଦିଆଯାଉ। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଯଦି ସିଏମ କେଜ୍ରିୱାଲ ଜେଲରେ ସ୍ୱତନ୍ତ୍ର ପରାମର୍ଶ ଆବଶ୍ୟକ କରନ୍ତି, ତେବେ ଜେଲ କର୍ତ୍ତୃପକ୍ଷ ଏଆଇଏମଏସ ଦିଲ୍ଲୀର ନିର୍ଦ୍ଦେଶକ ଦ୍ୱାରା ଗଠିତ ମେଡିକାଲ ବୋର୍ଡ ସହିତ ପରାମର୍ଶ କରିବେ।

Get real time updates directly on you device, subscribe now.