fbpx

ମାର୍କ ଜୁକରବର୍ଗ କାହିଁକି କିଣିଥିଲେ ଇନଷ୍ଟାଗ୍ରାମ, ଲିକ ଇମେଲରେ ହେଲା ଖୁଲାସା

ନୂଆଦିଲ୍ଲୀ: ସୋସିଆଲ ମିଡିଆ ଦୁନିଆରେ ସବୁଠାରୁ ବଡ଼ ପ୍ଲାଟଫର୍ମ ଫେସବୁକ ୨୦୧୨ ମସିହାରେ ଇନଷ୍ଟାଗ୍ରାମକୁ ନିଜର ଏକ ଅଂଶ ରୂପେ ଗ୍ରହଣ କରିଥିଲା । ସେହି ସମୟରେ ୧ ବିଲିୟନ ଡଲାରର ଏହି ବିଶାଳ କାରବାର ଦ୍ୱାରା ସମଗ୍ର ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଏହି ଡିଲ ସୋସିଆଲ ମିଡିଆର ପରିଦୃଶ୍ୟ ବଦଳାଇଦେଇଥିଲା । ବର୍ତ୍ତମାନ ଏହି ଡିଲକୁ ନେଇ ଏକ ବଡ଼ ଖୁଲାସା ହୋଇଛି । ଏକ ଲିକ ଇମେଲରୁ ଜଣାପଡିଛି ଯେ, ମାର୍କ ଜୁକରବର୍ଗ ଏହି ଡିଲ କେବଳ ଇନଷ୍ଟାଗ୍ରାମର ଦକ୍ଷତା ଦେଖି କରି ନଥିଲେ, ବରଂ ତାଙ୍କ ମୁଣ୍ଡରେ ଚାଲିଥିଲା କମ୍ପିଟିସନରେ ଆଗକୁ କିପରି ବଢିବେ ।

ଫେସବୁକ ବର୍ତ୍ତମାନ ମେଟା ପ୍ଲାଟଫର୍ମ ହୋଇସାରିଛି । ଏହାରି ମଧ୍ୟରେ ଫେସବୁକ, ଇନଷ୍ଟାଗ୍ରାମ ଏବଂ ହ୍ୱାଟ୍ସଆପ ପରି ବଡ଼ ବଡ଼ ସୋସିଆଲ ମିଡିଆ ଆପ ଆସୁଛି । ଇନଷ୍ଟାଗ୍ରାମକୁ ୨୦୧୦ ମସିହାରେ ଲଞ୍ଚ କରାଯାଇଥିଲା । ଏହି ଆପର ଫୋକସ ଫଟୋ ସେୟାରିଂ ରେ ଥିଲା । ଅନ୍ୟପଟେ ଫେସବୁକ କଣ୍ଟେଣ୍ଟ ଆଧାରିତ ଥିଲା । ମାତ୍ର ଦୁଇ ବର୍ଷ ମଧ୍ୟରେ ଏହି ଆପ ଖୁବ ଜୋରରେ ଲୋକପ୍ରିୟ ହୋଇଯାଇଥିଲା । ଲୋକମାନେ ଫେସବୁକ ବ୍ୟତୀତ ଅନ୍ୟ ଏକ ସୋସିଆଲ ମିଡିଆ ପ୍ଲାଟଫର୍ମ ପାଇଥିଲେ । ମାର୍କ ଜୁକରବର୍ଗଙ୍କ ଧ୍ୟାନ ମଧ୍ୟ ଏହି ଜିନିଷ ପ୍ରତି ଆକର୍ଷିତ ହୋଇଥିଲା । ସେ ଇନଷ୍ଟାଗ୍ରାମରେ ଫେସବୁକରେ ଜଣେ ପ୍ରତିଯୋଗୀଙ୍କୁ ଦେଖିଥିଲେ । ଏହାପରେ ସେ ଇନଷ୍ଟାଗ୍ରାମ କିଣିବାକୁ ପ୍ରସ୍ତୁତ ହୋଇଥିଲେ, ଯାହାଫଳରେ ଫେସବୁକ କୌଣସି ବିପଦର ସମ୍ମୁଖୀନ ନହୁଏ ।

ରିପୋର୍ଟ ମୁତାବକ ୨୦୧୨ ମସିହାରେ ଇନଷ୍ଟାଗ୍ରାମର ମୂଲ୍ୟ ୫୦୦ ଆରବ ଡଲାର ଥିଲା । ବର୍ତ୍ତମାନ ତାହା ୫୦୦ ଆରବ ଡଲାରର ମାର୍କେଟ ଭ୍ୟାଲ୍ୟୁ ହାସଲ କରିସାରିଛି । ସେ ଇନଷ୍ଟାଗ୍ରାମ ବ୍ୟତୀତ ଅନେକ ମୋବାଇଲ ଆପ କମ୍ପାନୀମାନଙ୍କ ଉପରେ ନଜର ରଖୁଥିଲେ । ସେ ଫେସବୁକର ତତତ୍କାଳୀନ ସିଏଫଓ ଡେଭିଡ ଏବର୍ସମ୍ୟାନଙ୍କୁ ଇମେଲରେ କହିଥିଲେ ଯେ, ଇନଷ୍ଟାଗ୍ରାମ ପରି କମ୍ପାନୀମାନ ଲକ୍ଷ ଲକ୍ଷ ୟୁଜର୍ସ ହାସଲ କରିସାରିଛନ୍ତି । ତାଙ୍କର ଗ୍ରୋଥ ଅଧିକ ରହିଛି । ଏବେ ତାଙ୍କ ଟିମ ଛୋଟ ରହିଛି, କାରଣ ତାଙ୍କ ପାଖେ ରେଭେନ୍ୟୁ ନାହିଁ । ତାଙ୍କ ପାଖେ ବିଜନେସ ନ ଥାଉ, ହେଲେ ଏହା ନିଜର ନେଟୱର୍କ ପ୍ରସ୍ତୁତ କରିସାରିଛି । ଯଦି କମ୍ପାନୀ ବଡ଼ ହୋଇଯାଇଛି ତେବେ ଆମ ପାଇଁ ବହୁତ ଅସୁବିଧା ସୃଷ୍ଟି କରିପାରିବ ।

ସେ ଲେଖିଛନ୍ତି ଯେ ଯଦି ଆମେ ଏହି ନୂତନ କମ୍ପାନୀଗୁଡିକୁ ୫୦୦ ମିଲିୟନ୍ ଡଲାର୍ କିମ୍ବା ୧୦୦୦ ମିଲିୟନ୍ ଡଲାର୍ ଭଳି ଚମତ୍କାର ମୂଲ୍ୟ ଦେଇଥାଉ, ତେବେ ସେମାନେ କମ୍ପାନୀ ବିକ୍ରୟ କରିବାକୁ ଆଗ୍ରହୀ ହୋଇପାରନ୍ତି। ସେମାନେ ଭଲ ମୂଲ୍ୟରେ ଫେସବୁକର ସଫଳତାର ଏକ ଅଂଶ ହେବାକୁ ଇଚ୍ଛୁକ ହୋଇପାରନ୍ତି। ତଥାପି, ଏହି ଇମେଲର ସତ୍ୟତା ବର୍ତ୍ତମାନ ଯାଞ୍ଚ ହୋଇପାରିବ ନାହିଁ।

Get real time updates directly on you device, subscribe now.