fbpx

DA ବଢ଼ିଲା ୪ ପ୍ରତିଶତ: କର୍ମଚାରୀଙ୍କ ସର୍ବନିମ୍ନ ଓ ସର୍ବାଧିକ ବେସିକ ସାଲାରି କେତେ ବଢ଼ିବ, ଜାଣନ୍ତୁ କାଲକୁଲେସନ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କର୍ମଚାରୀଙ୍କ ମହଙ୍ଗା ଭତ୍ତା (ଡିଏ) ୪ ପ୍ରତିଶତ ବୃଦ୍ଧି କରିଛନ୍ତି । ସାଧାରଣ ଭାବେ କର୍ମଚାରୀଙ୍କ ଡିଏ ବର୍ଷକୁ ମାର୍ଚ୍ଚ ଓ ସେପ୍ଟେମ୍ବରରେ ଦୁଇଥର ଘୋଷଣା କରାଯାଇ ଜାନୁଆରୀ ଓ ଓ ଜୁଲାଇରେ ଲାଗୁ ହୋଇଥାଏ । ତେବେ ଏହି ଡିଏ ବୃଦ୍ଧି ପରେ କର୍ମଚାରୀଙ୍କ ମୋଟ ଡିଏ ଏବେ ୩୮ ପ୍ରତିଶତରେ ପହଞ୍ଚି ଯାଇଛି । କେନ୍ଦ୍ର ସରକାରଙ୍କ ଏହି ଘୋଷଣାର ଫାଇଦା ୫୦ ଲକ୍ଷ କର୍ମଚାରୀ ଓ ୬୨ ଲକ୍ଷ ପେନସନଧାରୀ ପାଇବେ ।

ତେବେ ଆପଣମାନେ ଜାଣନ୍ତି କି ଡିଏ ବୃଦ୍ଧି ଘଟିବା ପରେ ଏବେ କର୍ମଚାରୀଙ୍କ ପକେଟକୁ କେତେ ଟଙ୍କା ଆସିବ । କର୍ମଚାରୀଙ୍କ ସର୍ବାଧିକ ଓ ସର୍ବନିମ୍ନ ସାଲାରି କେତେ ବୃଦ୍ଧି ପାଇବ ।

ସର୍ବାଧିକ ବେସିକ ସାଲାରି ହିସାବ:

ବେସିକ ସାଲାରି= ୫୬,୯୦୦, ନୂଆ ମହଙ୍ଗା ଭତ୍ତା= ୨୧,୬୨୨, ପୂର୍ବର ଡିଏ= ୧୯,୩୪୬, ଡିଏ ବୃଦ୍ଧି= ୨୧୬୨୨- ୧୯,୩୪୬ = ୨୨୬୦, ବାର୍ଷିକ ଡିଏ ବୃଦ୍ଧି = ୨୨୬୦ x ୧୨ = ୨୭,୧୨୦ ଟଙ୍କା ।

ସର୍ବନିମ୍ନ ବେସିକ ସାଲାରି ହିସାବ:

ବେସିକ ସାଲାର = ୧୮,୦୦୦, ନୂଆ ଡିଏ = ୬୮୪୦, ପୂର୍ବର ଡିଏ= ୬୧୨୦, ଡିଏ ବୃଦ୍ଧି= ୬୮୪୦ – ୬୧୨୦ = ୧୦୮୦, ବାର୍ଷିକ ସାଲାରି ବୃଦ୍ଧି = ୭୨୦ x ୧୨ = ୮୬୪୦ ଟଙ୍କା ।

Get real time updates directly on you device, subscribe now.