fbpx

M.S Dhoniଙ୍କୁ ପଛରେ ପକାଇଲେ ହିଟମ୍ୟାନ ରୋହିତ: ନିଜ ନାଁରେ କଲେ ଏହି ରେକର୍ଡ

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରେ ଏବେ ଜାରି ରହିଛି ରୋହିତ ସ୍ୱର୍ଣ୍ଣିମ ଯୁଗ । ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢି ଚାଲିଛନ୍ତି ଅଧିନାୟକ ରୋହିତ ଶର୍ମା । ଏହା ମଧ୍ୟରେ ସେ ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କୁ ମଧ୍ୟ ପଛରେ ପକାଇ ଦେଇଛନ୍ତି । ଧୋନୀଙ୍କର ଏକ ବଡ ରେକର୍ଡ ଭାଙ୍ଗି ସେ ପାଲଟି ଯାଇଛନ୍ତି ଭାରତର ସଫଳ ଅଧିନାୟକ । ଗୋଟିଏ ବର୍ଷରେ ସବୁଠୁ ଅଧିକ ମ୍ୟାଚ ଜିତିବାରେ ରେକର୍ଡ ସୃଷ୍ଟି କରିଛନ୍ତି । ଯେଉଁଥିରେ କ୍ୟାପଟେନ କୁଲ ଧୋନୀଙ୍କୁ ମଧ୍ୟ ସେ ପଛରେ ପକାଇଛନ୍ତି । ଏକ ନମ୍ବରରୁ ଏବେ ଦ୍ୱିତୀୟ ସ୍ଥାନକୁ ଖସି ଆସିଛନ୍ତି ମାହି ।

ବୁଧବାର ଦକ୍ଷିଣ ଆଫ୍ରିକା ବିପକ୍ଷ ଟି-୨୦ ସିରିଜର ପ୍ରଥମ ମ୍ୟାଚରେ ବିଜୟ ହାସଲ କରି ଏହି ରେକର୍ଡକୁ ନିଜ ନାମରେ କରିଛନ୍ତି ରୋହିତ । ଚଳିତ ବର୍ଷରେ ୧୬ତମ ଟି-୨୦ ମ୍ୟାଚରେ ବିଜୟ ହାସଲ କରିଛନ୍ତି ରୋହିତ ଶର୍ମା । ଏହା କ୍ରିକେଟ ଇତିହାସର ସର୍ବାଧିକ ରେକର୍ଡ ହୋଇଛି । ଏହା ପୂର୍ବରୁ ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ଏହି କାରନାମା କରି ଦେଖାଇଥିଲେ । ୨୦୧୬ ମସିହାରେ ମୋଟ ୧୫ଟି ମ୍ୟାଚରେ ବିଜୟ ହୋଇ ଏହି ରେକର୍ଡ ନିଜ ନାମରେ କରିଥେିଲ କ୍ୟାପଟେନ କୁଲ ।

୨୦୧୬ ମସିହାରେ ମଧ୍ୟ ଟି-୨୦ ବିଶ୍ୱକପ ଖେଳାଯାଇଥିଲା । ଚଳିତ ବର୍ଷ ମଧ୍ୟ ଖେଳାଯିବାକୁ ଯାଉଛି ଟି-୨୦ ବିଶ୍ୱକପ । ତେବେ ଚଳିତ ବର୍ଷରେ ଏସିଆ କପ ଟି-୨୦ ଫର୍ମାଟରେ ଖେଳାଯାଇଛି । ଯେଉଁଥିରେ ୪ଟି ମ୍ୟାଚରେ ନେତୃତ୍ୱ ନେଇଥିଲେ ହିଟମ୍ୟାନ । ଏହି ରେକର୍ଡ ନିଜ ନାମରେ କରି ସାରିବା ପରେ ଏବେ ସଫଳ ଅଧିନାୟକ ଭାବରେ ନିଜ ନାଁ ଯୋଡିଛନ୍ତି ରୋହତ ଶର୍ମା ।

Get real time updates directly on you device, subscribe now.