fbpx
BSKY SKY
BSKY SKY

ଇନଷ୍ଟାଗ୍ରାମ ପୋଷ୍ଟରୁ କେତେ ଟଙ୍କା କମାନ୍ତି ବିରାଟ କୋହଲି? ରୋନାଲ୍ଡୋ ଖୁବ ଆଗରେ

BSKY

ନୂଆଦିଲ୍ଲୀ: ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ବିରାଟ କୋହଲି ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରହିଥାନ୍ତି । ସୋସିଆଲ ମିଡିଆରେ ସବୁଠୁ ଅଧିକ ଫଲୋ କରାଯାଉଥିବା ଷ୍ଟାରଙ୍କ ମଧ୍ୟରେ ସେ ଟପରେ ରହିଛନ୍ତି । ମଇଦାନରେ ତାଙ୍କର ଆଗ୍ରେସିଭକୁ ନେଇ ସେ ଯେତିକି ପପୁଲାର ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟକୁ ନେଇ ମଧ୍ୟ ସେ ସେତିକି ପପୁଲାର । ତେବେ ଆପଣ ଜାଣିଛନ୍ତି କି ଗୋଟିଏ ଇନଷ୍ଟାଗ୍ରାମ ପୋଷ୍ଟ ପାଇଁ କେତେ ଟଙ୍କା ନେଇଥାନ୍ତି କିଙ୍ଗ କୋହଲି ।

King Virat Kohli's Rise Continues: Becomes Most Followed Asian celebrity on  Instagram

ଦୀର୍ଘ ଦିନରୁ ଫର୍ମକୁ ନେଇ ଚିନ୍ତାରେ ଥିବା ବିରାଟ କୋହଲି ଇନଷ୍ଟାଗ୍ରାମରେ ଫଲୋଅର ଏବଂ ରୋଜଗାର ମାମଲାରେ ଏବେ ବି ଟପର ରହିଛନ୍ତି । ଇନଷ୍ଟାଗ୍ରାମରେ ରୋଜଗାର କରୁଥିବା ଷ୍ଟାରମାନଙ୍କ ମଧ୍ୟରେ ୧୪ତମ ସ୍ଥାନରେ ରହିଛନ୍ତି ବିରାଟ । ଟପ-୨୫ରେ ସାମିଲ ଥିବା ଏକମାତ୍ର ଏସିଆନ ହେଉଛନ୍ତି କୋହଲି । ଇନଷ୍ଟାଗ୍ରାମରେ ବିରାଟଙ୍କର ୨୦ କୋଟିରୁ ଅଧିକ ଫଲୋୟର ରହିଛନ୍ତି । ବିରାଟ କ୍ରିକେଟ ଏବଂ ବିଜ୍ଞାପନ ବ୍ୟତୀତ ଇନଷ୍ଟାଗ୍ରାମରୁ ମଧ୍ୟ ରୋଜଗାର କରିଥାନ୍ତି । ଇନଷ୍ଟାଗ୍ରାମର ଗୋଟିଏ ପୋଷ୍ଟରୁ ବିରାଟ ପ୍ରାୟ ୮.୬୯ କୋଟି ଟଙ୍କା ଇନକମ କରିଥାନ୍ତି ।

Virat Kohli hits 50 million followers on Instagram | BGR India

ତେବେ ଫଟୋ ସେୟାରିଙ୍ଗ ସୋସିଆଲ ପ୍ଲାଟଫର୍ମରେ ରୋଜଗାର କରିବା ତାଲିକାରେ ସବୁଠୁ ଆଗରେ ରହିଛନ୍ତି ପୁଟବଲ ଷ୍ଟାର ରୋନାଲ୍ଡୋ । ଇନଷ୍ଟାଗ୍ରାମରେ ୪୪ ଲକ୍ଷରୁ ମଧ୍ୟ ଅଧିକ ଫଲୋଅର୍ସ ଅଛନ୍ତି । ଗୋଟିଏ ପୋଷ୍ଟରୁ ସେ ପ୍ରାୟ ୧୯ କୋଟି ଟଙ୍କା ରୋଜଗାର କରିଥାନ୍ତି । ତେବେ ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି ଫୁଟବଲର ଲିୟୋନଲ ମେସି । ଗୋଟିଏ ପୋଷ୍ଟ ପାଇଁ ଇନକମ କରନ୍ତି ପ୍ରାୟ ୧୪ କୋଟି ଟଙ୍କା । ସେହିପରି ଆମରିକା ମଡେଲ କାଇଲି ଜେନର ଦ୍ୱିତୀୟ ସ୍ଥାନରେ ପ୍ରତି ପୋଷ୍ଟ ପାଇଁ ୧୪.୬ କୋଟି ଟଙ୍କା ଇନକମ କରନ୍ତି ।

Lionel Messi o Cristiano Ronaldo: quién acumula más seguidores en Instagram  | Minuto Deportes

Get real time updates directly on you device, subscribe now.