fbpx

କେବଳ ୨୧ ମିନିଟ୍ ଚାଲିବା ଦ୍ୱାରା ଆସିବ ନାହିଁ ହାର୍ଟ ଆଟାକ୍: ରିସର୍ଚ୍ଚ

ଆଜିର ସମୟରେ ବଦଳୁଥିବା ଜୀବନଶୈଳୀ ଯୋଗୁଁ ହୃଦରୋଗର ଆଶଙ୍କା ବହୁତ ବଢ଼ିଯାଇଛି, ଯେଉଁଥିରେ ହାର୍ଟ ଆଟାକ୍ ଏବଂ କାର୍ଡିଆକ୍ ଆରେଷ୍ଟ ଭଳି ସ୍ଥିତି ଉପୁଜିପାେରେ । ଡବ୍ଲୁଏଚଓ ଅନୂଯାୟୀ, ପ୍ରତି ବର୍ଷ ୧୭.୯ ମିଲିୟନ ଲୋକ ଦୃଦରୋଗ କାରଣରୁ ପ୍ରାଣ ହରାଉଛନ୍ତି  । କିନ୍ତୁ ଏକ ରିସର୍ଚ୍ଚରେ ଜଣାପଡ଼ିଛି ଯେ ପ୍ରତିଦିନ ଯଦି କେବଳ ଆପଣଙ୍କ ୨୧ ମିନିଟ୍ ଚାଲୁଛନ୍ତି ତେବେ ଏହାଦ୍ୱାରା ହାର୍ଟ ରୋଗର ବିପଦକୁ କମ୍ କରାଯାଇପାରେ । ତେବେ ଆସନ୍ତୁ ଜାଣିବା ଚାଲିବାର ଫାଇଦା ଏବଂ ହୃଦରୋଗ ପାଇଁ ଏହା କିପରି ସହାୟକ ।

ଏମିତିରେ ତ’ ବ୍ୟାୟାମ କରିବା ସବୁବେଳେ ଶରୀର ପାଇଁ ଭଲ ହୋଇଥାଏ । ତେଣୁ ପ୍ରତିଦିନ ବ୍ୟାୟାମ ନିଶ୍ଚୟ କରିବା କଥା । ତେବେ ନିକଟରେ ହାର୍ଭାର୍ଡ ମେଡିକାଲ୍ ସ୍କୁଲ ନିକଟରେ ଏକ ଅଧ୍ୟୟନ କରିଛି ଯେଉଁଥିରେ ଦର୍ଶାଯାଇଛି ଯେ ପ୍ରତିଦିନ ୨୧ ମିନିଟ୍ ଚାଲିବା ଦ୍ୱାରା ହୃଦଘାତର ଆଶଙ୍କା ପ୍ରାୟ ୩୦ ପ୍ରତିଶତ କମିଯାଇପାରେ । ଏଥି ସହିତ, ପ୍ରତିିଦିନ ୨୧ ମିନିଟ୍ ଚାଲିବା ମଧ୍ୟ ଅନ୍ୟାନ୍ୟ ସ୍ୱାସ୍ଥ୍ୟ ଉପକାର କରିଥାଏ ।

ଅସ୍ୱାସ୍ଥ୍ୟକର ଖାଇବା ଅଭ୍ୟାସ, ତମାଖୁ ସେବନ, ମଦ୍ୟପାନ ଏବଂ ଶାରୀରିକ ନିଷ୍କ୍ରିୟତା ହୃଦରୋଗ ଏବଂ ଷ୍ଟ୍ରୋକର ଆଶଙ୍କାଙ୍କୁ ବଢ଼ାଇଥାଏ । ତେଣୁ ଦିନକୁ ମାତ୍ର ୨୧ ମିନିଟ୍ ଚାଲିବା ଦ୍ୱାରା ହ୍ରାସ କରାଯାଇପାରେ  । ପ୍ରତିଦିନ ୨୧ ମିନିଟ୍ ଚାଲିବା ମଧ୍ୟ ଆପଣଙ୍କୁ ଏହି ସବୁ ଲାଭ ମଧ୍ୟ ହୋଇଥାଏ ।

–              ଅନୁସନ୍ଧାନରୁ ଜଣାପଡିଛି ଯେ ପ୍ରତିଦିନ ଚାଲିବା ଦ୍ୱାରା ହୃଦ୍ ରୋଗର ଆଶଙ୍କା କମ୍ ହେବା ସହ କୋଲେଷ୍ଟ୍ରଲ ଏବଂ ଉଚ୍ଚ ରକ୍ତଚାପ ମଧ୍ୟ ନିୟନ୍ତ୍ରଣ ହୋଇପାରେ।

–              ଚାଲିବା ଦ୍ୱାରା ଟାଇପ୍ ୨ ଡାଇବେଟିସ୍ ଏବଂ ଅନେକ କର୍କଟ ରୋଗ ହେବାର ଆଶଙ୍କା ମଧ୍ୟ କମିଯାଏ  ।

–              ଯଦି ଆପଣ ଚାପ କିମ୍ବା ଡିପ୍ରେସନର ଶିକାର ହେଉଛନ୍ତି, ତେବେ ପ୍ରତିଦିନ ଚାଲିବା ଦ୍ୱାରା ଆପଣ ଏହି ମାନସିକ ସମସ୍ୟା ମଧ୍ୟ ହ୍ରାସ କରିପାରିବେ ।

–              ଚାଲିବା ଦ୍ୱାରା ହାଡ଼ ଶକ୍ତିଶାଳୀ ହୋଇଥାଏ ।

–              ଏହା ବ୍ୟତୀତ, ପ୍ରତିଦିନ ଚାଲିବା ସ୍ମୃତି ଶକ୍ତି ତୀକ୍ଷ୍ଣ କରିଥାଏ, ଶରୀରର ଓଜନ ନିୟନ୍ତ୍ରଣରେ ରହେ ଏବଂ ଆପଣ ସୁବବେଳେ ଆକ୍ଟିଭ ଅନୁଭବ କରିଥାନ୍ତି ।

ତେବେ ହୃଦରୋଗ ସମସ୍ୟା କମ୍ କରିବା ପାଇଁ ବାହାରର ଜାବତୀୟ ଖାଦ୍ୟଠାରୁ ଦୂରେଇ ରୁହନ୍ତୁ, ଡ୍ରିଙ୍କ୍ସ କିମ୍ବା ଧୂମପାନ କରନ୍ତୁ ନାହିଁ, ଶାରିରୀକ ଓଜନ ଠିକ୍ ରଖନ୍ତୁ, ପ୍ରତିଦିନ ତାଜା ଫଳ ତଥା ପନିପରିବା ଖାଆନ୍ତୁ ।

Get real time updates directly on you device, subscribe now.