fbpx

କିପରି ବ୍ୟାପୁଛି ମଙ୍କିପକ୍ସ? ଭାଇରସକୁ ନେଇ ନୂଆ ତଥ୍ୟ ଦେଲେ ବୈଜ୍ଞାନିକ

ନୂଆଦିଲ୍ଲୀ: କରୋନା ମହାମାରୀର ଭୟାବହତା ମଧ୍ୟରେ ଚିନ୍ତା ବଢାଉଛି ମଙ୍କିପକ୍ସ ଭାଇରସ । ବିଶ୍ୱର ମୋଟ ୨୯ଟି ଦେଶରେ ଏହି ଭାଇରସ ବ୍ୟାପିସାରିଛି । ସେହିପରି ୧୦୦୦ରୁ ଅଧିକ ମଙ୍କିପକ୍ସ ଆକ୍ରାନ୍ତ ମାମଲା ସାମନାକୁ ଆସିଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ । ଏହା ମଧ୍ୟରେ ଏହି ଭାଇରସ ଏବଂ ଏହାର ବ୍ୟାପକତାକୁ ନେଇ ଏକ ବଡ ତଥ୍ୟ ଦେଇଛନ୍ତି ବିଶେଷଜ୍ଞ ।

ମଙ୍କିପକ୍ସର ଏହି ଭାଇରସ ବାୟୁ ଦ୍ୱାରା ବ୍ୟାପୁଥିବା ନେଇ ସୂଚନା ଦେଇଛନ୍ତି ୟୁଏସ ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଏଣ୍ଡ ପ୍ରିଭେନ୍ସନର ବିଶେଷଜ୍ଞ । ଯଦି ଜଣେ ସଂକ୍ରମିତ ବ୍ୟକ୍ତିଙ୍କ ସହ କେହି ସିଧାସଳଖ ସମ୍ପର୍କ କରନ୍ତି, ତେବେ ଭାଇରସ ବାୟୁ ଦ୍ୱାରା ତାଙ୍କୁ ସଂକ୍ରମଣ କରିପାରେ । ତେବେ ଏହି ଭାଇରସ ଅଦିକ ଦୂର ବ୍ୟାପିବାରେ ସପଳ ନୁହେଁ ବୋଳି ବିଶେଷଜ୍ଞ ସ୍ପଷ୍ଟ କରିଛନ୍ତି । ତେଣୁ ଏହି ଭାଇରସ ଏବଂ ଏହାର ସଂକ୍ରମଣ ରୋକିବା ପାଇଁ ମଧ୍ୟ ମାସ୍କ ପିନ୍ଧିବା ପାଇଁ ପରାମର୍ଶ ଦେଇଛନ୍ତି । ଏହାବ୍ୟତୀତ ଆକ୍ରାନ୍ତଙ୍କ ସହ ଶାରୀରିକ ସମ୍ପର୍କ କିମ୍ବା ତାଙ୍କ ବ୍ୟବହୃତ କପଡା ଇତ୍ୟାଦି ବ୍ୟବହାର ଦ୍ୱାରା ମଧ୍ୟ ସଂକ୍ରମଣ ହୋଇଥାଏ ବୋଲି କହିଥିଲେ ସିଡିସି ପ୍ରମୁଖ ରୋଶେଲ ବାଲେନସ୍କି ।

ତେବେ କରୋନା ମହାମାରୀ ପରି ମଙ୍କିପକ୍ସ ଭାଇରସ ଅଧିକ ସମୟ ପର୍ଯ୍ୟନ୍ତ ବାୟୁରେ ବ୍ୟପିବାରେ ସଫଳ ହୋଇ ପାରି ନଥାଏ । ଏହାବ୍ୟତୀତ କରୋନା ଭଳି ସଂକ୍ରମିତଙ୍କ କୌଣସି ଜିନିଷକୁ ଚୁଇଁବା ଦ୍ୱାରା ଏହା ସଂକ୍ରମଣ ହୋଇନଥାଏ ବୋଲି ଏକ୍ସପର୍ଟମାନେ ରାୟ ଦେଇଛନ୍ତି । ଏପର୍ଯ୍ୟନ୍ତ ଏହି ଭାଇରସରେ ଚିହ୍ନଟ ହୋଇଥିବା ସମସ୍ତ ସଂକ୍ରମିତ ବ୍ୟକ୍ତି ସିଧାସଳଖ ସମ୍ପର୍କରେ ଆସିତିବା ଦେଖାଯାଇଛି । ତେଣେୁ ଏହି ରୋଗରୁ ବଞ୍ଚିବା ପାଇଁ ମଧ୍ୟ ମାସ୍କର ବ୍ୟବହାର କରିବା ପାଇଁ ପରାମର୍ଶ ଦେଇଛନ୍ତି ସିଡିସି ମୁଖ୍ୟ ।

Get real time updates directly on you device, subscribe now.