fbpx
BSKY
BJD SHG SKY
BJD MC SKY

ଘରେ ବସି ତିଆରି କରନ୍ତୁ ରାସନ କାର୍ଡ: ମାଗଣାରେ ମିଳିବ ଖାଦ୍ୟଶସ୍ୟ, ଜାଣନ୍ତୁ କ’ଣ ରହିଛି ପ୍ରୋସେସ୍

ନୂଆଦିଲ୍ଲୀ: ରାସନ କାର୍ଡ ଆପଣ ପରିଚୟର ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ ହେବା ସହ ମହଙ୍ଗା ଯୁଗରେ ଗରିବଙ୍କୁ ମାଗଣାରେ ରାସନ ଯୋଗାଇବାକୁ ଏହାର ବ୍ୟବହାର କରାଯାଉଛି । ସରକାରଙ୍କ ଦ୍ୱାରା ଦେଶରେ ପରିଚାଳିତ ମାଗଲା ଖାଦ୍ୟ ଯୋଜନାର ଲାଭ ଉଠାଇବାକୁ ଏହାର ଆବଶ୍ୟକତା ପଡ଼ିଥାଏ । ଯଦି ଆପଣ ପାଖରେ ବର୍ତ୍ତମାନ ସୁଦ୍ଧା ରାସନ କାର୍ଡ ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ ରହିଛି । ଏହାକୁ ତିଆରି କରିବା ଏବେ ଅତି ସହଜ ହୋଇଯାଇଛି । ଘରେ ବସି ବସି ଗୋଟିଏ ମିନିଟରେ ଅନଲାଇନରେ ଆପଣ ଏଥିପାଇଁ ଆବେଦନ କରିପାରିବେ ।

ଏବେ ରେସନ କାର୍ଡ ପାଇବା ଆହୁରି ସହଜ ହୋଇଯାଇଛି । ଯେଉଁଠାରେ ପୂର୍ବରୁ ଏଥିପାଇଁ ଅଫିସରୁ ଅଫିସ୍ ବୁଲିବାକୁ ପଡୁଥିଲା, ଏବେ ଏହି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଘରେ ବସି ଚୁଟିକରେ କରାଯାଇପାରିବ । ଆପଣ ଅତି ସହଜରେ ଅନଲାଇନ୍ ରେସନ କାର୍ଡ ପାଇଁ ଆବେଦନ କରିପାରିବେ ଏବଂ ଆପଣଙ୍କ କାର୍ଡର ସ୍ଥିତିକୁ ମଧ୍ୟ ଟ୍ରାକ୍ କରିପାରିବେ । ଆପଣ ଏହା ପାଇଁ ଆପଣଙ୍କ ରାଜ୍ୟର ଖାଦ୍ୟ, ଯୋଗାଣ ଏବଂ ଉପଭୋକ୍ତା ବ୍ୟାପାର ବିଭାଗର ଅଫିସିଆଲ୍ ୱେବସାଇଟ୍ ମାଧ୍ୟମରେ ଆବେଦନ କରିପାରିବେ ।

୪ଟି ଷ୍ଟେପରେ କରନ୍ତୁ ଆବେଦନ:-
-ଯଦି ଆପଣ ଉତ୍ତରପ୍ରଦେଶର ବାସିନ୍ଦା, ତେବେ https://fcs.up.gov.in/FoodPortal.aspx ୱେବସାଇଟ୍ କୁ ଯାଆନ୍ତୁ ।
-ହୋମପେଜରେ ଲଗଇନ୍ କରନ୍ତୁ ଏବଂ ‘NFSA ୨୦୧୩ ଆବେଦନ ଫର୍ମ’ ଉପରେ କ୍ଲିକ୍ କରନ୍ତୁ । ଏହା ପରେ ଆପଣଙ୍କୁ ମଗାଯାଇଥିବା ସମସ୍ତ ତଥ୍ୟ ପୂରଣ କରିବାକୁ ପଡିବ ।
-ଆପଣଙ୍କୁ ଆପଣଙ୍କର ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡିବ (ଆଧାର କାର୍ଡ, ଆବାସିକ ପ୍ରମାଣପତ୍ର, ଆୟ ପ୍ରମାଣପତ୍ର, ପାସପୋର୍ଟ ଆକାର ଫଟୋ ଏବଂ ବ୍ୟାଙ୍କ ଆକାଉଣ୍ଟ ସୂଚନା) ।
-ବର୍ତ୍ତମାନ ଅନଲାଇନ୍ ରେସନ୍ କାର୍ଡ Fee ପୂରଣ କରନ୍ତୁ ଏବଂ ସବମିଟ୍ ଅପସନ୍ ଉପରେ କ୍ଲିକ୍ କରନ୍ତୁ । ଆବେଦନ ପାଇଁ ଆପଣଙ୍କୁ କେବଳ ଏତିକି କାମ କରିବାକୁ ପଡିବ ।

୫ ରୁ ୪୫ ଟଙ୍କା ପର୍ଯ୍ୟନ୍ତ ଫିସ୍ :-
ଅନଲାଇନ୍ ପ୍ରକ୍ରିୟା ସମାପ୍ତ ହେବା ପରେ ଆପଣଙ୍କ ଦ୍ୱାରା ଦିଆଯାଇଥିବା ସୂଚନା ଏବଂ ଡକ୍ୟୁମେଣ୍ଟଗୁଡିକ ଫିଲ୍ଡ ଅଫିସରଙ୍କ ଦ୍ୱାରା ଯାଞ୍ଚ କରାଯିବ ଏବଂ ସଠିକ୍ ସୂଚନା ମିଳିବା ପରେ ଏକ ମାସ ମଧ୍ୟରେ ଆପଣଙ୍କୁ ରାସନ କାର୍ଡ ପ୍ରଦାନ କରାଯିବ । ଏଥିପାଇଁ ଆବେଦନକାରୀଙ୍କୁ ବିଭିନ୍ନ ବର୍ଗ ଅନୁଯାୟୀ ୫ ରୁ ୪୫ ଟଙ୍କା ପର୍ଯ୍ୟନ୍ତ ଦେୟ ଦେବାକୁ ପଡିବ । ଯଦି ଆପଣ ଉତ୍ତରପ୍ରଦେଶ ପରିବର୍ତ୍ତେ ବିହାରର ବାସିନ୍ଦା, ତେବେ ଆପଣଙ୍କୁ http://epds.bihar.gov.in/କୁ ଯାଇ ଆପଣଙ୍କର ରାସନ କାର୍ଡ ପାଇଁ ଆବେଦନ କରିବାକୁ ପଡିବ । ପୋର୍ଟାଲରେ Apply for Online Ration Card ଅପ୍ସନ୍ ଚୟନ କରି ଆପଣ ପ୍ରକ୍ରିୟା ସଂପୂର୍ଣ୍ଣ କରିପାରିବେ ।

ରାସନ କାର୍ଡ ଦିଆଯିବା ପରେ ଆପଣ ଏହା ମାଧ୍ୟମରେ ସରକାରୀ ବଣ୍ଟନ କେନ୍ଦ୍ରରୁ ମାଗଣାରେ ରାସନ ନେଇପାରିବେ । ଯଦି ଆପଣଙ୍କ ରାସନ କାର୍ଡରେ ଚାରି ଜଣଙ୍କ ନାମ ପଞ୍ଜିକୃତ ହୁଏ, ତେବେ ପ୍ରତି ବ୍ୟକ୍ତିଙ୍କ ପାଇଁ ପାଞ୍ଚ କିଲୋଗ୍ରାମ ରାସନ ଦିଆଯିବ । ଆପଣଙ୍କ ଆଧାରକୁ ରାସନ କାର୍ଡ ସହିତ ଲିଙ୍କ୍ କରିବା ମଧ୍ୟ ଆବଶ୍ୟକ । ସେଥିପାଇଁ ଆପଣଙ୍କ ପାଖରେ ଆଧାର କାର୍ଡ ଥିବା ଉଚିତ୍ ।

Get real time updates directly on you device, subscribe now.