fbpx

ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ପାଇଁ ଅଧିକ ବିପଜ୍ଜନକ ହୋଇଥାଏ ଏହି ସବୁ ରୋଗ; ଭୁଲରେ ବି କରନ୍ତୁ ନାହିଁ ଅଣଦେଖା

ପୁରୁଷ ଏବଂ ମହିଳାଙ୍କ ଶରୀର ଅନେକ କ୍ଷେତ୍ରରେ ଭିନ୍ନ ଭିନ୍ନ ହୋଇଥାଏ । ତେଣୁ ସେମାନଙ୍କ ସ୍ୱାସ୍ଥ୍ୟ ସହ ଜଡିତ ସମସ୍ୟା ମଧ୍ୟ ଭିନ୍ନ ଅଟେ । ଆମେ ଯଦି ରୋଗର କଥା କହିବା,ତେବେ ଏପରି କିଛି ରୋଗ ଅଛି ଯାହା ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ ପାଇଁ ଅଧିକ କ୍ଷତିକାରକ ହୋଇଥାଏ । ଯାହାଫଳରେ ସେମାନେ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି । ଏପରି କି ସେମାନଙ୍କ ଜୀବନ ପ୍ରତି ମଧ୍ୟ ବିପଦ ଆସିପାରେ । ତେଣୁ ପୁରୁଷମାନେ ଏହି ରୋଗ ପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ରୋଗ ବିଷୟରେ…

ଡିପ୍ରେସନ: ସାଧାରଣତଃ କୁହାଯାଏ ଯେ ମହିଳାମାନେ ଅଧିକ ଭାବାତ୍ମକ ହୋଇଥାନ୍ତି । ଯାହାଫଳରେ ସେମାନେ ଖୁବ୍ ଶୀଘ୍ର ଡିପ୍ରେସନର ଶିକାର ହୋଇଥାନ୍ତି । କିନ୍ତୁ ବାସ୍ତବରେ ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଡିପ୍ରେସନର ଶିକାର ହୋଇଥାନ୍ତି । କାରଣ ପୁରୁଷମାନେ ସେମାନଙ୍କ ମନର କଥାକୁ ଏବଂ କଷ୍ଟକୁ କାହା ସାମ୍ନାରେ କହିପାରନ୍ତି ନାହିଁ । ଫଳରେ ସେମାନେ ନିଜ ମନ ଭିତରେ ସବୁକଥା ରଖିଥାନ୍ତି ଏବଂ ସେହି କଥାକୁ ବାରମ୍ବାର ଭାବିଥାନ୍ତି । ଯେଉଁ କାରଣରୁ ସେମାନେ ଅଧିକ ଡିପ୍ରେସନର ଶିକାର ହୋଇଥାନ୍ତି । ଯାହାକି ସେମାନଙ୍କ ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିଥାଏ ।

ହୃଦଘାତ ସମସ୍ୟା: ହୃଦୟ ସହ ଜଡିତ ସମସ୍ୟାଗୁଡିକ ମହିଳାଙ୍କ ଅପେକ୍ଷା ପୁରୁଷମାନଙ୍କ କ୍ଷେତ୍ରରେ ଅଧିକ ମାତ୍ରାର ଦେଖିବାକୁ ମିଳିଥାଏ । କାରଣ ପୁରୁଷମାନଙ୍କ ଶରୀରରେ ହାଇ କୋଲେଷ୍ଟ୍ରଲର ମାତ୍ରା ଅଧିକ ଥାଏ । ଫଳରେ ସେମାନଙ୍କୁ ହୃଦଘାତ ଜନିତ ସମସ୍ୟା ଦେଖାଦେଇଥାଏ । ତେଣୁ ଏପରି ପରିସ୍ଥିତିରେ ପୁରୁଷମାନେ ବେଳେ ବେଳେ ସେମାନଙ୍କ ସ୍ୱାସ୍ଥ୍ୟ ପରିକ୍ଷା କରାଇନେବା ଉଚିତ୍ ।

ମଧୁମେହ: ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ବାହାର ଖାଦ୍ୟ ଖାଇଥାନ୍ତି । ଫଳରେ ସେମାନଙ୍କ ଶରୀରରେ କୋଲେଷ୍ଟ୍ରଲର ମାତ୍ରା ବଢିଯାଏ । ଯହାକି ପରବର୍ତ୍ତି ମୁହୁର୍ତ୍ତରେ ମଧୁମେହ ପରି ସମସ୍ୟା ସୃଷ୍ଟି କରେ । ତେଣୁ ପୁରୁଷମାନେ ମହିଳାମାନଙ୍କ ଅପେକ୍ଷା ଅଧିକ ସ୍ୱାସ୍ଥ୍ୟକର ଖାଇବା ଆବଶ୍ୟକ ।

ଲିଭର ସମସ୍ୟା: ବିଶେଷଜ୍ଞମାନଙ୍କ ମତରେ ମହିଳାମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ମାତ୍ରାରେ ମଦ୍ୟପାନ କରିଥାନ୍ତି । ଫଳରେ ଏହା ସେମାନଙ୍କ ଲିଭର ଉପରେ ଅଧିକ ପ୍ରଭାବ ପକାଇଥାଏ । ଯେଉଁ କାରଣରୁ ଲିଭର ସହ ଜଡିତ ଅଙ୍ଗ ଗୁଡିକରେ ବିଭିନ୍ନ ସମସ୍ୟା ଦେଖାଦେଇଥାଏ । ତେଣୁ ପୁରୁଷମାନେ ଏହି  ରୋଗ ପ୍ରତି ଅଧିକ ସତର୍କ ରହିବା ଆବଶ୍ୟକ ।

Get real time updates directly on you device, subscribe now.