fbpx

FIFA World Cupରେ ହଙ୍ଗାମା: ଗୋଇଠା ସହ ଚେୟାର ଉଠାଇ ମରାମରି ହେଲେ ଫ୍ୟାନ୍ସ, ଦେଖନ୍ତୁ Video

ଦୋହା: ଫିଫା ବିଶ୍ୱକପ ୨୦୨୨ ସିଜନର ଉତ୍ସାହ ବଢ଼ିବାରେ ଲାଗିଛି । ଏହି ସମୟରେ ବାରମ୍ବାର ବିବାଦ ଓ ଝଗଡ଼ାର ମାମଲା ମଧ୍ୟ ସାମ୍ନାକୁ ଆସୁଛି । ବେଳେବେଳେ ପ୍ରଶଂସକଙ୍କ ସହ ଚୋରି ଘଟଣା ଘଟୁଛି ତ ବେଳେବେଳେ ପ୍ରତିଦ୍ୱନ୍ଦ୍ୱୀ ଦଳର ଫ୍ୟାନ୍ସମାନେ ପରସ୍ପର ସହ ଲଢ଼ୁଛନ୍ତି । ଏପରି ଏକ ତାଜା ମାମଲା ସାମ୍ନାକୁ ଆସିଛି, ଯେଉଁଥିରେ ମ୍ୟାଚ୍ ସମୟରେ ଫ୍ୟାନ୍ସମାନଙ୍କ ମଧ୍ୟରେ ଝଗଡ଼ା ହେଉଥିବା ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁଯାୟୀ ପ୍ରତିଦ୍ୱନ୍ଦ୍ୱୀ ଦଳ ଇଂଲଣ୍ଡ ଏବଂ ୱେଲ୍ସର ଫ୍ୟାନ୍ସମାନେ ପରସ୍ପର ସହ ସଂଘର୍ଷ କରିଥିଲେ । ଏହି ଝଗଡା ଏତେ ବିପଜ୍ଜନକ ହୋଇଗଲା ଯେ ଉଭୟ ପକ୍ଷର ସମର୍ଥକମାନେ ପରସ୍ପରକୁ ଚେୟାର, ବୋତଲ ଏବଂ ଅନ୍ୟ କୌଣସି ଜିନିଷରେ ମାରିବାକୁ ଲାଗିଥିଲେ । ଏହି ଝଗଡ଼ାରେ ମେସିଙ୍କ ଫ୍ୟାନ୍ସମାନେ ଗୁରୁତର ଆହତ ହୋଇଛନ୍ତି ।

ଝଗଡ଼ାର ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ୍ ଭାଇରାଲ ହେବାରେ ଲାଗିଛି । ଏହି ଏକ ମିନିଟ୍ ଏବଂ ୪୬ ସେକେଣ୍ଡ୍ ଭିଡିଓରେ ଅଧିକାଂଶ ଫ୍ୟାନ୍ସ ନିଶାସକ୍ତ ଅବସ୍ଥାରେ ଝୁଲୁଥିବାର ଦେଖିବାକୁ ମିଳିଛି । ଏହା ସହ ସେମାନେ ପରସ୍ପରକୁ ଚେୟାର ଏବଂ ଗୋଇଠା, ଚାପୁଡ଼ା ମାରୁଥିବାର ନଜର ଆସିଛନ୍ତି ।

କୁହାଯାଉଛି ଯେ, ଏହି ଭିଡିଓ ଶୁକ୍ରବାର (ନଭେମ୍ବର ୨୫) ର ବିଳମ୍ବିତ ରାତିରେ ରେକର୍ଡ କରାଯାଇଛି । ଏହି ପୁରା ଝଗଡା ରାସ୍ତା ମଝିରେ ଥିବା ଜେବ୍ରା କ୍ରସିଂରେ ଘଟୁଥିବା ଦେଖାଯାଉଛି । ବର୍ତ୍ତମାନ ପୋଲିସ ଏହି ମାମଲାର ତଦନ୍ତ କରୁଛି ।

Get real time updates directly on you device, subscribe now.