fbpx

ଆମାଜନ୍ ଦେବାକୁ ଯାଉଛି ବଡ଼ ଝଟକା: ଆସନ୍ତା ମାସରୁ ଭାରତରେ ବନ୍ଦ ହୋଇଯିବ ଏହି ସର୍ଭିସ୍

ନୂଆଦିଲ୍ଲୀ: ଲୋକପ୍ରିୟ ଇ-କମର୍ସ ସାଇଟ୍ ଆମାଜନ୍ ଏହାର ଗୋଟିଲଏ ସେବାକୁ ବନ୍ଦ କରିବାକୁ ଯାଉଛି । ଏହାଦ୍ୱାରା ଅନେକ ଗ୍ରାହକ ପ୍ରଭାବିତ ହେବେ । ଆମାଜନ୍ ଇଣ୍ଡିଆ ଏହା ଘୋଷଣା କରିଛି । ଆସନ୍ତା ମାସରୁ ଭାରତରେ ଆମାଜନ୍ ଫୁଡ୍ ସର୍ଭିସ୍ ବନ୍ଦ କରିଦିଆଯିବ । ଏହି ସେବା ୨୯ ଡିସେମ୍ବରରେ ବନ୍ଦ ହେବ ବୋଲି ସୂଚନା ମିଳିଛି ।

ତେବେ ଆମାଜନ୍ ଫୁଡକୁ ୨୦୨୦ରେ ଲଞ୍ଚ କରାଯାଇଥିଲା । ଏହି ସର୍ଭିସକୁ କମ୍ପାନୀ କରୋନା ସମୟରେ ଲଞ୍ଚ କରିଥିଲା । ଏଥିରେ ଲୋକଙ୍କ ପାଖରେ ଖାଇବା ପହଞ୍ଚାଯାଉଥିଲା । କମ୍ପାନୀ ଏହା ମାଧ୍ୟମରେ ସ୍ୱିଗି ଓ ଜୋମାଟୋକୁ ଟକ୍କର ଦେବାକୁ ଚିନ୍ତା କରୁଥିଲା । ଏହି ସର୍ଭିସକୁ ବେଙ୍ଗାଲୁରୁରେ ଆରମ୍ଭ କରାଯାଇଥିଲା ।

ରିପୋର୍ଟ ଅନୁସାରେ, କମ୍ପାନୀର ଲାଭ Flipkart ଓ Walmart ଠାରୁ ବି କମ୍ ରହିଛି । ଭାରତର ଅନେକ ସହରରେ ଏହି କମ୍ପାନୀ ଅନେକ ସଂଘର୍ଷ କରୁଛି । ଏହି କାରଣରୁ କମ୍ପାନୀ ଏହି ନିଷ୍ପତ୍ତି ନେଇଛି । କିନ୍ତୁ ଦେଶରେ ଅନଲାଇନ୍ ସପିଂ ଜାରି ରହିବ ।

Get real time updates directly on you device, subscribe now.