fbpx

ଇନଷ୍ଟାଣ୍ଟ ଇ-ପାନ୍ କାର୍ଡ ଦରକାର କି? ଜାଣନ୍ତୁ ଆବେଦନର ସହଜ ରାସ୍ତା…

ନୂଆଦିଲ୍ଲୀ: ନୂଆ ପାନ୍ କାର୍ଡ ଆପ୍ଲାଏ କରିବାକୁ ଚାହୁଛନ୍ତି କି? ତା’ହେଲେ ଚିନ୍ତା କରନ୍ତୁ ନାହିଁ । ଏବେ ଘରେ ବସି ଆପଣ ଆରାମରେ କରିପାରିବେ ଆବେଦନ । ଆୟକର ବିଭାଗ ଦ୍ୱାରା ଇ-ରିଟର୍ଣ୍ଣ ଦାଖଲ ପାଇଁ ଲଞ୍ଚ୍ କରାଯାଇଥିବା ନୂତନ ୱେବସାଇଟରେ ଆପଣ ନୂଆ ପାନ୍ କାର୍ଡ ଆବେଦନ କରିପାରିବେ ।

ଜାଣନ୍ତୁ ଇନଷ୍ଟାଣ୍ଟ ପାନ୍ କିପରି ଆବେଦନ କରାଯାଇପାରିବ:

ପ୍ରଥମେ ଆପଣଙ୍କୁ ଇନକମ ଟ୍ୟାକ୍ସ ୱେବସାଇଟ୍ (www.incometax.gov.in) ଖୋଲିବାକୁ ହେବ । ଏହାପରେ ତଳକୁ ତଳକୁ ସ୍କ୍ରୋଲ କରନ୍ତୁ ଏବଂ ତଳେ ଆପଣଙ୍କୁ ‘Show More’ ଅପ୍ସନ ଦେଖାଯିବ । ସେଠାରେ କ୍ଲିକ୍ କଲା ପରେ ଆପଣଙ୍କୁ ‘Instant E-PAN’ ଅପ୍ସନ ମିଳିଯିବ । ‘E-PAN’ ଅପ୍ସନ କ୍ଲିକ କଲା ପରେ ଯେଉଁ ପେଜ୍ ଆସିବ ସେଠାରେ ଆପଣଙ୍କୁ ‘Get New e-Pan’ ଉପରେ କ୍ଲିକ୍ କରିବାକୁ ହେବ । ଗେଟ ନିୟୁ ପାନ ଉପରେ କ୍ଲିକ କରିବା ପରେ ଆପଣଙ୍କୁ ଆଧାର ନମ୍ବର ଦେବାକୁ ହେବ । ତେବେ କେବଳ ସେହି ଆଧାର କାର୍ଡ କାମରେ ଆସିବ ଯାହା ମୋବାଇଲ ସହ ଲିଙ୍କ୍ ହୋଇଥିବ ।

ଆଧାର କାର୍ଡ ନମ୍ବର ଦେବା ପରେ ‘I confirm that’ ବକ୍ସ ଉପରେ କ୍ଲିକ କରନ୍ତୁ । ଏହା ପରେ ଆପଣଙ୍କ ଆଧାର କାର୍ଡ ସହ ଲିଙ୍କ୍ ହୋଇଥିବା ନମ୍ବରକୁ ଏକ ଓଟିପି ଆସିବ । ଓଟିପି ଦେବା ପରେ ଆଗକୁ ବଢ଼ନ୍ତୁ ଏବଂ ନିଜର ଡିଟେଲ୍ସ ଦେଖନ୍ତୁ । ଡିଟେଲ୍ସ ଚେକ କରିବା ପରେ ଆପଣଙ୍କୁ ଆପଣଙ୍କର ଇ-ମେଲ ଆଇଡି ଦେବାକୁ ହେବ । ଏହାପରେ କନଫର୍ମ କରନ୍ତୁ । ଏହା ପରେ ଆପଣଙ୍କୁ ଇନଷ୍ଟାଣ୍ଟ ଇ-ପାନ୍ ର ମେଲ ଆସିବ ।

ତେବେ ଏହି ଇନଷ୍ଟାଣ୍ଟ ପାନର ଉପଯୋଗ ସେହିମାନେ କରିପାରିବେ ଯେଉଁମାନେ କେବେବି ପାନ କାର୍ଡ କରିନାହାନ୍ତି । ସେହିପରି ପାନ ଆବେଦନ କରିବା ସମୟରେ ବ୍ୟକ୍ତିଙ୍କୁ ନିର୍ଦ୍ଦିଷ୍ଟ ବୟସର ହୋଇଥିବା ଆବଶ୍ୟକ ଏବଂ ଆଧାର କାର୍ଡରେ ତାଙ୍କର ସମ୍ପୂର୍ଣ୍ଣ ଜନ୍ମ ତାରିଖ ଥିବା ଦରକାର ।

Get real time updates directly on you device, subscribe now.