fbpx

ଖୁସିରେ ରହିବା ପାଇଁ ଆପଣାନ୍ତୁ ଏହି ଉପାୟ

କରୋନା ସବୁକିଛି ବଦଳେଇ ଦେଇଛି । କାହାକୁ ଅଧିକ କାମ ପ୍ରେସର ଅଛି ତ ଆଉ କାହା ପାଖରେ ଚାକିରିଟିଏ ନାହିଁ । ଫଳରେ ଲୋକମାନେ ଅଧିକ ଚାପରେ ରହିବାକୁ ଲାଗିଛନ୍ତି । ଯଦି ଆପଣ ବି ଏହି ଚାପରେ ରହିଛନ୍ତି, ତେବେ ଆପଣାନ୍ତୁ କିଛି ସରଳ ଉପାୟ ଯଦ୍ୱାରା ଆପଣ ପୁଣି ଥରେ ଖୁସିରେ ରହିପାରିବେ ।

– ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ବୁଲିବାକୁ ଯାଆନ୍ତୁ ଓ ହାଲୁକା ବ୍ୟାୟାମ କିମ୍ବା ଯୋଗ କରନ୍ତୁ ।

– ସକାଳ ବା ପ୍ରାତଃକାଳ ଏବଂ ଶୋଇବା ସମୟରେ ୧୫ ମିନିଟ୍ ପାଇଁ ଭଗବାନଙ୍କ ଧ୍ୟାନ କରନ୍ତୁ ।

– ନିଜକୁ ଜାଣନ୍ତୁ ନିଜର ପ୍ରତିଭା, କ୍ଷମତା ଏବଂ ସୀମାକୁ ଚିହ୍ନନ୍ତୁ ।

– ଯାହା ଅଛି ସେଥିରେ ସନ୍ତୁଷ୍ଟ ରୁହନ୍ତୁ ଏବଂ କାର୍ଯ୍ୟ କରିବା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ରଖନ୍ତୁ ।

– ଉତ୍ସାହ ଏବଂ ଆତ୍ମବିଶ୍ୱାସ ସହିତ କାର୍ଯ୍ୟ କରନ୍ତୁ ଏବଂ ଏକ ବ୍ୟବସ୍ଥିତ ଦିନଚର୍ଯ୍ୟାରେ ଅଭ୍ୟସ୍ତ ରୁହନ୍ତୁ ।

– ସର୍ବଦା ସକାରାତ୍ମକ ଚିନ୍ତା କରନ୍ତୁ । ନକାରାତ୍ମକ ଚିନ୍ତାଧାରା ଶକ୍ତି ନଷ୍ଟ କରେ ।

– ସର୍ବଦା ବର୍ତ୍ତମାନରେ ରୁହନ୍ତୁ । ଅତୀତ ଏବଂ ଭବିଷ୍ୟତ ବିଷୟରେ ବୃଥା ଚିନ୍ତାରୁ ଦୂରେଇ ରହି ସର୍ବଦା ଖୁସି ରୁହନ୍ତୁ ଏବଂ ହସି ହସି ବଞ୍ଚିବା ଶିଖନ୍ତୁ ।

– ଏକ ସରଳ ଜୀବନଯାପନ କରନ୍ତୁ । ଜୀବନରେ ଗୁଣବତ୍ତା ଉପରେ ବିଶ୍ୱାସ ରଖନ୍ତୁ ଦେଖାଇହେବା ଠାରୁ ଦୂରେଇ ରୁହନ୍ତୁ ।

– ଉତ୍ତମ ସ୍ୱାସ୍ଥ୍ୟ ହେଉଛି ଜୀବନ ପାଇଁ ସର୍ବୋତ୍ତମ ଧନ । ନିଜକୁ ଅନ୍ୟମାନଙ୍କ ସହିତ ତୁଳନା କରିବା ଠାରୁ ଦୂରେଇ ରୁହନ୍ତୁ । କମ୍ ଏବଂ ପ୍ରକୃତ ବନ୍ଧୁ ବନାନ୍ତୁ ।

– ନିଜର ଅନ୍ତର୍ନିହିତ ଗୁଣକୁ ବିକଶିତ କରନ୍ତୁ । ସମୟାନୁବର୍ତ୍ତୀତା ହେବ ସହିତ ସର୍ବଦା ନିଜର ବକ୍ତବ୍ୟ ଉପରେ ସଂଯମତା ରକ୍ଷା କରନ୍ତୁ । ଧର୍ଯ୍ୟ ଏବଂ ଆତ୍ମ ନିୟନ୍ତ୍ରଣ ରଖନ୍ତୁ ।

Get real time updates directly on you device, subscribe now.