fbpx
BSKY
BJD MC SKY
BJD YOUTH SKY

ଆପଣଙ୍କ ସ୍ମାର୍ଟଫୋନ୍‌ର ବି ରହିଛି ଏକ୍ସପାୟାର ଡେଟ୍‌, ଏହି ଡେଟ୍ ପରେ ଫୋନ୍ ବ୍ୟବହାର କରିବାରେ ରହିଛି ବିପଦ

ନୂଆଦିଲ୍ଲୀ: ଏକ ସ୍ମାର୍ଟଫୋନକୁ ଆପଣ କେତେ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିଥାନ୍ତି । ବର୍ଷେ, ୨ ବର୍ଷ କିମ୍ବା ଏହା ସଂପୂର୍ଣ୍ଣ ଖରାପ ହେବା ପର୍ଯ୍ୟନ୍ତ । କିନ୍ତୁ ଏକ ସ୍ମାର୍ଟଫୋନ ଏକ୍ସପାୟାର ହୋଇଯିବା ପରେ ଏହାକୁ ବ୍ୟବହାର କରିବା କେତେଦୂର ଠିକ୍ । ଏବେ ଆପଣଙ୍କ ମନରେ ଆଉ ଏକ ପ୍ରଶ୍ନ ଉଠିବ ଯେ, ସ୍ମାର୍ଟଫୋନ୍ କ’ଣ ଏକ୍ସପାୟାର ହୋଇଥାଏ । କିନ୍ତୁ ପ୍ରକୃତ କଥା ହେଉଛି ସବୁ ଜିନିଷର କୌଣସି ନା କୌଣସି ଏକ୍ସପାୟାର ଡେଟ୍ ରହିଛି । ଯେପରିକି ଆପଣଙ୍କ କାର୍‌, ବାଇକ୍ ଓ ମେଡିସିନର ଏକ୍ସପାୟାର ଡେଟ୍ ରହିଛି । ଏହିପରି ଭାବରେ ଏକ ନିଶ୍ଚିନ୍ତ ସମୟ ପରେ ଆପଣଙ୍କ ସ୍ମାର୍ଟଫୋନ ବି ଏକ୍ସପାୟାର ହୋଇଥାଏ ।

ତେବେ ଧ୍ୟାନ ରଖିବାର କଥା ଆପଣଙ୍କ ଫୋନ୍‌ର ଏକ୍ସପାୟାର ଡେଟ୍ ଏହାର ମାନୁଫ୍ୟାକଚରିଂ ଡେଟ୍‌ରୁ ହିଁ ଆରମ୍ଭ ହୋଇଯାଇଥାଏ । ତେଣୁ ଆପଣ କେବେ ଫୋନ୍ କିଣିଛନ୍ତି ତାହା ଗୁରୁତ୍ୱପୂର୍ଣ୍ଣ ନୁହେଁ । ଆପଣଙ୍କ ଫୋନ୍‌ର ମାନୁଫ୍ୟାକଚରିଂ ଡେଟ୍ ଅନୁଯାୟୀ ତାହାର ଏକ୍ସପାୟାର ଡେଟ୍ ଆରମ୍ଭ ହୋଇଯାଇଥାଏ । ଅଲଗା ଅଲଗା ବ୍ରାଣ୍ଡର ସ୍ମାର୍ଟଫୋନ୍‌ର ଏକ୍ସପାୟାର ଡେଟ୍ ଅଲଗା ଅଲଗା ହୋଇଥାଏ ।

ଆପଲର ଆଇଫୋନ୍ ଆପଣ ୪ରୁ ୮ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ସାମସଙ୍ଗ ଆଇଫୋନ୍ ୩ରୁ ୬ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ଅନ୍ୟପକ୍ଷରେ ଗୁଗଲର ଫୋନ୍ ୩ରୁ ୫ ବର୍ଷ ପର୍ଯ୍ୟନ୍ତ ବ୍ୟବହାର କରିପାରିବେ । ସ୍ମାର୍ଟଫୋନ୍ ନିର୍ମାତା ଏକ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ସେମାନଙ୍କ ଫୋନ୍‌ର ଅପଡେଟ୍ ଦେଇଥାନ୍ତି । ଏହାପରେ ଆପଣ ନିଜ ରିକ୍ସରେ ହିଁ ଏହା ବ୍ୟବହାର କରିବେ । ଏକ୍ସପାୟାର ପରେ ଆପଣ ଏହା ବ୍ୟବହାର କଲେ ଫିଶିଂ ଲିଙ୍କର ଶିକାର ହୋଇପାରନ୍ତି । କାରଣ ଆପଣଙ୍କ ଫୋନ୍‌ରେ ଆଉ ଲାଟେଷ୍ଟ ଅପଡେଟ୍ ହୋଇପାରିବ ନାହିଁ । ଫଳରେ ହ୍ୟାକର ଲାଗି ଆପଣଙ୍କ ଫୋନ୍‌କୁ ଟାର୍ଗେଟ କରିବା ସହଜ ହୋଇଯାଏ ।

ଏଣୁ ଏଥିରୁ ରକ୍ଷା ପାଇବା ଲାଗି ଆପଣ ଏହାର ବକ୍ସରେ ଲେଖାଥିବା ମାନୁଫ୍ୟାକଚରିଂ ଡେଟ୍ ଦେଖନ୍ତୁ । ଏହା ବ୍ୟତିତ ଆପଣ ଯେଉଁ କମ୍ପାନୀର ଫୋନ୍ ବ୍ୟବହାର କରୁଛନ୍ତି ତାହାର ୱେବସାଇଟରେ ସଫ୍ଟୱେୟାର ଅପଡେଟ୍‌ର ଡିଟେଲ୍ସ ରହିଛି । ଅର୍ଥାତ୍ ଏଥିରୁ ଆପଣ ଜାଣିପାରିବେ ଆପଣଙ୍କ ଫୋନ୍ କେବେ ପର୍ଯ୍ୟନ୍ତ ଅପଡେଟ୍ ହୋଇପାରିବ । ଏହା ବ୍ୟତିତ ଆପଣ Endoflife.date କୁ ଯାଇ ମଧ୍ୟ ସମସ୍ତ ଫୋନ୍‌ର ଏକ୍ସପାୟାର ଡେଟ୍ ଚେକ୍ କରିପାରିବେ ।

Get real time updates directly on you device, subscribe now.