fbpx
BSKY SKY
BSKY SKY

Sandwich ଖାଇ ସବୁ ଭୁଲିଗଲେ ନାବାଳିକା, ରିପୋର୍ଟ ଦେଖିଲା ପରେ ଡାକ୍ତର ମଧ୍ୟ ହେଲେ ଆଶ୍ଚର୍ଯ୍ୟ

BSKY

ନୂଆଦିଲ୍ଲୀ : ଆମେ ଯାହା ବି ଖାଉଛେ ତାହାର ପ୍ରଭାବ ଆମ ଶରୀର ଉପରେ ପଡିଥାଏ । ସେହି ପରି ଅନେକ ଲୋକଙ୍କର କେତେକ ଖାଇବା ଉପରେ କିଛି ରୁଚି ମଧ୍ୟ ଥାଏ । କେତେକ ଲୋକଙ୍କୁ ଅନେକ ଖାଦ୍ୟରୁ ଏଲାର୍ଜି ମଧ୍ୟ ଥାଏ । କିନ୍ତୁ ଜଣେ ବାଳିକା ସାଣ୍ଡୱିଚ ଖାଇବା ପରେ ତାଙ୍କ ସହ ଯାହା ଘଟିଥିଲା ତାହା ଆଶ୍ଚର୍ଯ୍ୟଥିଲା । ତେବେ ଏହି ବାଳିକାକୁ କୌଣସି ଖାଇବା ଜିନିଷରେ କିଛି ଏଲର୍ଜି ନଥିଲା । କିନ୍ତୁ ଗୋଟିଏ ସାଣ୍ଡୱିଚ ଖାଇବା ପରେ ତାଙ୍କ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥିଲା । ଏହି ବାଳିକା ଜଣଙ୍କ ହେଉଛନ୍ତି ଅଷ୍ଟ୍ରେଲିଆର । ଏହି ବାଳିକା ସକାଳ ଜଳଖିଆରେ ସାଣ୍ଡୱିଚ ଖାଇଥିଲେ ।

ଏହା ପରେ ତାଙ୍କ ଅବସ୍ତା ଖରାପ ହୋଇଥିଲା । ଏହି ସାଣ୍ଡୱିଚ ଦ୍ୱାରା ତାଙ୍କୁ ସିଭିୟର ଇନଫେକସନ ହୋଇଥିଲା । ତେବେ ତାଙ୍କ ମା’ଙ୍କ କହିବା ଅନୁସାରେ ଯେତେବେଳେ ତାଙ୍କ ଝିଅ ଏହି ସାଣ୍ଡୱିଚ ଖାଉଥିଲା ସେତେବେଳେ ସେ ନିଶ୍ୱାସ ନେବାରେ କଷ୍ଟ ଅନୁଭବ କରୁଥିଲେ । ଏହା ପରେ ତାଙ୍କ ମା’ ତାଙ୍କ ପିଠି ଥାପୁଡାଇଥିଲେ । ଏହା ପରେ ପିଲାଟିକୁ ଖାଇବା ଗିଳିବାରେ ଅସୁବିଧା ହୋଇଥିଲା । ଏହା ପରେ ଧିରେ ଧିରେ ତାହାର ଦେହ ଖରାପ ହେବାକୁ ଲାଗିଲା । ଏହା ପରେ ତାଙ୍କ ପରିବାର ଲୋକ ତାଙ୍କୁ ଘରେ ରଖି ନୋଟିସ କଲେ ତାଙ୍କ ଝିଅ ସାଧାରଣ କଥାର ଜବାବ ଦେବାକୁ ଚିନ୍ତା କରୁଥିଲେ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖିବାକୁ ମଳିଥିଲା ।

ଏହା ପରେ ବାଳିକାଙ୍କୁ ତାଙ୍କ ମାତା ପିତା ଡାକ୍ତରଙ୍କ ପାଖକୁ ନେଇଥିଲେ । ଡାକ୍ତର ତାଙ୍କୁ ଯାଞ୍ଚ କରିବା ପରେ ଏମୋର୍ଜନ୍ସି ୱାର୍ଡକୁ ନେଇଥିଲେ । ଯେତେବେଳ ପିଲାଟିକୁ ଡାକ୍ତରଙ୍କ ପାଖକୁ ନିଆଯାଇଥିଲା ସେତେବେଳେ ବାଳିକାଙ୍କ ଅବସ୍ଥା ବହୁତ ଖରାପ ଥିଲା ସେ ଚାଲି ପାରୁ ନଥିଲେ । ଏହା ପରେ ବାଳିକା ଜଣଙ୍କ ତାଙ୍କ ସ୍ମରଣ ଶକ୍ତି ମଧ୍ୟ ହରାଇଥିଲେ । ସେ ତାଙ୍କ ପରିବାର ଲୋକଙ୍କୁ ମଧ୍ୟ ଚିହ୍ନି ପାରୁ ନଥିଲେ । ଏହା ପରେ ଡାକ୍ତର ପରୀକ୍ଷା କଲା ପରେ ଜାଣିବାକୁ ପାଇଲେ ସାଣ୍ଡୱିଚରେ ଏକ ଚୁଟି ଭଳି ପତଳା ତାର ଥିଲା ଯାହା ତାଙ୍କ ବେକରେ ଅଟକି ଯାଇଥିଲା । ଏହା ପରେ ତାଙ୍କ ଶରୀର ମଧ୍ୟରେ ବିଭିନ୍ନ ପ୍ରକାର ଇନଫେକସନ ହୋଇଥିଲା । ଯାହା ଫଳରେ ତାଙ୍କୁ ବହୁ ପରିମାଣର ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥିଲା । ଏହା ପରେ ଡାକ୍ତର ତାଙ୍କର ବିଭିନ୍ନ ପ୍ରକାର ଅସ୍ତ୍ରୋପଚାର କରିବା ପରେ ଶେଷରେ ବାଳିକା ଜଣକ ଠିକ ହୋଇ ଘରକୁ ଯାଇଥିଲେ ।

Get real time updates directly on you device, subscribe now.