fbpx
BJD
BJD SKY
BJD SKY

କୌଣସି କାରଣରୁ ଆପଣଙ୍କ ଉପରେ ରାଗିଛନ୍ତି କି ବନ୍ଧୁ, ଆପଣାନ୍ତୁ ନିମ୍ନୋକ୍ତ ଟିପ୍ସ ନିମିଷକେ ତୁଟିଯିବ ସବୁ ରାଗ

BJD

ବନ୍ଧୁତାରେ ସରି, ଧନ୍ୟବାଦ ଏସବୁର କିଛି ଆବଶ୍ୟକତା ନାହିଁ । ତେବେ କେତେକ କ୍ଷେତ୍ରରେ ଏହା ଠିକ୍ ହୋଇଥିବା ବେଳେ ଆଉ କେତେକ କ୍ଷେତ୍ରରେ ଏହାର ଆବଶ୍ୟକତା ରହିଛି । ଯଦି ଆପଣଙ୍କ ବନ୍ଧୁ ନିଜ କଥାରେ ବହୁତ ଗୁରୁତ୍ୱ ରଖନ୍ତି ଓ କୌଣସି ଆପଣଙ୍କର କିଛି କଥାକୁ ନେଇ ତାଙ୍କୁ ଦୁଃଖ ପହଞ୍ଚିଛି ତେବେ ତାଙ୍କୁ ସରି କହିଦେବା ହିଁ ଠିକ୍ । ଅନ୍ୟଥା ସାମାନ୍ୟ କଥାରୁ ବର୍ଷ ବର୍ଷର ବନ୍ଧୁତ୍ୱ ଭାଙ୍ଗିଯାଇପାରେ । ଯଦି ଆପଣଙ୍କୁ ଲାଗୁଛି ଆପଣଙ୍କ ବନ୍ଧୁ ଆପଣଙ୍କର କୌଣସି କଥାକୁ ନେଇ ଆପଣଙ୍କ ଉପରେ ନାରାଜ ଅଛନ୍ତି ଏବଂ ଏହି କାରଣରୁ ଉଭୟଙ୍କ ମଧ୍ୟରେ କଥାବର୍ତ୍ତା ବନ୍ଦ ହୋଇଯାଇଛି ତେବେ ନିମ୍ନୋକ୍ତ ଟିପ୍ସ ଆପଣାନ୍ତୁ ଦେଖିବେ ପୁଣି ସଂପର୍କ ପୂର୍ବ ପରି ସୁଧୁରି ଯିବ ।
ଚୁପ୍ ରହନ୍ତୁନି:
ଯଦି ଆପଣଙ୍କ ସାଙ୍ଗକୁ ଆପଣ କହିଥିବା କିଛି କଥା ଖରାପ ଲାଗିଛି ଓ ସେ ତା’ ପରଠାରୁ ଆପଣଙ୍କ ସହ କଥା ହେଉନାହାନ୍ତି ତେବେ ଏପରି କ୍ଷେତ୍ରରେ ଆପଣଙ୍କୁ ହିଁ ଆଗକୁ ଆସିବାକୁ ହେବ । ସାଙ୍ଗ କାହିଁକି ଏପରି ଚୁପ୍ ରହିଛନ୍ତି ପ୍ରଥମେ ତାହା ଜାଣନ୍ତୁ ଓ ଚେଷ୍ଟା କରନ୍ତୁ ଆଗକୁ ଏପରି ନ କରିବାକୁ ।
ସରି କୁହନ୍ତୁ:
ଆପଣଙ୍କୁ ତରଫରୁ କୌଣସି ଭୁଲ୍ ହୋଇଥିଲେ ଆପଣ ତାଙ୍କୁ ସରି କହି ଦିଅନ୍ତୁ । ସରି କହିବା ଦ୍ୱାରା କେହି ଛୋଟ କି କେହି ବଡ ହୋଇଯାଏ ନାହିଁ । ଅନ୍ୟପକ୍ଷରେ ଏହାଦ୍ୱାରା ସଂପର୍କରେପୁଣି ସୁଧାର ଆସିଯାଏ ।
ପରିସ୍ଥିତିକୁ ଅନ୍ୟର ଦୃଷ୍ଟିରେ ଦେଖନ୍ତୁ:
ଭୁଲ୍ ବୁଝାମଣା କାରଣରୁ ବହୁ ସମୟରେ ଆମେ କଥାକୁ ଠିକ୍ ଭାବରେ ନ ବୁଝି ବନ୍ଧୁଙ୍କ ଉପରେ ଦୋଷ ଲଗାଇ ଦେଉ ଓ ତାଙ୍କ ଉପରେ ନାରାଜ ହୋଇଯାଉ । ଯଦି ଆପଣଙ୍କ ବନ୍ଧୁ ଆପଣଙ୍କ ଲାଗି ଖାସ୍ ତେବେ ଶାନ୍ତିରେ ବସି ଏହି ବିଷୟରେ ଭାବନ୍ତୁ କି ତୁମେ ତାଙ୍କ ସ୍ଥାନରେ ଥିଲେ କ’ଣ କରିଥାନ୍ତ । ସବୁ ଜିନିଷ ଏହିଠାରେ ହିଁ ସମାଧାନ ହୋଇଯିବ ।
କେତେ ଗୁରୁତ୍ୱ ରଖୁଛନ୍ତି ଆପଣଙ୍କ ବନ୍ଧୁ:
ଆପଣଙ୍କ ଲାଗି ତାଙ୍କର ଗୁରୁତ୍ୱ କେତେ ରହିଛି ତାହା ତାଙ୍କୁ କୁହନ୍ତୁ । ଏଥିପାଇଁ ଆପଣ ତାଙ୍କୁ କୌଣସି ଉପହାର ବି ପ୍ରଦାନ କରିପାରିବେ କିମ୍ବା ମୋବାଇଲରେ ମେସେଜ୍ ପଠାଇ ପାରିବେ । ଯଦି ସାମ୍ନାସାମ୍ନି ତାଙ୍କୁ କହି ପାରୁ ନାହାନ୍ତି ତେବେ ମୋବାଇଲରେ ମେସେଜ୍ ଦେଇ ତାଙ୍କୁ ଏହା କହିପାରିବେ ।

 

Get real time updates directly on you device, subscribe now.