fbpx

ଖୁବ୍‌ଶୀଘ୍ର ସେୟାର ବଜାରରେ ଲିଷ୍ଟିଂ ହେବାକୁ ଯାଉଛି ମୁକେଶ ଅମ୍ବାନୀଙ୍କ ଫାଇନାନ୍ସ କମ୍ପାନୀ, ଆସୁ ଆସୁ କରିବ ବଡ଼ ରେକର୍ଡ

ନୂଆଦିଲ୍ଲୀ: ଦେଶର ସବୁଠୁ ବଡ଼ ଧନୀ ମୁକେଶ ଅମ୍ବାନୀ ଖୁବ୍‌ଶୀଘ୍ର ଜିଓ ଫାଇନାନ୍ସିଆଲ ସର୍ଭିସ୍‌କୁ ସେୟାର ବଜାରରେ ତାଲିକାଭୁକ୍ତ କରିବାକୁ ଯାଉଛନ୍ତି । ପୁର୍ବରୁ ରିଲିଆନ୍ସ ଇଣ୍ଡଷ୍ଟ୍ରୀର ଅନେକ କମ୍ପାନୀ ସେୟାର ବଜାରରେ ତାଲିକାଭୁକ୍ତ ହୋଇଥିବା ବେଳେ ଏବେ ଜିଓ ଫାଇନାନ୍ସିଆଲ ସର୍ଭିସ୍ ମାଧ୍ୟମରେ ଷ୍ଟକ୍ ମାର୍କେଟ୍‌ରେ ହଲଚଲ୍ କରିବାକୁ ପ୍ରସ୍ତୁତ ହେଉଛି ।

ତେଲ ଠାରୁ ଆରମ୍ଭ କରି ଖୁଚୁରା ବ୍ୟବସାୟ କ୍ଷେତ୍ରରେ ରାଜ୍ କରୁଥିବା ରିଲାଏନ୍ସ ଇଣ୍ଡଷ୍ଟ୍ରୀ ନିକଟରେ ଏହାର ଫାଇନାନସିଲ ଫାଇନାସିଆଲ ସର୍ଭିସ୍‌ର ଡିମର୍ଜ କରିଥିଲା । ଜିଓ ଫାଇନାସିଆଲ ସର୍ଭିସ୍ ପୁର୍ବରୁ ରିଲାଏନ୍ସ ଷ୍ଟ୍ରାଟେଜିକ୍ ଇନଭେଷ୍ଟମେଣ୍ଟ ନାମରେ ଜଣାଥିଲା । ତେବେ ଏହି କମ୍ପାନୀ ସେୟାର ବଜାରରେ ଲିଷ୍ଟିଂ ହେବା ପରେ ନିବେଶକ ମାନଙ୍କୁ ମାଲମାଲ କରିବ ବୋଲି ଆଶା କରାଯାଉଛି ।

ପ୍ୟାରେଣ୍ଟ କମ୍ପାନୀ ରିଲାଏନ୍ସ ଇଣ୍ଡଷ୍ଟ୍ରୀ ଠାରୁ ଅଲଗା ହେବା ପରେ ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ର ପ୍ରତି ସେୟାର ମୂଲ୍ୟ ୨୬୧.୮୫ ଟଙ୍କା ରହିଛି । ଏହାକୁ ନଜର କଲେ ଜିଓ ଫାଇନାନ୍ସିଆଲ ସର୍ଭିସେସ୍‌ର ମୋଟ୍ ବଜାର ପୁଞ୍ଜି ୧.୭ ଲକ୍ଷ କୋଟି ହୋଇଯିବ । ଏହି ଭାଲ୍ୟୁଏସନ୍ ସହିତ ଗୋଟିଏ ଝଟକାରେ ଜିଓ ଫାଇନାନ୍ସିଆଲ ଦେଶର ତୃତୀୟ ବୃହତ ବଡ଼ ଏନ୍‌ବିଏଫ୍‌ସି ପାଲଟିଯିବ ।

Get real time updates directly on you device, subscribe now.