fbpx

ଏବେ ଜୋମାଟୋରେ ଖାଦ୍ୟ ଅର୍ଡର କଲେ ଦେବାକୁ ପଡିବ ଅଧିକ ଚାର୍ଜ, କେତେ ଅଧିକ ଦେବାକୁ ପଡିବ ଓ କେବେଠାରୁ ଦେବାକୁ ପଡିବ ଆସନ୍ତୁ ଜାଣିନେବା

ନୂଆଦିଲ୍ଲୀ: ଜୋମାଟୋ ଏକ ଫୁଡ୍ ଡେଲିଭରି ପ୍ଲାଟଫର୍ମ । ଏବେ ଏଥିରେ ଫୁଡ୍ ଅର୍ଡର କରିବା ୟୁଜର୍ସଙ୍କୁ ମହଙ୍ଗା ପଡିଯିବ । କଥା ହେଉଛି ଜୋମାଟୋରେ ଏବେ ଫି’ ଆଦାୟ କରିବା ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଏବେ ଏହାର ପରୀକ୍ଷଣ ପ୍ରକ୍ରିୟା ଆରମ୍ଭ ହୋଇଛି ଓ କିଛି ୟୁଜର୍ସଙ୍କ କ୍ଷେତ୍ରରେ ଏହା ଲାଗୁ ହୋଇଛି । ଏହା ପୂର୍ବରୁ ଏପ୍ରିଲରେ ଜୋମାଟୋର ସବୁଠାରୁ ବଡ ପ୍ରତିନ୍ଦ୍ୱନ୍ଦୀ ସୁଇଗୀ ମଧ୍ୟ ଗ୍ରାହକଙ୍କ ଠାରୁ ଚାର୍ଜ ନେବା ଆରମ୍ଭ କରିଥିଲା ।

ଏଣିକି ଜୋମାଟୋ ପ୍ରତି ଅର୍ଡର ଉପରେ ୨ ଟଙ୍କା ଚାର୍ଜ ଆଦାୟ କରିବ । କିନ୍ତୁ ଅର୍ଡର କରାଯାଇଥିବା ଜିନିଷର ମୂଲ୍ୟ ଉପରେ ଏହାଦ୍ୱାରା କୌଣସି ପ୍ରଭାବ ପଡିବ ନାହିଁ । କେବଳ ଏତିକି ନୁହେଁ ଜୋମାଟୋ ଗୋଲ୍ଡ ପ୍ରୋଗ୍ରାମ ଉପଯୋଗ କରୁଥିବା ୟୁଜର୍ସଙ୍କୁ ମଧ୍ୟ ଏହି ଚାର୍ଜ ଦେବାକୁ ପଡିବ ।

ଜୋମାଟୋର ଏହି ୨ ଟଙ୍କିଆ ପ୍ଲାଟଫର୍ମ ଏବେ ପରୀକ୍ଷଣ ସ୍ତରରେ ରହିଛି । ଆଗାମୀ ଦିନରେ ଏହା ସମସ୍ତ ୟୁଜର୍ସଙ୍କ ପାଖରେ ଦେଖିବାକୁ ମିଳିବ । କମ୍ପାନୀର ଏହି ପଦକ୍ଷେପ ସଫଳ ହେଲେ ଏହାଦ୍ୱାରା କମ୍ପାନୀକୁ ବହୁତ ଲାଭ ମିଳିବ । ତେବେ କମ୍ପାନୀର ଏହି ପ୍ଲାଟଫର୍ମ ଫି’ ନୋଟିସ ଏହି ସମୟରେ ଆସିଛି ଯେତେବେଳେ କମ୍ପାନୀକୁ ଜୁନ୍ ତ୍ରୈମାସରେ ୨କୋଟି ଟଙ୍କା ଲାଭ ହୋଇଛି । କିନ୍ତୁ ଗତ ବର୍ଷ ଏହି ସମୟରେ କମ୍ପାନୀକୁ ୧୮୬ କୋଟି ଟଙ୍କର କ୍ଷତି ସହିବାକୁ ପଡିଥିଲା । କମ୍ପାନୀ ଦ୍ୱାରା ସେୟାର କରାଯାଇଥିବା ଡାଟା ଅନୁସାରେ ଜୁନ୍ ୨୦୨୩ରେ ଶେଷ ହୋଇଥିବା ତ୍ରୈମାସରେ ଜୋମାଟୋର ରାଜସ୍ୱ ବାର୍ଷିକ ଆଧାରରେ ୭୧ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଛି ।

 

Get real time updates directly on you device, subscribe now.