fbpx

୩% ମହଙ୍ଗା ଭତ୍ତା ବଢାଇ ପାରନ୍ତି କେନ୍ଦ୍ର ସରକାର, ଖୁବ୍‌ଶୀଘ୍ର ହେବ ଘୋଷଣା

ନୂଆଦିଲ୍ଲୀ: ଖୁବଶୀଘ୍ର କେନ୍ଦ୍ରୀୟ କର୍ମଚାରୀ ମାନଙ୍କ ପାଇଁ ବଡ଼ ଘୋଷଣା କରିବାକୁ ଯାଉଛନ୍ତି ସରକାର । ଦେଶରେ ଦରଦାମ୍ ବଢି ଚାଲିଥିବା ବେଳେ ମହଙ୍ଗା ଭତ୍ତା ବଢାଇବାକୁ ନିଷ୍ପତି ନେଇଛନ୍ତି କେନ୍ଦ୍ର ସରକାର । ଏହା ଦ୍ୱାରା ହଜାର ହଜାର ସରକାରୀ କର୍ମଚାରୀ ଏବଂ ପେନସନ୍ ଭୋଗୀ ଉପକୃତ ହେବେ । ବର୍ତ୍ତମାନ ମହଙ୍ଗା ଭତ୍ତା ୪୨ ପ୍ରତିଶତ ଥିବା ବେଳେ ୩% ବୃଦ୍ଧି ପରେ ଏହା ୪୫% ହେବ। ନିକଟରେ ଖାଉଟି ମୂଲ୍ୟ ବୃଦ୍ଧି ଇଣ୍ଡେକ୍ସ(ସିପିଆଇ-ଆଇଡବ୍ଲ୍ୟୁ) ଶ୍ରମିକ ବ୍ୟୁରୋ ଦ୍ୱାରା ପ୍ରକାଶ ପାଇବା ପରେ ଏହି ନିଷ୍ପତି ହେଉଥିବା କୁହାଯାଉଛି ।

ବୃଦ୍ଧି ପାଉଥିବା ଦରଦାମ୍‌କୁ ନଜରରେ ରଖି କ୍ଷତିପୁରଣ ଭାବରେ କେନ୍ଦ୍ର ସରକାର କର୍ମଚାରୀ ମାନଙ୍କୁ ମହଙ୍ଗା ଭତ୍ତା ପ୍ରଦାନ କରୁଛନ୍ତି । ସମୟ ସମୟରେ ସିପିଆଇ-ଆଇଡବ୍ଲ୍ୟୁ କୁ ନଜରରେ ରଖି କେନ୍ଦ୍ର ସରକାର ଏଥିରେ ପରିବର୍ତ୍ତନ କରିଥାନ୍ତି ।

ଜୁନ୍ ମାସର ସିପିଆଇ-ଆଇଡବ୍ଲ୍ୟୁ ଜୁଲାଇ ୩୧ ୨୦୨୩ ତାରିଖରେ ପ୍ରକାଶ ପାଇଛି । ଏହାକୁ ନଜରରେ ରଖି ୪% ମହଙ୍ଗା ଭତ୍ତା ବୃଦ୍ଧି କରିବାକୁ ସରକାରଙ୍କ ପାଖରେ ଦାବି କରାଯାଇଥିଲା । କିନ୍ତୁ ସରକାର ୩% ବଢାଇବାକୁ ସମ୍ମତି ଜଣାଇଛନ୍ତି ବୋଲି ରେଲୱେମ୍ୟାନ୍ ଫେଡେରେସନ୍‌ର ସାଧାରଣ ସମ୍ପାଦକ ଶିବ ଗୋପାଳ ମିଶ୍ର କହିଛନ୍ତି ।

Get real time updates directly on you device, subscribe now.