fbpx

ନ୍ୟାୟର ଦେବତାଙ୍କୁ ପ୍ରସନ୍ନ କରିବେ କିପରି: ଶନିବାର ଦିନ ୯ଟି ଉପାୟରୁ ଗୋଟିଏ କରନ୍ତୁ

ଶନିବାର ଦିନ ଶନିଦେବଙ୍କୁ ସମର୍ପଣ କରାଯାଇଥାଏ । ଯଦି ଶନିଦେବ ଆପଣଙ୍କ ଉପରେ ନାରାଜ ହୁଅନ୍ତି ତେବେ ଆପଣ ରାଜାରୁ ଭିକାରି ପାଲଯିବ । ସେହିପରି ଯଦି ପ୍ରସନ୍ନ ହେବେ ଆପଣଙ୍କ ଜୀବନ ସୁଖ ସମ୍ପଦରେ ଭରିଯିବ । ହିନ୍ଦୁ ଶାସ୍ତ୍ରରେ ଶନିଦେବଙ୍କୁ କର୍ମଫଳ ଦାତା ଓ ନ୍ୟାୟର ଦେବତା ଭାବେ ଗ୍ରହଣ କରାଯାଇଥାଏ । ତେବେ ଶନିଦେବଙ୍କୁ ଖୁସି କରିବା ଏତେ ସହଜ କଥା ନୁହେଁ । ସତ୍ୟ ନିଷ୍ଠ ଓ ପବିତ୍ର ହୃଦୟର ସହ କାର୍ଯ୍ୟ କଲେ ଶନିଦେବ ପ୍ରସନ୍ନ ହୋଇଥାନ୍ତି । ତେବେ ଆପଣମାନେ ଏପରି କିଛି ଉପାୟର ପ୍ରୟୋଗ କରି ଶନିଦେବଙ୍କୁ ପ୍ରସନ୍ନ କରିପାରିବେ ।
୧- ଶନିବାର ଦିନ ତେଲରୁ ନିର୍ମିତ ପଦାର୍ଥ ଭିକାରିକୁ ଦେଲେ ଶନି ପ୍ରସନ୍ନ ହୋଇଥାନ୍ତି ।

୨- ବ୍ରାହ୍ମ ମୁହୂର୍ତ୍ତରେ ଅଶ୍ୱତଥ ଗଛରେ ଜଳ ଚଢ଼ାଇ ‘ଓଁ ଶଂ ଶନୈଶ୍ଚରାୟ ନମ!’ ମନ୍ତ୍ର ଜପ କରି ଗଛକୁ ଛୁଇଁ ପ୍ରଣାମ କରନ୍ତୁ ଓ ସାତ ଥର ପରିକ୍ରମା କରନ୍ତୁ ।

୩- ଶନିବାର ଦିନ ଭିକାରିଙ୍କୁ କଳା ଉରାଦ ଦାନ କରନ୍ତୁ ।

୪- ଶନିବାର ଦିନ ସନ୍ଧ୍ୟାରେ ନିଜ ଘରେ ଗୁଗୁଲର ଧୂମ ଜଳାନ୍ତୁ ।

୫- ଶନିଦେବଙ୍କୁ ପ୍ରସନ୍ନ କରିବା ପାଇଁ ଶନିବାର ଦିନ ଜଳରେ କଳା ଉଡ଼ଦକୁ ପ୍ରବାହିତ କରନ୍ତୁ ।

୬- ଶନିବାର ଦିନ ସନ୍ଦରାକାଣ୍ଡ ପାଠ କଲେ ସର୍ବଶ୍ରେଷ୍ଠ ଫଳ ପ୍ରଦାନ କରିଥାଏ ।

୭- ଶନିବାର ଦିନ ଉଡ଼ଦ, ରାଶି ତେଲ, ଗୁଡ଼ର ଲଡ଼ୁ ତିଆରି କରି ପବନ ବହୁନଥିବା ସ୍ଥାନରେ ପୋତି ଦେଲେ କୃପା ମିଳିଥାଏ ।

୮- ଶନିବାର ରାତିରେ ରକ୍ତ ଚନ୍ଦନରେ ‘ଓଁ ହ୍ୱୀଁ’ ଭୋଜପତ୍ରରେ ଲେଖି ନିୟମିତ ପୂଜା କଲେ ଅପାର ବିଦ୍ୟା ଓ ବୁଦ୍ଧି ପ୍ରାପ୍ତ ହୋଇଥାଏ ।

୯- ଶନିବାର ଦିନ କଳା କୁକୁର, କାଳୀ ଗାଈକୁ ରୋଟି ଏବଂ କଳା ପକ୍ଷୀଙ୍କୁ ଦାନା ଦେଲେ ଜୀବନର ସମଷ୍ଟ ବାଧା ଦୂର ହୋଇଥାଏ ।

Get real time updates directly on you device, subscribe now.