fbpx
BSKY
BJD SHG SKY
BJD YOUTH SKY

ପାଟିର ଦୁର୍ଗନ୍ଧ ପାଇଁ ଚିନ୍ତିତ କି ? ଏହି ଟିପ୍ସ ଦ୍ୱାରା ଶୀଘ୍ର ଦୂର ହେବ ସମସ୍ୟା

ଓଡ଼ିଶା ଭାସ୍କର: ଅଧିକାଂଶ ଲୋକମାନଙ୍କ ପାଟିରୁ ଦୁର୍ଗନ୍ଧ ବାହାରିଥାଏ । ଏହା ଏକ ପ୍ରକାର ରୋଗ ଯାହାକୁ ହେଲିଟୋସିସ୍‌(Halitosis) କୁହାଯାଏ । ସାଧାରଣତଃ ବ୍ୟାକ୍ଟେରିଆ ବୃଦ୍ଧି ହେଲେ ବା ପାଟିକୁ ଠିକ୍ ଭାବରେ ସଫା ନ କରିବା ଦ୍ୱାରା ଦୁର୍ଗନ୍ଧ ବାହାରିଥାଏ । ପାଟିକୁ ଠିକ୍ ଭାବରେ ସଫା କରିଲେ ଏହି ଦୁର୍ଗନ୍ଧ ୩-୪ ଦିନରେ ଚାଲିଯାଏ । କିନ୍ତୁ ଇନଫେକ୍ସନ ହୋଇଗଲେ ଏହି ଦୁର୍ଗନ୍ଧ ସହଜରେ ଛାଡ଼ିନଥାଏ । ଏକ ରିପୋର୍ଟରୁ ପ୍ରକାଶ ଯେ ୪ ଜଣଙ୍କ ମଧ୍ୟରୁ ଜଣେ ମୁଖ ଦୁର୍ଗନ୍ଧର ଶିକାର ହୋଇଥାଏ ।

ପାଟି ଦୁର୍ଗନ୍ଧ ହେବାର କାରଣ କ’ଣ ?

ବିଶେଷଜ୍ଞଙ୍କ ଅନୁଯାୟୀ ସାଧାରଣତଃ ପାଟି ଶୁଷ୍କ ରହିବା କାରଣରୁ ଏହି ସମସ୍ୟା ଦେଖା ଦେଇଥାଏ । ପାଟିରେ ଲାଳ(saliva) ଉତ୍ପନ୍ନ ହେବା କମିଯିବାରୁ ପାଟି ଶୁଷ୍କ ହୋଇଯାଏ । ଅଧିକ ଧୂମପାନ କିମ୍ବା ଔଷଧ ସେବନ କରିବା ଦ୍ୱାରା ପାଟିରେ ଲାଳ କମିଯାଇଥାଏ । ଏହା ବ୍ୟତୀତ ଆପଣଙ୍କୁ ପେଟ ଜନିତ କୌଣସି ସମସ୍ୟା ହୋଇଥିଲେ ପାଟିରେ ଇନଫେକସନର ଆଶଙ୍କା ବୃଦ୍ଧି ପାଇଥାଏ । ଜିଂଜିଭାଇଟିସ୍‌(Gingivitis) କାରଣରୁ ମଧ୍ୟ ପାଟିରେ ଦୁର୍ଗନ୍ଧ ସମସ୍ୟା ଦେଖାଦିଏ ।

ପାଟିରୁ ଦୁଗନ୍ଧ ଦୂର କରିବା ପାଇଁ ଆପଣାନ୍ତୁ ଏହି ଟିପ୍ସ:

– ଦିନରେ ଦୁଇ ଥର ଅତିକମରେ ୨ ମିନିଟ ପର୍ଯ୍ୟନ୍ତ ବ୍ରଶ୍ କରିବା ଅଭ୍ୟାସ କରନ୍ତୁ । ସବୁବେଳେ ଦାନ୍ତର ଉପର ତଳ ଭାବେ ବ୍ରଶ କରନ୍ତୁ ସାଇଡରୁ କରନ୍ତୁ ନାହିଁ । ଏହା ସହ ଜିଭକୁ ବି ସଫା ରଖନ୍ତୁ ।

– ଆଲକୋହଲ ଫ୍ରି ଆଣ୍ଟି ବ୍ୟାକ୍ଟେରିଆଲ ମାଉଥ୍ ୱାଶର ବ୍ୟବହାର କରନ୍ତୁ ।

– ପର୍ଯ୍ୟାପ୍ତ ମାତ୍ରାରେ ପାଣି ପିଅନ୍ତୁ ।

– ନିୟମିତ ଦାନ୍ତର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଯାଞ୍ଚ କରାନ୍ତୁ ।

– ପାଟିରେ ଲାଳର ମାତ୍ରା ବୃଦ୍ଧି କରିବା ପାଇଁ ମଝିରେ ମଝିରେ ସୁଗାର ଫ୍ରି ଚୁଇଂଗମ୍ ଚୋବାନ୍ତୁ । ଏହା ବ୍ୟତୀତ ଲବଙ୍ଗ ବି ସେବନ କରିପାରିବେ ।

– ଅଧିକ ମାତ୍ରାରେ ଫଳ ସହ ଗାଜରର ସେବନ କରିପାରିବେ ।

– ମଦ୍ୟପାନ, ସିଗାରେଟ୍ ଓ କାଫେନ୍ ଯୁକ୍ତ ଖାଦ୍ୟପେୟ ଠାରୁ ଦୂରେଇ ରୁହନ୍ତୁ ।

Get real time updates directly on you device, subscribe now.