fbpx
BJD
BJD SKY
BJD SKY

ମିଛ ସାଙ୍ଗକୁ ଚିହ୍ନିବେ କିପରି ? ଜାଣନ୍ତୁ କିଛି ଟିପ୍ସ…

ଓଡ଼ିଶା ଭାସ୍କର: କୁହାଯାଏ ବନ୍ଧୁତା ହେଉଛି ସବୁ ସମ୍ପର୍କ ଠାରୁ ଭିନ୍ନ । ଜଣେ ଉତ୍ତମ ବନ୍ଧୁ ସମ୍ମୁଖରେ ଆମେ ମନର କଥା ଖୋଲା ଖୋଲି ଭାବରେ ପ୍ରକାଶ କରିଥାଉ । ପ୍ରକୃତ ବନ୍ଧୁ କେବଳ ସୁଖ ସମୟରେ ନୁହେଂ ବରଂ ଦୁଃଖ ସମୟରେ ବି ସଦାବେଳେ ପାଖରେ ଛିଡ଼ା ହୋଇଥାଏ । କିନ୍ତୁ ଆଜିକାଲି ସମସ୍ତେ ନିଜ ମତଲବ ପାଇଁ ବନ୍ଧୁତା ସ୍ଥାପନ କରୁଛନ୍ତି । ଅଧିକାଂଶ ଲୋକେ କିନ୍ତୁ ପ୍ରକୃତ ବନ୍ଧୁ ଏବଂ ମିଛ କହୁଥିବା ବନ୍ଧୁଙ୍କ ଭିତରେ ପାର୍ଥକ୍ୟ ଜାଣିପାରନ୍ତି ନାହିଁ । ଫଳରେ ସେମାନଙ୍କୁ ପରବର୍ତ୍ତୀ ମୁହୂର୍ତ୍ତରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ତେବେ ସମୟ ଥାଉ ଥାଉ ମିଥ୍ୟା ଓ ଖଳ ପ୍ରକୃତି ସାଙ୍ଗମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ନୂଆବର୍ଷ ୨୦୨୪ ପାଇଁ ଆପଣଙ୍କ ରିଜଲ୍ୟୁସନ ତାଲିକାରେ ମିଥ୍ୟା ବନ୍ଧୁମାନଙ୍କ ସହ ଜଡ଼ିତ ନିମ୍ନଲିଖିତ କିଛି କଥା ବି ସାମିଲ କରିବାକୁ ଭୁଲନ୍ତୁ ନାହିଁ :

– ପ୍ରକୃତ ବନ୍ଧୁମାନେ ସବୁବେଳେ ଇମୋସନାଲ ଓ ପ୍ରାକ୍ଟିକାଲ ସପୋର୍ଟ ପ୍ରଦାନ କରିଥାନ୍ତି । ଏଭଳି ବନ୍ଧୁମାନଙ୍କ ଗହଣରେ ରହିଲେ ବ୍ୟକ୍ତି ଚିନ୍ତାମୁକ୍ତ ହେବା ସହ ଖୁସି ଅନୁଭବ କରିଥାଏ । ସେହିପରି ମିଥ୍ୟ ବନ୍ଧୁ ଆପଣଙ୍କ ଦୁଃଖ ସମୟରେ କେବେ ବି ପାଖରେ ରୁହେ ନାହିଁ । ଅଧିକାଂଶ ସମୟରେ ବିଭିନ୍ନ ପ୍ରକାର ବାହାନା କରି ପରିସ୍ଥିତିରୁ ଦୂରେଇବାକୁ ଚେଷ୍ଟା କରିଥାନ୍ତି । ଏପରି ବନ୍ଧୁଙ୍କ ଗହଣରେ ଆପଣ ଅସହଜ ଅନୁଭବ କରିଥାନ୍ତି ।

– ପ୍ରକୃତ ବନ୍ଧୁ ନିସ୍ୱାର୍ଥ ଭାବନାରେ ସମ୍ପର୍କକୁ ସୁଦୃଢ଼ କରିବାକୁ ଚେଷ୍ଟା କରିଥାଏ ଏବଂ କୌଣସି ଘଡ଼ିସନ୍ଧି ମୁହୂର୍ତ୍ତରେ ବନ୍ଧୁତାରୁ ଓହରି ଯାଇନଥାଏ । କିନ୍ତୁ ଅପରପକ୍ଷରେ କିଥ୍ୟ ସାଙ୍ଗମାନେ କେବଳ ଲୋକଦେଖାଣିଆ କରିଥାନ୍ତି ଏବଂ ପ୍ରକୃତ ବିପଦ ସମୟରେ ଗାୟବ ହୋଇଯାନ୍ତି ।

– ଅଧିକାଂଶ କ୍ଷେତ୍ରରେ ବନ୍ଧୁତାର ସମ୍ପର୍କ କେବଳ ୱାନ୍ ସାଇଡ୍ ଟ୍ରାଫିକ ଭଳି ଚାଲିଥାଏ । ଏଭଳି କ୍ଷେତ୍ରରେ ବନ୍ଧୁ ଜଣଙ୍କ କେବଳ ନିଜ କଥା କହିଥାଏ । ସାମ୍ନା ବ୍ୟକ୍ତିର କଥାକୁ ଗୁରୁତ୍ୱ ଦେଇନଥାଏ । ସେମାନେ ନିଜ ଦୁନିଆରେ ଏପରି ବ୍ୟସ୍ତ ଥାନ୍ତି ଯେ ଆପଣଙ୍କୁ ଅଣଦେଖା କରିଥାନ୍ତି । ଏପରି ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଉଚିତ ।

– ପ୍ରକୃତ ବନ୍ଧୁ ବିଶ୍ୱସନୀୟ ଅଟେ । ସେମାନେ ତାଙ୍କ ପ୍ରମିସ୍ ସବୁବେଳେ ପୁରା କରିଥାନ୍ତି କିନ୍ତୁ ଏମିତି ଅନେକ ସାଙ୍ଗ ଅଛନ୍ତିି ଯେଉଁମାନେ କେବଳ ମିଥ୍ୟ ପ୍ରତିଶ୍ରୁତି ଦେଇଥାନ୍ତି । ବେଳେ ଏପରି ସାଙ୍ଗମାନେ ଆପଣଙ୍କ ସିକ୍ରେଟକୁ ଅନ୍ୟମାନଙ୍କ ସାମ୍ନାରେ ପ୍ରକାଶ କରିଥାନ୍ତି । ଏହା ଦ୍ୱାରା ଦୁନିଆ ସାମ୍ନାରେ ଆପଣଙ୍କ ମଜାକ୍ ଉଡ଼ିଥାଏ ।

– ଅନେକ କ୍ଷେତ୍ରରେ ମିଥ୍ୟ ବନ୍ଧୁତା ସ୍ଥାପନ କରୁଥିବା ସାଙ୍ଗମାନେ ଅନ୍ୟମାନଙ୍କ ସାମ୍ନାରେ ଆପଣଙ୍କୁ ଅପମାନିତ କରିବାକୁ ମଧ୍ୟ ପଛାନ୍ତି ନାହିଁ ।

– ଆପଣଙ୍କ ସଫଳତାକୁ ନେଇ ଈର୍ଷା ଭାବନା ରଖୁଥିବା ସାଙ୍ଗମାନଙ୍କ ଠାରୁ ଦୂରେଇ ରୁହନ୍ତୁ । ଏମାନେ ଆପଣଙ୍କ ଉନ୍ନତି ମାର୍ଗରେ ବାଧା ସୃଷ୍ଟି କରିଥାନ୍ତି ।

 

Get real time updates directly on you device, subscribe now.