fbpx
BSKY
BJD MC SKY
BJD YOUTH SKY

ପୂଜା ଘରେ ଶଙ୍ଖ ରଖିଛନ୍ତି କି? ତାହେଲେ ଭୁଲରେ ବି ଏହି କାମ କରନ୍ତୁ ନାହିଁ

ଓଡ଼ିଶା ଭାସ୍କର: ଧାର୍ମିକ ଭାବନା ଅନୁଯାୟୀ ପୂଜା ଘରେ ଶଙ୍ଖ ରଖିବା ଅତ୍ୟନ୍ତ ଶୁଭ ବୋଲି ବିଶ୍ୱାସ କରାଯାଏ । ଏହା ସମୃଦ୍ଧର ରାସ୍ତା ଖୋଲିଥାଏ । ତେବେ ବିଧି ମୁତାବକ ଘରେ ଶଙ୍ଖ ରଖି ପୂଜା କରିବା ଦ୍ୱାରା ଗୃହରେ ଥିବା ନକାରାତ୍ମକ ଶକ୍ତି ନାଶ ଯିବା ସହିତ ଘରେ ଏକ ପବିତ୍ର ତଥା ସକାରାତ୍ମକ ଶକ୍ତିର ସଂଚାର ହୋଇଥାଏ । ସେହିପରି କୁହାଯାଏ ପ୍ରତ୍ୟେକ ଦିନ ଶଙ୍ଖ ବଜାଇବା ଦ୍ୱାରା ଶରୀରରେ ଥିବା ଯାବତୀୟ ରୋଗର ଜୀବାଣୁର କ୍ଷୟ ହୋଇଥାଏ ଏବଂ ଶାରୀରିକ ତଥା ମାନସିକ ଭାବେ ଶରୀର ସୁସ୍ଥ ରହିଥାଏ । ଶଙ୍ଖ ବଜାଇବା ଦ୍ୱାରା ଏବଂ ଶଙ୍ଖର ପବିତ୍ର ଶବ୍ଦ ଶୁଣିବା ଦ୍ୱାରା ମଧ୍ୟ ସମସ୍ତ ପ୍ରକାରର ହୃଦରୋଗ ଭଲ ହୋଇଥାଏ । ତେଣୁ ସମସ୍ତେ ପୂଜା ଘରେ ଶଙ୍ଖ ରଖି ପୂଜା କରିବା ସହ ପୂଜା ସମୟରେ ତାହାକୁ ବଜାଇଥା’ନ୍ତି । ହେଲେ ପୂଜା ଘରେ ଶଙ୍ଖ ରଖିବା ଓ ବଜାଇବାର କିଛି ନିମୟ ରହିଛି । ତେବେ ଆସନ୍ତୁ ଆଜି ଜାଣିବା ପୂଜା ଘରେ ଶଙ୍ଖ ରଖିଥିଲେ କେଉଁ ସବୁ ନିୟମ ମାନିବାକୁ ପଡିବ।

  • ପୂଜା ଘରେ ସର୍ବଦା ନାଲି ବା ହଳଦିଆ ରଙ୍ଗର କପଡାରେ ଗୁଡାଇ କୌଣସି ଏକ ଆସନ ଉପରେ ଶଙ୍ଖ ରଖିବା ଉଚିତ୍ । ଏହା ଶୁଭ ହୋଇଥାଏ ।
  • ସର୍ବଦା ସକାଳ ଏବଂ ସନ୍ଧ୍ୟାରେ ପୂଜା ସମୟରେ ଶଙ୍ଖ ବଜାଇବା ଉଚିତ୍ । କିନ୍ତୁ ଧ୍ୟାନ ଦିଅନ୍ତୁ ପୂଜା ଘରେ କେବେବି ଗୋଟିଏରୁ ଅଧିକ ଶଙ୍ଖ ରଖନ୍ତୁ ନାହିଁ ।
  • ଧାର୍ମିକ ମାନ୍ୟତା ଅନୁଯାୟୀ, ନିଜ ଶଙ୍ଖ ଅନ୍ୟକୁ ଦିଅନ୍ତୁ ନାହିଁ ଏବଂ ଅନ୍ୟ ଶଙ୍ଖ ନିଜେ କଦାପି ବ୍ୟବହାର କରନ୍ତୁ ନାହିଁ ।
  • ହୋଲି ବା ଦୀପାବଳି ଉତ୍ସବ ସମସୟରେ ଘରେ ଶଙ୍ଖ ସ୍ଥାପିତ କରିବା ଶୁଭ ବୋଲି ବିଶ୍ୱାସ କରାଯାଏ । ଶଙ୍ଖ ବଜାଇବା ଦ୍ୱାରା ଘରେ ସକରାକ୍ରମ ଉର୍ଜା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.