fbpx

ଖରା ବଢ଼ୁଥିବାରୁ ଏପ୍ରିଲ ୨ରୁ ହେବ ସକାଳୁଆ ସ୍କୁଲ: ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ

Advertisement

ଓଡ଼ିଶା ଭାସ୍କର: ଏପ୍ରିଲ ୨ରୁ ସକାଳୁଆ ସ୍କୁଲ । ରାଜ୍ୟରେ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର। ସକାଳୁଆ ସ୍କୁଲ କରିବା ପାଇଁ ଆଜି ସରକାରଙ୍କ ପକ୍ଷରୁ ରାଜ୍ୟର ସମସ୍ତ ସ୍କୁଲଗୁଡିକୁ ନିର୍ଦ୍ଦେଶ ଜାରି କରାଯାଇଛି। ତେବେ ଏପ୍ରିଲ ୨ରୁ ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ସକାଳୁଆ ପାଠ ପଠାଯିବ। ସକାଳ ୭ଟାରୁ ପୂର୍ବାହ୍ନ ୧୧.୩୦ ପର୍ୟ୍ୟନ୍ତ କ୍ଲାସ ହେବ ବୋଲି ନିର୍ଦ୍ଦେଶନାମାରେ କୁହାଯାଇଛି।

ସୂଚନା ଥାଉକି, ଶନିବାର ଅର୍ଥାତ ଆଜି ୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଅତିକ୍ରମ କରିଛି। ଆଜି ସବୁଠୁ ଉତ୍ତପ୍ତ ସହର ପାଲଟିଛି ମାଲକାନଗିରି। ଏଠାରେ ତାପମାତ୍ରା ୪୧ ଡ଼ିଗ୍ରୀ ରେକର୍ଡ କରାଯାଇଛି। ଅପରପକ୍ଷେ ବୌଦ୍ଧ ଓ ଟିଟିଲାଗଡରେ ତାପମାତ୍ରା ୪୦.୫ ଡ଼ିଗ୍ରୀ ଛୁଇଁଛି। ସେହିପରି ବଲାଙ୍ଗିରରେ ୪୦.୨ ଡ଼ିଗ୍ରୀ ଓ ନୟାଗଡରେ ୪୦ ଡ଼ିଗ୍ରୀ ରେକର୍ଡ କରାଯାଇଛି। ତାତିରୁ ବର୍ତ୍ତି ପାରିନି ରାଜଧାନୀ ଭୁବନେଶ୍ୱର ଓ କଟକ। ଭୁବନେଶ୍ୱରରେ ୩୭ ଡ଼ିଗ୍ରୀ ଓ କଟକରେ ୩୭.୬ ତାପମାତ୍ରା ଡ଼ିଗ୍ରୀ ରେକର୍ଡ କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏନେଇ ସୂଚନା ଦିଆଯାଇଛି।

Get real time updates directly on you device, subscribe now.