fbpx

ଝିଅଙ୍କୁ କିପରି କରିବେ ଖୁସି.., ଜାଣନ୍ତୁ Googleରେ ଆଉ କଣ ସବୁ ଲୁଚି ଲୁଚି ସର୍ଚ୍ଚ କରନ୍ତି ଅବିବାହିତ ପୁଅମାନେ

ନୂଆଦିଲ୍ଲୀ: ଆଜିର ଦିନରେ ସମସ୍ତେ ଗୁଗୁଲ୍ ବ୍ୟବହାର କରନ୍ତି। ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଗୁଗୁଲରୁ ମିଳିଥାଏ। ଆପଣ କଣ ସର୍ଚ୍ଚ କରୁଛନ୍ତି ତାହା ଅତି ସହଜରେ ଡିଲିଟ କରି ହେବ। କିନ୍ତୁ ଏଥିରୁ ଅନେକ ତଥ୍ୟ ସଞ୍ଚୟ ହୋଇଯାଏ ଏବଂ ତାପରେ ଏହା ସର୍ଭେ ଏବଂ ରିପୋର୍ଟ ପାଇଁ ବ୍ୟବହୃତ ହୁଏ। ସମ୍ପ୍ରତି ଏକ ରିପୋର୍ଟ ଆସିଥିଲା, ଯେଉଁଥିରେ ଜଣାପଡିଛି ଯେ ଗୁଗୁଲରେ ପୁରୁଷ ଏବଂ ପୁଅମାନେ ଗୁଗୁଲରେ କଣ ଅଧିକ ସର୍ଚ୍ଚ ସର୍ଚ୍ଚ କରନ୍ତି। ଯାହା ଆପଣ ମଧ୍ୟ ଜାଣି ଆଶ୍ଚର୍ଯ୍ୟ ହେବେ। ଆସନ୍ତୁ ଦେଖିବା ପୁରୁଷମାନେ ଗୁଗୁଲରେ କଣ ଖୋଜନ୍ତି …

From-Mars.com ର ଏକ ରିପୋର୍ଟ ଅନୁଯାୟୀ, ଗୁଗୁଲରେ ପୁରୁଷମାନଙ୍କ ଦ୍ୱାରା ସର୍ବାଧିକ ସର୍ଚ୍ଚ ହୋଇଥିବା ମଧ୍ୟରୁ ଗୋଟିଏ ହେଉଛି ସେମାନଙ୍କର ଯୌନ ସମ୍ଭନ୍ଧ। ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ପ୍ରାୟ 68 ହଜାର ପୁରୁଷ ଅକ୍ଷମ କି ନୁହେଁ ତାହା ସର୍ଚ୍ଚ କରନ୍ତି। ଏହା ସହିତ, ପୁଅମାନେ ମଧ୍ୟ ଗୁଗୁଲକୁ ପଚାରନ୍ତି ଯେ, କେଶ ଝାଡ଼ିବା, କେଶ ଅଧିକ ବଢେ କି ନାହିଁ ଏବଂ ଦାଢ଼ି ମୋଟା ହେବାର ଉପାୟ କ’ଣ?

ଟୋପି ପିନ୍ଧିବା କେଶକୁ କିପରି ପ୍ରଭାବିତ କରେ?

ପୁରୁଷମାନେ ମଧ୍ୟ ଜାଣିବା ପାଇଁ ଇଛା କରନ୍ତି ଯେ ଟୋପି ପିନ୍ଧିବା ସେମାନଙ୍କ କେଶ ଉପରେ କିପରି ପ୍ରଭାବ ପକାଇଥାଏ। ୱାର୍କଆଉଟ୍ ରୁଟିନ୍, ଶରୀର ନିର୍ମାଣ କିପରି କରିବେ ଏବଂ କେଉଁ ପ୍ରୋଟିନ୍ ପିଇବା ଠିକ ହେବ… ଏହିସବୁ ଗୁଡିକ ଜିନିଷ ପୁଅମାନଙ୍କ ଗୁଗୁଲ୍ ସର୍ଚ୍ଚରେ ମଧ୍ୟରେ ଅନ୍ତର୍ଭୁକ୍ତ।

ସ୍ତନ କର୍କଟ ବିଷୟରେ ଜାଣିବାକୁ ଚାହାନ୍ତି।

ଏହି ରିପୋର୍ଟରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ରିପୋର୍ଟ ଅନୁଯାୟୀ, ପୁରୁଷମାନଙ୍କ ଗୁଗୁଲ୍ ସର୍ଚ୍ଚରେ ସ୍ତନ କର୍କଟ ମଧ୍ୟ ଅନ୍ତର୍ଭୁକ୍ତ ହୋଇଛି। ସ୍ତନ କର୍କଟ ମହିଳାମାନଙ୍କଠାରେ ସାଧାରଣ, କିନ୍ତୁ ପୁଅମାନେ ଜାଣିବାକୁ ଚାହାଁନ୍ତି ଯେ ପୁଅମାନେ ମଧ୍ୟ ସ୍ତନ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି କି; ଏବଂ ଯଦି ଏହା ହୁଏ, ଏହା କିପରି ହୁଏ ଏବଂ ଶତକଡ଼ା ସମ୍ଭାବନା କଣ।

ଝିଅମାନଙ୍କ ବିଷୟରେ ଏହି ସର୍ଚ୍ଚ କରନ୍ତି।

ଗୁଗୁଲରେ ଝିଅମାନଙ୍କ ବିଷୟରେ ପୁଅମାନେ ମଧ୍ୟ ଅନେକ ଜିନିଷ ଜାଣିବାକୁ ଚାହାଁନ୍ତି। ଏହି ରିପୋର୍ଟ ଅନୁଯାୟୀ, ଝିଅମାନେ କିପରି ପ୍ରଭାବିତ ହୋଇପାରିବେ, ଝିଅମାନେ କିପରି ଖୁସି ହେବେ ଏବଂ ସେମାନେ କ’ଣ ପସନ୍ଦ କରନ୍ତି ଏବଂ ନାପସନ୍ଦ କରନ୍ତି ଗୁଗୁଲରେ ପୁଅମାନେ ସର୍ଚ୍ଚ କରନ୍ତି। ପୁଅମାନେ ମଧ୍ୟ ଜାଣିବାକୁ ଚାହାଁନ୍ତି ଯେ ବିବାହ ପରେ ଝିଅମାନେ କଣ କରିବାକୁ ଚାହାନ୍ତି।

Get real time updates directly on you device, subscribe now.