fbpx

ପୋଲିସ ହାତରେ ରୁଚିକାଙ୍କ ପୋଷ୍ଟମର୍ଟମ ରିପୋର୍ଟ: ସେଦିନ ଏମିତି ହୋଇଥିଲା ମୃତ୍ୟୁ

ଭୁବନେଶ୍ୱର: ବହୁ ଚର୍ଚ୍ଚିତ ରୁଚିକା ମୃତ୍ୟୁ ମାମଲାରେ ଆସିଛି ନୂଆ ତଥ୍ୟ । ପୋଲିସ ହାତରେ ଛାତ୍ରୀଙ୍କ ମୃତ୍ୟୁର ପୋଷ୍ଟମର୍ଟମ ରିପୋର୍ଟ ମିଳିଛି । ସେଦିନ ରୁଚିକାଙ୍କର କିପରି ମୃତ୍ୟୁ ହୋଇଥିଲା, ସେ ପ୍ରଶ୍ନର ଉତ୍ତର ପାଇଛି ବଡଗଡ ପୋଲିସ । ପୋଷ୍ଟମର୍ଟମ ରିପୋର୍ଟ ଅନୁସାରେ ତଦନ୍ତକାର୍ଯ୍ୟ ଆଗକୁ ବଢାଇଛି ପୋଲିସ । ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମ ରିପୋର୍ଟରେ ଉଲ୍ଲେଖ କରାଯାଇଛି ।

ସୂଚନା ଅନୁସାରେ, ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ମୃତ୍ୟୁର ପୋଷ୍ଟ ମର୍ଟମ ରିପୋର୍ଟ ଏବେ ପୋଲିସର ହସ୍ତଗତ ହୋଇଛି । ଶ୍ୱାସରୁଦ୍ଧ ହୋଇ ରୁଚିକାଙ୍କ ମୃତ୍ୟୁ ହୋଇଥିବା ନେଇ ପୋଷ୍ଟମର୍ଟମରେ ଉଲ୍ଲେଖ କରାଯାଇଛି । ବେକରେ ରଶି ଲଗାଇ ଝୁଲି ପଡିବାରୁ ତାଙ୍କର ଶ୍ୱାସରୁଦ୍ଧ ହୋଇଥିଲା । ଫଳରେ ପ୍ରାଣ ହରାଇଥିଲେ ରୁଚିକା । ପୋଷ୍ଟମର୍ଟମ ରିପୋର୍ଟ ହାତରେ ଲାଗିବା ପରେ ଏହି ଆଧାରରେ ପୋଲିସ ତଦନ୍ତ ଆଗକୁ ବଢାଇଛି । ସେପଟେ ଝିଅର ନ୍ୟାୟ ପାଇଁ ପରିବାର ସହିତ ବିଭିନ୍ନ ଛାତ୍ର ସଂଗଠନ କଲେଜ ସମ୍ମୁଖରେ ଧାରଣାରେ ବସିଛନ୍ତି ।

Get real time updates directly on you device, subscribe now.