fbpx

ପୁଷ୍ଟିକର କ୍ଷୀର ବି ନେଇପାରେ ଜୀବନ: ମିଶାଯାଉଛି ଏହିସବୁ ଜହର

ଆପଣ ଯଦି ପ୍ରତ୍ୟେକ ଦିନ କ୍ଷୀର ପିଉଛନ୍ତି ତେବେ ବେଳ ଥାଉଁ ସାବଧାନତା ଅବଲମ୍ବନ କରି ନିଅନ୍ତୁ । କାରଣ ଏହି କ୍ଷୀର ଆପଣଙ୍କୁ ସୁସ୍ଥ ରଖିବା ପରିବର୍ତ୍ତେ ଆପଣଙ୍କ ଜୀବନ ନେଇପାରେ । ହୁଏତ ଏହି କଥା ଆବଣଙ୍କୁ ବିଶ୍ୱାସ ନ ହୋଇପାରେ । କାରଣ ଏହି କ୍ଷୀରର ଶୁଦ୍ଧତାକୁ ନେଇ ଉଠିଛି ପ୍ରଶ୍ନ । କ୍ଷୀରରେ କିଛି ବିଷାକ୍ତ ପଦାର୍ଥ ମିଶ୍ରଣ ହେଉଥିବା ଅଭିଯୋଗ ହୋଇଛି ।

ଆପଣ ପ୍ରତିଦିନ ପିଉଥିବା କ୍ଷୀରର ଶୁଦ୍ଧତା ଏବଂ ପ୍ରସ୍ତୁତି ପ୍ରଣାଳୀକୁ ନେଇ ପ୍ରଶ୍ନ ଉଠିଛି । ଏହା ପଛର ରହସ୍ୟ ଏବଂ ପ୍ରକୃତ ତଥ୍ୟ ଯଦି ଆପଣ ଜାଣିବେ ତେବେ ନିଶ୍ଚୟ ଚକିତ ହୋଇଯିବେ । କାରଣ ଆମେ ପିଉଥିବା ଏହି କ୍ଷୀରରେ ମିଶୁଛି ଡିଟରଜେଣ୍ଟ । ଏଭଳି ଅଭିଯୋଗ ଆସିବା ପରେ ଚାଷୀଙ୍କ ଉପରେ ଜରିମାନା କରାଯାଇଛି । ଏଭଳି କରୁଥିବା ଚାଷୀଙ୍କୁ ମୋଟ ୯ଲକ୍ଷ ୩୩ ହଜାର ଟଙ୍କା ଜରିମାନା କରାଯାଇଥିବା ଜାଣିବାକୁ ମିଳିଛି । ମେରଠରୁ ଏଭଳି ଏକ ସାଂଘାତିକ ଅଭିଯୋଗ ଆସିଛି । ଆଉ ଅଭିଯୋଗ ପରେ ଏହାର ଗୁଣବତ୍ତା ନେଇ ପରୀକ୍ଷଣ ହୋଇଥିଲା । ଯାହା ଫଳରେ ପ୍ରକୃତ ସତ୍ୟାସତ୍ୟ ଘଟଣା ସାମ୍ନାକୁ ଆସିଥିଲା ।

ସୂଚନା ଅନୁସାରେ, ଏପ୍ରିଲ ୨୦୨୧ରୁ ମାର୍ଚ୍ଚ ୨୦୨୨ ମଧ୍ୟରେ ଏହି ପରୀକ୍ଷା ପାଇଁ ୨୦୭ଟି କ୍ଷୀରର ନମୁନା ନିଆଯାଇଥିଲା । ସେଥିମଧ୍ୟରୁ ୧୪୪ଟି କ୍ଷୀରର ରିପୋର୍ଟ ଆସିଛି । ଯେଉଁଥିରେ ୫୬ଟି କ୍ଷୀରର ନମୁନା ଅପମିଶ୍ରିତ ବୋଲି ଜଣାପଡ଼ିଛି । ରିପୋର୍ଟରେ ଦର୍ଶାଯାଇଛି କି ୧୬ଟି ନମୁନାରେ ଡିଟରଜେଣ୍ଟ ମିଶାଯାଇଛି । ଅନ୍ୟ ୪୦ଟି କ୍ଷୀରର ମାନ ଠିକ୍ ନଥିବା କୁହାଯାଇଛି ।

ଏନେଇ ଖାଦ୍ୟ ବିଭାଗର ସହକାରୀ କମିଶନର ଅର୍ଚ୍ଚନା ଧୀରାନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ସମୟ ସମୟରେ କ୍ଷୀର ନମୁନା ନିଆଯାଏ । କ୍ଷୀରରେ ଡିଟରଜେଣ୍ଟ ଗୁଡିକର ଚିହ୍ନ ଦେଖିବାକୁ ମିଳିଛି ।

Get real time updates directly on you device, subscribe now.