fbpx

ହୋଲିରେ ଘରେ ତିଆରି କରନ୍ତୁ ପ୍ରାକୃତିକ ରଙ୍ଗ, ରୁହନ୍ତୁ ସୁସ୍ଥ ଓ ସୁରକ୍ଷିତ

ଫାଲଗୁନ ମାସ ପୂର୍ଣ୍ଣିମା ତିଥିରେ ପ୍ରତ୍ୟେକ ବର୍ଷ ହୋଲି ପଡ଼ିଥାଏ । ହିନ୍ଦୁ ଧର୍ମରେ ହୋଲିର ବିଶେଷ ମହତ୍ତ୍ୱ ରହିଥାଏ । ହୋଲିରେ ସମଗ୍ର ଦେଶବାସୀ ଆନନ୍ଦ ଉତ୍ସାହରେ ରଙ୍ଗ ଖେଳିଥାନ୍ତି । ସମୟର ପରିବର୍ତ୍ତନ ସହିତ ହୋଲିର ରଙ୍ଗ ପ୍ରାକୃତିକରୁ କୃତ୍ରିମ ଆଡ଼କୁ ଗତି କଲାଣି । କୃତ୍ରିମ ରଙ୍ଗରେ ବିଭିନ୍ନ ପ୍ରକାର ରାସାୟନିକ ପଦାର୍ଥ ମିଶୁଥିବାରୁ ତାହା ଆମ ଶରୀର ପାଇଁ ହାନୀକାରକ ହୋଇଥାଏ । ଆପଣ ଚାହିଁଲେ ଏହି ହୋଲିରେ ପ୍ରାକୃତିକ ରଙ୍ଗ ନିଜେ ତିଆରି କରି ସୁସ୍ଥ ଓ ସୁରକ୍ଷିତ ରହିପାରିବେ ।

– ହଳଦିଆ ରଙ୍ଗ ଖୁସି, ସମୃଦ୍ଧି ଓ ସୁସ୍ଥତାର ପ୍ରତୀକ ହୋଇଥାଏ । ଘରେ ପ୍ରାକୃତିକ ହଳଦିଆ ରଙ୍ଗ ତିଆରି କରିବା ପାଇଁ ୧ : ୨ ଅନୁପାତରେ ହଳଦୀ ଗୁଣ୍ଡ ଓ ବେସନ ନିଅନ୍ତୁ । ଏହାକୁ ମିଶାଇ ଶୁଖାଇ ଦିଅନ୍ତୁ । ଏଥିରେ ହଳଦିଆ ରଙ୍ଗର ଫୁଲ ଗ୍ରାଇଣ୍ଡିଂ କରି ଓଦା ରଙ୍ଗ ପ୍ରସ୍ତୁତ କରିପାରିବେ ।

– ଲାଲ ରଙ୍ଗ ତିଆରି କରିବା ପାଇଁ ଲାଲ ଚନ୍ଦନ ସହିତ ଚାଉଳ ଗୁଣ୍ଡକୁ ମିଶାନ୍ତୁ । ଯଦି ଆପଣଙ୍କୁ ଓଦା ରଙ୍ଗ ପସନ୍ଦ, ତେବେ ସେଥିରେ ଡାଳିମ୍ବର ଛିଲକା କାଢ଼ି ମିଶ୍ରଣ କରିପାରିବେ ।

– ସବୁଜ ରଙ୍ଗ ତିଆରି କରିବା ପାଇଁ ମେହେନ୍ଦିକୁ ବ୍ୟବହାର କରାଯାଏ । ପ୍ରଥମେ ସବୁଜ ପତ୍ରଧାରୀ ଶାଗକୁ ସିଝାଇ ଦିଅନ୍ତୁ । ସିଝାଇବା ପରେ ପାଣିର ରଙ୍ଗ ସବୁଜ ହୋଇଯିବ । ପରେ ଏଥିରେ ଆପଣ ରଙ୍ଗ ପ୍ରସ୍ତୁତ କରିପାରିବେ ।

Get real time updates directly on you device, subscribe now.