fbpx
BSKY
BJD MC SKY
BJD YOUTH SKY

ଶରୀର ସାରା ଲେଖା ହୋଇଛି ରାମ ନାମ, କିନ୍ତୁ ବାସ୍ତବରେ ଏମାନେ ସଇତାନ, ଜାଣନ୍ତୁ କେମିତି

ଆମ ସମାଜରେ ଭିନ୍ନ ଭିନ୍ନ ସ୍ୱଭାବର ଲୋକ ଦେଖିବାକୁ ମିଳିଥାନ୍ତି । କିନ୍ତୁ ଏପରି କିଛି ଲୋକ ଅଛନ୍ତି ଯେଉଁମାନେ ଉପରକୁ ଅମୃତ ସମାନ ଜଣାପଡ଼ୁଥିଲେ ମଧ୍ୟ ପ୍ରକୃତରେ ସେମାନେ ବିଷ ପରି ହୋଇଥାନ୍ତି । ଛତିଶଗଡ଼ରେ ଏପରି ଏକ ସମ୍ପ୍ରଦାୟର ଲୋକ ଅଛନ୍ତି ଯେଉଁମାନେ ନିଜ ଶରୀର ସାରା ରାମ ଲେଖିଛନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଏହି ସମ୍ପ୍ରଦାୟର ଲୋକେ ଭଗବାନଙ୍କ ଆରାଧନା କରନ୍ତି ନାହିଁ କି ଭୁଲରେ ମଧ୍ୟ କେବେ ମନ୍ଦିର ଯାଆନ୍ତି ନାହିଁ । ଭକ୍ତ ପରି ଉପରକୁ ଦିଶୁଥିବା ଏହି ସମ୍ପ୍ରଦାୟର ଲୋକେ ଚରିତ୍ର ଦୃଷ୍ଟିରୁ ଜଣେ ଜଣେ ସଇତାନ ପରି ହୋଇଥାନ୍ତି ।

ଛତିଶଗଡ଼ରେ ରାମନାମୀ ନାମକ ଏକ ଭିନ୍ନ ସମ୍ପ୍ରଦାୟର ଲୋକ ବାସ କରନ୍ତି । ଏହି ସମ୍ପ୍ରଦାୟର ଲୋକମାନେ ନିଜ ଶରୀର ସାରା ରାମ ନାମକୁ ଟାଟୁ କରିବା ପରମ୍ପରା ରହିଛି । କୁହାଯାଏ, ପ୍ରାୟ ୧୦୦ ବର୍ଷ ପୂର୍ବରୁ ଉଚ୍ଚ ଜାତିର ହିନ୍ଦୁ ଲୋକମାନେ ଏହି ରାମନାମୀ ଲୋକଙ୍କୁ ମନ୍ଦିର ପ୍ରବେଶ ନିଷେଧ କରିଥିଲେ । ସେବେଠାରୁ ଏହି ସମ୍ପ୍ରଦାୟର ଲୋକମାନେ ନିଜ ଶରୀରରେ ରାମ ନାମ ଟାଟୁ କରିଆସୁଛନ୍ତି । ଶରୀରରେ ଟାଟୁ କଲେ ମଧ୍ୟ ରାମନାମୀ ଜାତିର ଲୋକମାନେ କେବେ ମନ୍ଦିର ଯାଆନ୍ତି ନାହିଁ କି କୌଣସି ଦେବାଦେବୀଙ୍କ ପୂଜା କରନ୍ତି ନାହିଁ ।

Get real time updates directly on you device, subscribe now.