fbpx

ଯଦି ଅଭିଭାବକ ପଜିଟିଭ୍ ହୋଇଥାନ୍ତି, ତେବେ ଜାଣନ୍ତୁ କିପରି ନେବେ ପିଲାଙ୍କ ଯତ୍ନ

ବର୍ତ୍ତମାନ ସମଗ୍ର ଦେଶରେ କରୋନା ବଢ଼ିବାରେ ଲାଗିଛି । ଦୈନିକ ସଂକ୍ରମିତଙ୍କ ସଂଖ୍ୟା ୩ ଲକ୍ଷ ପାର୍ ହେଉଛି । ଏହି ପରିପ୍ରେକ୍ଷୀରେ ପରିବାରର ଯେ କେହି କରୋନାରେ ଆକ୍ରାନ୍ତ ହେେଲେ ଅନ୍ୟମାନେ ଏଥିପ୍ରତି ସାବଧାନ ରହିବାକୁ ପଡ଼ିଥାଏ । ଯଦି ପରିବାରର ଅଭିଭାବକମାନେ ପଜିଟିଭ୍ ହୋଇଥାନ୍ତି, ତେବେ ପିଲାମାନଙ୍କ ଯତ୍ନ ନେବା ନିହାତି ଦରକାର । ଆସନ୍ତୁ ଜାଣିବା ସେ ବିଷୟରେ:-

– ଯଦି ଆପଣ ଭୟଙ୍କର ଭାବେ ଆକ୍ରାନ୍ତ ହୋଇଛନ୍ତି, ତେବେ ପ୍ରଥମେ ପିଲାଙ୍କ ଠାରୁ ଘର ଭିତରେ ଦୂରେଇ ରହିବାକୁ ଚେଷ୍ଟା କରନ୍ତୁ । ପିତାମାତା ସଂକ୍ରମିତ ହୋଇଥିଲେ ସନ୍ତାନମାନେ ସଂକ୍ରମିତ ହେବାର ଆଶଙ୍କା ଅଧିକ । ତେଣୁ ନିୟମିତ ପିଲାମାନଙ୍କର ଶରୀରର ତାପମାତ୍ରା ମାପିବାକୁ ଭୁଲନ୍ତୁ ନାହିଁ ।

– ବାପା ଓ ମା’ ଆକ୍ରାନ୍ତ ହୋଇଥିଲେ ପିଲାଙ୍କୁ ଏଥିରୁ ବଞ୍ଚାଇବା ଦମ୍ପତ୍ତିଙ୍କ ଗୁରୁଦାୟିତ୍ୱ ଅଟେ । ତେଣୁ ଘର ଭିତରେ ଉଭୟେ ମାସ୍କ ବ୍ୟବହାର କରନ୍ତୁ । ଯଦି ଛୋଟ ପିଲାଙ୍କ ବୟସ ୨ ବର୍ଷରୁ କମ ହୋଇଥାଏ, ତେବେ ସେମାନଙ୍କୁ ଜବରଦସ୍ତ ମାସ୍କ ପିନ୍ଧାନ୍ତୁ ନାହିଁ, କାରଣ ଏହାଦ୍ୱାରା ସେମାନେ ଅଣନିଃଶ୍ୱାସୀ ହୋଇଯାଇଥାନ୍ତି ।

– ପିଲାଙ୍କ ଠାରେ ଯେପରି ଜଳାଭାବ ଦେଖା ନଦିଏ, ସେଥିପ୍ରତି ଦୃଷ୍ଟି ଦିଅନ୍ତୁ । ନିୟମିତ ବ୍ୟବଧାନରେ ପିଲାଙ୍କୁ ଜଳପାନ କରାନ୍ତୁ । ବାରମ୍ବାର ହାତ ଧୋଇବା ସହ ଆଖପାଖର ବ୍ୟବହୃତ ଜିନିଷଗୁଡ଼ିକୁ ପରିଷ୍କାର ପରିଚ୍ଛନ୍ନ ରଖନ୍ତୁ ।

– ପିଲାଙ୍କ ଠାରେ ଥକ୍କାପଣ, ଆଖି ଲାଲ ହେବା, ଗଳା ଯନ୍ତ୍ରଣା ଆଦି ଲକ୍ଷଣ ପ୍ରତି ଧ୍ୟାନ ଦିଅନ୍ତୁ । ଯଦି କୌଣସି ଲକ୍ଷଣ ଦେଖାଦିଏ ତେବେ ତୁରନ୍ତ ଡାକ୍ତରଙ୍କ ସହ ସମ୍ପର୍କ କରନ୍ତୁ । ପିଲାମାନଙ୍କୁ ମାନସିକ ଭାବେ ଦୃଢ଼ କରିବା ସହ କରୋନା ବିଷୟରେ ସଚେତନ କରାନ୍ତୁ ।

Get real time updates directly on you device, subscribe now.