fbpx

ଘରେ କେମିତି ଲଗାଇବେ ସପୁରୀ, ଜାଣନ୍ତୁ ପୂରା ପ୍ରକ୍ରିୟା

ଓଡ଼ିଶା ଭାସ୍କର ବ୍ୟୁରୋ: ବିବାହ ହେଉ କି କୌଣସି ପୂଜା ପର୍ବ, ଯେତେବେଳେ ବି ଝୁଡ଼ିରେ ନାନା ପ୍ରକାରର ଫଳ ସଜାଯାଏ ସେତେବେଳେ ଝୁଡ଼ିକୁ ଆକର୍ଷଣୀୟ କରିବା ପାଇଁ ସବୁରୀକୁ ମଝିରେ ରଖାଯାଏ । ସପୁରୀରେ ଥିବା ତାର ପତ୍ର ହିଁ ଏହାର ଶୋଭା ବଢ଼ାଇଥାଏ । ସପୁରୀରେ ଥିବା ପତ୍ରକୁ କ୍ରାଉନ୍ ବୋଲି କୁହାଯାଏ । ଏହା ସପୁରୀରେ ଏକ ତାଜ୍ ପରି ସଜେଇ ହୋଇରହିଥାଏ । ଏହି ଫଳକୁ କାଟିବା ସମୟରେ ପ୍ରଥମେ ଏହାର କ୍ରାଉନ୍ କୁ କାଟି ଦିଆଯାଏ ଏବଂ ପରେ ଫାଳ ଫାଳ କରି କାଟି ଖିଆ ଯାଇଥାଏ । କିଛି ଘରେ ସପୁରୀର ଏହି କ୍ରାଉନ୍ ଅଳିଆକୁ ଯାଇଥାଏ ତ କିଛି ଏହାକୁ ସାର ରୂପେ ବ୍ୟବହାର କରନ୍ତି । କିନ୍ତୁ କଣ ଆପଣ ଜାଣିଛନ୍ତି କି ସପୁରୀର ଏହି କ୍ରାଉନ୍ ରୁ ସପୁରୀ ଗଛ ଲଗାଯାଇପାରିବ । ତେବେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯେ, କିପରି ଘରେ ହେଉ କି ଚାଷ ଜମିରେ ସପୁରୀର ପତ୍ରରୁ ଗଛ ଲଗାଇପାରିବେ ।

ସପୁରୀରେ ବିଭିନ୍ନ ପ୍ରକାରର ଭିଟାମିନ୍ ରହିଥାଏ । ଯାହା ଆମ ଶରୀର ପାଇଁ ଖୁବ୍ ଉପକାରୀ । ଏହାର ସ୍ୱାଦ ବି ଅନ୍ୟ ଫଳ ତୁଳନାରେ ଖୁବ୍ ଅଲଗା । ଏଥିରେ ଭିଟାମିନ୍-ଏ ଓ ଭିଟାମିନ୍-ସି ଭରପୁର ମାତ୍ରାରେ ରହିଥାଏ । ଏହାବ୍ୟତୀତ ଏଥିରେ ପୋଟାସିୟମ୍, ଫାଇବର୍, ଫସଫରସ୍ ଓ କ୍ୟାଲସିୟମ୍ ଅଧିକ ମାତ୍ରାରେ ରହିଥାଏ । ଏହିସବୁ ତତ୍ତ୍ୱ ଶରୀର ଖୁବ୍ ଉପଯୋଗୀ । ତେବେ ଯଦି ଏହିଭଳି ଏକ ଗଛକୁ ଘରେ ଲଗାଇପାରିବେ ତାହେଲେ କେତେ ଭଲ ହେବ । ତେବେ ଚାଲନ୍ତୁ ଜାଣିବା ଘରେ କିପରି ଲଗାଇପାରିବେ ସପୁରୀ ଗଛ ।

 

ଆପଣ ବଜାରରୁ ସପୁରୀ କିଣିବା ସମୟରେ ଧ୍ୟାନ ରଖିବେ ଯେ, ଏଥିରେ ଥିବା କ୍ରାଉନ୍ ର ପତ୍ର ସବୁ ଯେପରି ଠିକ୍ ଥିବା ଖରାପ ହୋଇନଥିବ । ପ୍ରଥମେ ଏହି ପତ୍ରକୁ କାଢ଼ିଦିଅନ୍ତୁ । ଏବେ ଏହି କ୍ରାଉନ୍ ର ତଳଭାଗରୁ ପାଖାପାଖି ଦେଢ଼ ଇଞ୍ଚରେ ଥିବା ସବୁ ପତ୍ରକୁ ବାହାର କରିଦିଅନ୍ତୁ । ପତ୍ରକୁ କାଢ଼ିବା ପରେ ଏହାକୁ କୌଣସି ଏକ ଛାଇ ସ୍ଥାନରେ ରଖି ସୁଖାଇ ଦିଅନ୍ତୁ । ଆଉ ଏହାକୁ ତୁରନ୍ତ ମାଟିରେ ପୋତିଦିଅନ୍ତୁ ନଚେତ୍ ଏହା ସଢ଼ିଯିବ ।

 

 

୧. ଏହାକୁ ପୋତିବା ପାଇଁ ୨୪ ଇଞ୍ଚର ଗମଲା ନିଅନ୍ତୁ । ଯାହାର ତଳ ଭାଗରେ ଛୋଟ ହୋଲ୍ କରନ୍ତୁ ।
୨. ମାଟି ମିଶ୍ରଣ କରିବା ପାଇଁ ଆପଣ ୫୦% ସାଧାରଣ ଉଦ୍ୟାନ ମାଟି, ୨୫% ବାଲି ଏବଂ ୨୫% ପୃଥିବୀ କୀଟ କମ୍ପୋଷ୍ଟ କିମ୍ବା ଗାଇ ଗୋବର ନିଅନ୍ତୁ ।
୩. ଏହି ତିନିଟି ଜିନିଷକୁ ଭଲ ଭାବରେ ମିଶାନ୍ତୁ ।
୪. କ୍ରାଉନ୍ କୁ ୩ରୁ ୪ ଘଣ୍ଟା ଶୁଖାଇବା ପରେ ଗମଲାରେ ଲଗାନ୍ତୁ ।
୫. କ୍ରାଉନ୍ ର ଯେଉଁ ଅଂଶରୁ ପତ୍ର ବାହାର କରିଥିଲେ କେବଳ ସେହି ଅଂଶକୁ ମାଟିରେ ପୋତନ୍ତୁ, ।
୬. ଉପରର ବଡ଼ ପତ୍ର ସବୁକୁ ବାହାରକୁ ରଖି ଭଲ ଭାବରେ ମାଟିରେ ପୋତିଦିଅନ୍ତୁ ।
୭. ଏହାପରେ ଉପର ପଟରୁ ପାଣି ସ୍ପ୍ରେ କରନ୍ତୁ । ଏହାପରେ ଗମଲାକୁ ଖରାରେ ନ ରଖି କିଛି ସମୟ ଛାଇରେ ରଖିଦିଅନ୍ତୁ ।
୮. ଯେତେବେଳେ ଉପର ଗମଲାର ଉପର ପତ୍ର ଗୁଡ଼ିକ ଗାଢ଼ ସବୁଜ ରଙ୍ଗର ହୋଇଯିବ ସେତେବେଳେ ଆପଣ ମାନେ ଜାଣିଯିବେ ଯେ, ଗଛ ମୂଳ ବିକଶିତ ହେଉଛି
୯. ଏହାପରେ ଗମଲାକୁ ଖରାରେ ରଖିପାରିବେ । ଏହାକୁ ନିୟମିତ ପାଣି ଦିଅନ୍ତୁ ।

Get real time updates directly on you device, subscribe now.