fbpx

ଓଡ଼ିଶାରେ କ୍ରପ୍ ଡାଇଭର୍ସିଟି ଯୋଜନା ଆରମ୍ଭ, ମୁଖ୍ୟମନ୍ତ୍ରୀ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କ୍ରପ୍ ଡାଇଭର୍ସିଟି ପ୍ରୋଗ୍ରାମ ବା ଫସଲର ବିବିଧିକରଣ କରାଯିବା ପାଇଁ ଯୋଜନା ଆରମ୍ଭ ହୋଇଯାଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏହା ସୋମବାର ଲଞ୍ଚ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି ଜିଲ୍ଲାକୁ ନିଆଯାଇଥିବାବେଳେ ଅଣ ଧାନ ଚାଷକୁ ଗୁରୁତ୍ୱ ଦିଆଯାଇଛି । ଯେଉଁ ଚାଷରେ ଚାଷୀ ଅଧିକ ରୋଜଗାର କରିବ ସେଥିପାଇଁ ବ୍ୟବସ୍ଥା କରାଯାଇଛି ।

ଏନେଇ କୃଷିମନ୍ତ୍ରୀ ଅରୁଣ ସାହୁ କହିଛନ୍ତି ଯେ ଯେଉଁଠି ଉଠା ଜଳସେଚନର ସୁବିଧା ଅଛି ଏବଂ ଚାଷୀମାନେ ସାଧାରଣରେ ପାଣି ପାଇପାରିବେ ସେହି ସବୁ ସ୍ଥାନରେ ଏହି ବ୍ୟବସ୍ଥା କରାଯାଇଛି । ବିଶେଷକରି ଉପରୋକ୍ତ ୪ ଜିଲ୍ଲାର ୧୦୧ଟି ଗ୍ରାମ, ୨୭ଟି ପଞ୍ଚାୟତ, ୭ଟି ବ୍ଲକରେ ୧୨ ହଜାରରୁ ଊର୍ଦ୍ଧ୍ୱ ଚାଷ ଜମିକୁ ପ୍ରଥମ ପର୍ଯ୍ୟାୟରେ ଅନ୍ତର୍ଭୁକ୍ତ କରାଯାଇଛି । ଅନ୍ୟପକ୍ଷରେ ଏଥର ଇନପୁଟ୍ ସୁବିଧା ସିଧସଳଖ ଚାଷୀଙ୍କ ଆକାଣ୍ଟାଣ୍ଟକୁ ପଠାଯିବ । ଏଥିପାଇଁ ଏଗ୍ରି ପୋର୍ଟାଲ ମଧ୍ୟ ଲୋକାର୍ପିତ ହେଇଛି । ଖରିପ୍ ଓ ରବିରେ ମଧ୍ୟ ଏହି ଚାଷ କରାଯାଇ ପାରିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି ।

ଅନ୍ୟପକ୍ଷରେ ସାର ନିଅଣ୍ଟ ସମ୍ପର୍କରେ ମଧ୍ୟ କହିଛନ୍ତି ମନ୍ତ୍ରୀ ଶ୍ରୀ ସାହୁ । ସେ କହିଛନ୍ତି ଯେ- ମୁଁ ଯାହା ଜାଣିଛି ମୁଖ୍ୟମନ୍ତ୍ରୀ ଚିଠି ଲେଖିଥିଲେ ଓ ଆମ ସାଂସଦମାନେ ମଧ୍ୟ କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିଥିଲେ । ଆଉ ଏବେ ସେମାନେ ସାର ପଠେଇବାର ବନ୍ଦୋବସ୍ତ କରୁଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସାହୁ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.