fbpx
BJD SKY
BJD SKY

ଗର୍ଭାବସ୍ଥାରେ ଥଣ୍ଡା ଓ କାଶ ଯନ୍ତ୍ରଣା ଦେଉଛି କି ? ଆପଣାନ୍ତୁ ଏହି ଘରୋଇ ଉପଚାର

BJD

ଶୀତ ଦିନରେ ଥଣ୍ଡା, କାଶ, ଫ୍ଲୁ ହେବା ସାଧାରଣ କଥା । ଏହି ସମୟରେ ଶରୀରରେ ରୋଗପ୍ରତିରୋଧକ କ୍ଷମତା ହ୍ରାସ ପାଇଥାଏ । ତେଣୁ ଭାଇରାଲ ସଂକ୍ରମଣ ବ୍ୟାପିବାର ମାତ୍ରା ବୃଦ୍ଧି ପାଇଥାଏ । ଅନେକ ସମୟରେ ଲୋକମାନେ ଭାଇରାଲ ସଂକ୍ରମଣରୁ ମୁକ୍ତି ପାଇବା ପାଇଁ ଔଷଧ ସେବନ କରିଥାନ୍ତି । କିନ୍ତୁ ଯଦି ଆପଣ ପ୍ରେଗନେଣ୍ଟ ଅଛନ୍ତି ତେବେ ଏପରି କରିବା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ସାଧାରଣତଃ ଡାକ୍ତରଙ୍କ ପରାମର୍ଶ ବିନା ଗର୍ଭବତୀ ମହିଳାମାନଙ୍କୁ କୌଣସି ମେଡିସିନ୍ ସେବନ କରିବା ଉଚିତ ନୁହେଁ । ଏହା ସେମାନଙ୍କ ସନ୍ତାନ ଉପରେ କୁପ୍ରଭାବ ପକାଇଥାଏ । ଏମିତି କିଛି ଘରୋଇ ଉପଚାର ଅଛି ଯାହାର ପାଳନ କରିଲେ ଔଷଧ ସେବନ କରିବାର ଆବଶ୍ୟକ ହୋଇନଥାଏ । ଏହା ଦ୍ୱାରା ଆପଣ ନିଜକୁ ସର୍ଦ୍ଦି, ଥଣ୍ଡା ଓ କାଶରୁ ରକ୍ଷା ପାଇପାରିବେ ।

– ଅଧିକାଂଶ ସମୟ ନିଜକୁ ହାଇଡ୍ରେଟ୍ ରଖନ୍ତୁ । ପାଣି, ଜୁସ, କିମ୍ବା ସୁପ୍‌ର ସେବନ ମଧ୍ୟ କରିପାରିବେ ।

– ଅନେକ କ୍ଷେତ୍ରରେ ସ୍ଟିମ୍ ନେବା ଫଳପ୍ରଦ ହୋଇଥାଏ । ଏହା ଦ୍ୱାରା ଛାତିରେ ଜମା କଫ ସହଜରେ ବାହାରି ଆସିଥାଏ ।

– ନଡ଼ିଆ ତେଲରେ ଏଣ୍ଟି- ଫଙ୍ଗସ୍‌, ଏଣ୍ଟି- ବ୍ୟାକଟେରିଆ ଏବଂ ଏଣ୍ଟି- ଭାଇରସ ଗୁଣ ରହିଛି ଯାହା ଇମ୍ୟୁନ୍ ସିଷ୍ଟମକୁ ମଜବୁତ କରିଥାଏ । କୌଣସି ଉଷୁମ ପାନୀୟରେ ଗୋଟିଏ ଚାମୁଚ ନଡ଼ିଆ ତେଲ ମିଶାଇ ସେବନ କରିବା ଦ୍ୱାରା ଥଣ୍ଡା ଓ କାଶରୁ ଉପସମ ମିଳିଥାଏ ।

– ଏକ ଗ୍ଲାସ ଉଷୁମ ପାଣିରେ ଏପଲ ସିଡର ଭିନେଗାର ମିଶାଇ ସେବନ କରିବା ଥଣ୍ଡାରୁ ଉପସମ ଦେଇଥାଏ । ଏଥିରେ ଥିବା ଏଲ୍କେଲାଇନ୍ ଗୁଣ ଭାଇରସକୁ ନଷ୍ଟ କରିଥାଏ ।

– ସର୍ଦ୍ଦି, କାଶ ବା କଣ୍ଠରେ ଯନ୍ତ୍ରଣା ରହିଲେ ହାଲୁକା ଉଷୁମ ପାଣିରେ ଲୁଣ ମିଶାଇ ଗାର୍ଗେଲିଂ କରିପାରିବେ । ଏହା ଗଳାର ଖିଚ୍‌ଖିଚ୍‌ରୁ ଉପସମ ଦେଇଥାଏ । ଦିନରେ ୩-୪ ଥର ଗାର୍ଗେଲ କରନ୍ତୁ ।

– ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ସେବନ କରିବା ଦ୍ୱାରା ସର୍ଦ୍ଦି, କାଶରୁ ଉପସମ ମିଳିଥାଏ ।

– ଗର୍ଭାବସ୍ଥା ସମୟରେ ପିଆଜ ଥଣ୍ଡା ଓ କାଶ ପାଇଁ ଉତ୍ତମ ଅୟୁର୍ବେଦିକ ଉପଚାର ଭାବେ କାର୍ଯ୍ୟ କରିଥାଏ । ଏଥିରେ ସଲ୍‌ଫେନିକ୍ ଏସିଡ଼ ରହିଛି ଯାହା ଭାଇରସ ଏବଂ ବ୍ୟାକ୍ଟେରିଆରୁ ରକ୍ଷା କରିଥାଏ । ପିଆଜ ଠାରୁ ଆଲର୍ଜୀ ଥିଲେ ଏହି ଉପାୟରୁ ଦୂରେଇ ରୁହନ୍ତୁ ।

ତେବେ ଗର୍ଭାବସ୍ଥା ସମୟରେ ସର୍ଦ୍ଦି, କାଶ ଏବଂ ଅନ୍ୟାନ୍ୟ ଭାଇରାଲ ଜନିତ ସଂକ୍ରମଣରୁ ଦୂରେଇ ରହିବା ପାଇଁ କିଛି ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।

– ନିୟମିତ ବ୍ୟବଧାନରେ ସ୍ୱଚ୍ଛତା ଉପରେ ଗୁରୁତ୍ୱ ଦିଅନ୍ତୁ । ଯେତେଦୂର ସମ୍ଭବ ହାତକୁ ପରିଷ୍କାର ରଖନ୍ତୁ । ଏହା ଦ୍ୱାରା ଭାଇରାଲ ସଂକ୍ରମଣ ଆପଣଙ୍କ ଶରୀରରେ ପ୍ରବେଶ କରି ନଥାଏ ।

– ନିଜ ଇମ୍ୟୁନ୍ ସିଷ୍ଟମକୁ ମଜବୁତ କରିବା ପାଇଁ ସନ୍ତୁଳିତ ଆହାର ସେବନ କରନ୍ତୁ । ଏଥିପାଇଁ ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ହେଲ୍‌ଦୀ ଡାଇଟ୍ ଚାର୍ଟ ପ୍ରସ୍ତୁତ କରିପାରିବେ ।

– ଅତି ଆବଶ୍ୟକ ନଥିଲେ ବାହାରକୁ ବାହାରନ୍ତୁ ନାହିଁ । ଅଧିକରୁ ଅଧିକ ଆରାମ କରନ୍ତୁ ।

– ବିଶେଷଜ୍ଞଙ୍କ ପରାମର୍ଶ ଅନୁଯାୟୀ ନିୟମିତ ବ୍ୟାୟାମ ବା ଯୋଗାସନ କରିପାରିବେ ।

Get real time updates directly on you device, subscribe now.