fbpx

Aadhaar Cardରେ ମଧ୍ୟ ହୋଇଥାଏ ଲକ୍ଷାଧିକ ଟଙ୍କାର ଠକେଇ: ଏଥିରୁ ବର୍ତ୍ତିବା ପାଇଁ ଫଲୋ କରନ୍ତୁ ଏହି ୧୦ଟି ପଏଣ୍ଟ

ଆଧାର କାର୍ଡ କେବଳ ଏକ ପରିଚୟ ପତ୍ର ନୁହେଁ, ଏହା ବ୍ୟାଙ୍କିଂ ସହ ସମସ୍ତ ସରକାରୀ ଯୋଜନାର ଲାଭ ପାଇବା ପାଇଁ ଏକ ବାଧ୍ୟତାମୂଳକ ଡକ୍ୟୁମେଣ୍ଟ । ଆଧାରର ଡାଟାବେସ୍ ସମ୍ପୂର୍ଣ୍ଣ ସୁରକ୍ଷିତ ନେଇ ଭାରତୀୟ ସ୍ୱତନ୍ତ୍ର ପରିଚୟ ପ୍ରାଧିକରଣ (ୟୁଆଇଡିଏଆଇ) ପକ୍ଷରୁ କୁହାଯାଇଛି । ଦିନକୁ ଦିନ ବ୍ୟାଙ୍କିଂ ଠକାମି ବଢ଼ିଚାଲିଥିବାରୁ ଆଧାରର ସୁରକ୍ଷା ନିହାତି ଜରୁରୀ ହୋଇପଡ଼ିଛି । ତେଣୁ ଆପଣ ଏଭଳି ୧୦ଟି ଟିପସ୍ ଫଲୋ କରି ଫ୍ରଡରୁ ବର୍ତ୍ତି ପାରିବେ ।

୧- କେବେ କୌଣସି କୌଣସି ଅଜଣା ବ୍ୟକ୍ତିଙ୍କୁ ନିଜର ଆଧାର ନମ୍ବର ଦିଅନ୍ତୁ ନାହିଁ ।

୨- ନିଜର ୱାନ୍ ଟାଇମ୍ ପାସୱାର୍ଡ (ଓଟିପି) କୌଣସି ବ୍ୟକ୍ତି ବା ଏଜେନ୍ସି ସହ ଶେୟାର କରନ୍ତୁ ନାହିଁ । ୟୁଆଇଡିଏଆଇ ପକ୍ଷରୁ କେବେ ବି କୌଣସି କଲ, ଇମେଲ, ଏସଏମଏସ ଜରିଆରେ ଓଟିପି ମଗାଯାଏ ନାହିଁ ।

୩- ଆଧାରକୁ ଡିଜିଟାଲ କାର୍ଡର ମାନ୍ୟତା ମିଳିଥିବା ବେଳେ ଏହାକୁ ପ୍ରିଣ୍ଟ କରିବା ଅପେକ୍ଷା ଆପଣ ନିଜ ମୋବାଇଲ ବା ଲାପଟପରେ ଡିଜିଟାଲ କପି ସେଭ୍ କରି ରଖନ୍ତୁ ।

୪- ବେସିକ ଭେରିଫିକେସନ ଓ ଅନ୍ୟ ଫିଚର୍ସ ପାଇଁ ନିଜର ମୋବାଇଲ ନମ୍ବର ପଞ୍ଜୀକୃତ କରନ୍ତୁ ।

୫- ବ୍ୟାଙ୍କ ଆକାଉଣ୍ଟ ଖୋଲିବା ସମୟରେ ନିଜର ଆଧାର କାର୍ଡର ଫଟୋକପି ଶେୟାର ଯଦି କରୁଥାନ୍ତି, ତେବେ ‘ଆଇଡେଣ୍ଟିଟି ପ୍ରୁଫ ଫର ଆକାଉଣ୍ଟ ଓପନିଂ ଓନଲି’ ମେନସନ୍ କରନ୍ତୁ ।

୬- ଆପଣ ୟୁଆଇଡିଏଆଇ ୱେବସାଇଟକୁ ଯାଇ ନିଜର ଆଧାର କାର୍ଡର ହିଷ୍ଟ୍ରିକୁ ଟ୍ରାକ୍ କରିପାରିବେ । ଏହାଫଳରେ ଆପଣଙ୍କ କାର୍ଡ କେଉଁଠି ଉପଯୋଗ ହୋଇଛି ସେ ବିଷୟରେ ଅବଗତ ହୋଇପାରିବେ ।

୭- ଅଫିସିଆଲ ୱେବସାଇଟରେ ଆପଣ ମଧ୍ୟ ବାୟୋମେଟ୍ରିକ ଲକ ବା ଅନଲକ କରିପାରିବେ । ଫଳରେ ଆଧାର ଡାଟା ପ୍ରାଇଭେସି ସୁରକ୍ଷିତ ରହିବ ।

୮- ଆପଣ ନିଜର ଆଧାର ଟ୍ରାଞ୍ଜାକସନ ବିଷୟରେ ଜାଣିବା ପାଇଁ ୱେବସାଇଟକୁ ଯାଇ ଚେକ କରିବା ଦରକାର ।

୯- ନିଜର ଆଧାର ଡିଟେଲ୍ସ କେବଳ ୟୁଆଇଡିଏଆଇ ଅଥରାଇଜଡ ସେଣ୍ଟରକୁ ଯାଇ ଅପଡେଟ୍ କରନ୍ତୁ ।

୧୦- ନିଜର ଆଧାର ନମ୍ବରକୁ ସୋସିଆଲ ମିଡ଼ିଆରେ ଶେୟାର କରନ୍ତୁ ନାହିଁ ।

Get real time updates directly on you device, subscribe now.