fbpx

ଦକ୍ଷିଣ ଆଫ୍ରିକାରୁ ଦିଲ୍ଲୀ ଦେଇ ମୁମ୍ବାଇରେ ପହଞ୍ଚିଲା ‘ଓମିକ୍ରନ’, ଏତେ ଲୋକ ହୋଇଗଲେ ସଂକ୍ରମିତ

ନୂଆଦିଲ୍ଲୀ: ଦେଶରେ କରୋନାର ନୂଆ ଭାରିଆଣ୍ଟ ‘ଓମିକ୍ରନ’ ଧିରେ ଧିରେ ନିଜର କାୟା ବିସ୍ତାର କରିବାରେ ଲାଗିଛି । ଭାରତରେ ଓମିକ୍ରନର ୪ ରୋଗୀ ଚିହ୍ନଟ ହୋଇଛନ୍ତି । ମୁମ୍ବାଇର କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲଟି କମିଶନର ଡ. ସୂର୍ଯ୍ୟବଂଶୀ କହିଛନ୍ତି ଯେ, କଲ୍ୟାଣ ଡୋମ୍ବିଭଲି ସହରରେ ବିଦେଶରୁ ଆସିଥିବା ୬ ନାଗରିକ କରୋନା ସଂକ୍ରମିତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ନାଇଜରିଆ, ଜଣେ ନେପାଳ ଓ ଆଉ ଜଣେ ରୁଷରୁ ଆସିଥିବା ଜଣାପଡିଛି । କିନ୍ତୁ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଜଣେ ନାଗରିକଙ୍କ ରିପୋର୍ଟ ପଜିଟିଭ୍ ଆସିଛି ।

ମୁମ୍ବାଇ ନିକଟସ୍ଥ କଲ୍ୟାଣ ଡୋମ୍ବିଭାଲି ସହରରେ ବିଦେଶରୁ ନାଗରିକଙ୍କ ସଂଖ୍ୟା କ୍ରମାଗତ ଭାବେ ବଢ଼ିବାରେ ଲାଗିଛି । ନିକଟରେ ୬ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି । ତାଙ୍କୁ କୋଭିଡ ହସ୍ପିଟାଲରେ ଆଇସୋଲେଟ କରାଯାଇ କ୍ୱାରେଣ୍ଟାଇନରେ ରଖାଯାଇଛି ।

ତେବେ ୨୭ ନଭେମ୍ବରରେ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଓମିକ୍ରନରେ ପୀଡିତ ରୋଗୀ ଦିଲ୍ଲୀରୁ ମୁମ୍ବାଇ ଓ ପରେ ଡୋମ୍ବିଭଲିକୁ ଆସିଥିଲେ, ପରେ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଇଛି । ଏହି ପରିପ୍ରେକ୍ଷୀରେ କଲ୍ୟାଣ ଡୋମ୍ବିଭଲି ମ୍ୟୁନିସିପାଲିଟି କମିଶନର ସୂର୍ଯ୍ୟବଂଶୀ ସୂଚନା ଦେଇଛନ୍ତି ଯେ, ଦକ୍ଷିଣ ଆଫ୍ରିକାରୁ ଆସିଥିବା ଏହି ରୋଗୀଙ୍କ ସହ ସମ୍ପର୍କରେ ଆସିଥିବା ବିମାନ ଯାତ୍ରୀଙ୍କ ରିପୋର୍ଟ ନେଗେଟିଭ ଆସିଛି । ତାଙ୍କ ସମ୍ପର୍କୀୟଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି । ସେ ଯେଉଁ ଓଲାରେ ଆସିଥିଲେ, ତାହାର ଡ୍ରାଇଭରଙ୍କ ରିପୋର୍ଟ ମଧ୍ୟ ନେଗେଟିଭ୍ ଆସିଛି ।

Get real time updates directly on you device, subscribe now.