fbpx

ବୈବାହିକ ସମ୍ପର୍କରେ ଫାଟ ସୃଷ୍ଟି ନହେବା ପାଇଁ ଆପଣାନ୍ତୁ ଏହି ଟିପ୍ସ

ମିଛ, ବେଇମାନୀ ଏବଂ କ୍ରୋଧ ସମ୍ପର୍କକୁ ଖରାପ କରିଥାଏ । କିନ୍ତୁ ବୈବାହିକ ସମ୍ପର୍କକୁ ସୁଦୃଢ଼ କରିବା ପାଇଁ ଏହାବ୍ୟତିତ ଅନ୍ୟ କିଛି ବିଷୟ ଉପରେ ମଧ୍ୟ ଧ୍ୟାନ ଦେବାକୁ ପଡ଼ିଥାଏ । ଆସନ୍ତୁ ଜାଣିବା ଏପରି ୪ଟି କାରଣ ଯାହା ପାଇଁ ବୈବାହିକ ସମ୍ପର୍କ ମଧ୍ୟ ଖରାପ ହୋଇଥାଏ
ଛୋଟ ଛୋଟ ପ୍ରସଙ୍ଗକୁ ନେଇ ପରସ୍ପର ଲଢ଼ିବା
ଯଦି ଆପଣ ଉଭୟ ଛୋଟ ଛୋଟ ପ୍ରସଙ୍ଗକୁ ନେଇ ପରସ୍ପର ସହ ଲଢ଼େଇ କରୁଥାନ୍ତି ତେବେ ଏଥିରୁ ଦୂରେଇ ରୁହନ୍ତୁ । ଶାନ୍ତିପୂର୍ଣ୍ଣ ଉପାୟରେ ଆଲୋଚନା ମାଧ୍ୟମରେ ଏପରି ପ୍ରସଙ୍ଗର ସମାଧାନ ବାହାର କରିହେବ ।
ପାର୍ଟନରକୁ ସ୍ପେଶ ନଦେବା
କୌଣସି ବି ରିଲେସନରେ ଆବଶ୍ୟକତାଠାରୁ ଅଧିକ କଟକଣା କରିବା ଫଳରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ପାର୍ଟନରଙ୍କ ଉପରେ ଆଖି ରଖିବା ଭଲ । ତାଙ୍କ ଭଲ ମନ୍ଦ କହିବା ମଧ୍ୟ ଠିକ୍ । କିନ୍ତୁ ଏହା ଆବଶ୍ୟକତାଠାରୁ ଅଧିକ ହେଲେ ଧିରେ ଧିରେ ପରିସ୍ଥିତି ବିଗିଡ଼ିଥାଏ । ନିଜ ପାର୍ଟନରଙ୍କୁ ନେଇ ଅତ୍ୟଧିକ ପଜେସିଭ୍ ହେଲେ ତାହା ଅନେକ କ୍ଷେତ୍ରରେ ହାନୀକାରକ ମଧ୍ୟ ସାବ୍ୟସ୍ତ ହୋଇଥାଏ ।
ପୁରୁଣା କଥାରେ ଝଗଡ଼ା କରିବା
ପ୍ରତ୍ୟେକ ସମ୍ପର୍କରେ ଛୋଟ ମୋଟ ଝଗଡ଼ା ହୋଇଥାଏ । ପରସ୍ପରକୁ ବୁଝି ସମ୍ପର୍କକୁ ମଜବୁତ କରିବା ଦରକାର । ଯଦି ଆପଣ ଉଭୟ ପୁରୁଣା କଥାକୁ ନେଇ ପରସ୍ପର ସହ ଝଗଡ଼ା କରୁଥାନ୍ତି ତେବେ ଏଥିରୁ ଦୂରେଇ ରୁହନ୍ତୁ । ବାରମ୍ବାର ଏପରି ଝଗଡ଼ା ଫଳରେ ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ ।
ପରସ୍ପରକୁ ଆଭଏଡ୍ କରିବା
ମନେରଖନ୍ତୁ ଆଜି ଆପଣ ଯାହାକୁ ଆଭଏଡ୍ କରୁଛନ୍ତି ତାଙ୍କୁ ପାଇବା ପାଇଁ ଆପଣଙ୍କୁ ଅନେକ ପରିଶ୍ରମ କରିବାକୁ ପଡ଼ିଛି । ଏପରି କରିିବା ପରେ ହିଁ ଆପଣ ତାଙ୍କୁ ପାଇବାରେ ସଫଳତା ପାଇଛନ୍ତି । କିନ୍ତୁ କାର୍ଯ୍ୟବ୍ୟସ୍ତତା ମଧ୍ୟରେ ଯଦି ଆପଣ ତାଙ୍କୁ ଆଭଏଡ୍ କରୁଥାନ୍ତି ତେବେ ଏପରି କାର୍ଯ୍ୟରୁ ଦୂରେଇ ରୁହନ୍ତୁ । ନଚେତ୍ ସମ୍ପର୍କ ଖରାପ ହେବାର ସମ୍ଭାବନା ସୃଷ୍ଟି ହେବ ।

Get real time updates directly on you device, subscribe now.