fbpx

ଓଡିଶାକୁ ନାହିଁ ବାତ୍ୟାର ଡର

ଭୁବନେଶ୍ୱର,୨୬ ।୪(ଓଡିଶା ଭାସ୍କର): ଚଳିତ ମାସ ୨୯ରେ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । କିନ୍ତୁ ଓଡିଶାକୁ ବାତ୍ୟାର କୌଣସି ଭୟ ନାହିଁ ବୋଲି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । କୁହାଯାଇଛି ଯେ, ୩୦ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗରରେ ଲଘୁଚାପ ବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି । ଲଘୁଚାପ ଯଦିଓ ବାତ୍ୟାର ରୂପ ନିଏ, କିନ୍ତୁ ଏହା ଓଡିଶା ମୁହାଁ ହେବନି । ଏହା ବାଂଲାଦେଶ ଓ ମିଆଁମାର ଆଡକୁ ମୁହାଁଇବ । ଲଘୁଚାପ ପ୍ରଭାବରେ ରାଜ୍ୟରେ କେବଳ ବର୍ଷା ହେବାର ସମ୍ଭାବନା ରହିଛି ।

Get real time updates directly on you device, subscribe now.