fbpx
BSKY
BJD SHG SKY
BJD YOUTH SKY

Virat Kohliଙ୍କୁ କେମିତି ମିଳିଲା ନୂଆ ନାଁ ‘ଚିକୁ’ ? ଜାଣନ୍ତୁ ଏହି ନାମ ପଛର ମଜାଦାର କାହାଣୀ

ନୂଆଦିଲ୍ଲୀ: କ୍ରିକେଟ ଜଗତରେ ଏବେ ସବୁଠୁ ବଡ ଖେଳାଳିମାନଙ୍କ ଭିତରେ ଗୋଟିଏ ନାଁ ହେଉଛି ବିରାଟ କୋହଲି । ଟିମ ଇଣ୍ଡିଆର ଏହି ଷ୍ଟାର ଖେଳାଳିଙ୍କୁ କେବଳ ଭାରତ ନୁହେଁ ଅନେକ ଦେଶର ପିଲାଠୁ ବଡ ସମସ୍ତେ ଜାଣନ୍ତି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ଏବଂ ମହେନ୍ଦ୍ର ସିଂହ ଧୋନୀଙ୍କ ପରେ ଭାରତୀୟ ଖେଳାଳି ଭାବେ ସେ ସାରା ବିଶ୍ୱରେ ବେଶ ଲୋକପ୍ରିୟତା ହାସଲ କରିଛନ୍ତି । ସମସ୍ତେ ତାଙ୍କୁ ବିରାଟ କୋହଲି ନାମରେ ଜାଣିଛନ୍ତି । କିନ୍ତୁ ତାଙ୍କର ଆଉ ଏକ ନାମ ମଧ୍ୟ ରହିଛି, ‘ଚିକୁ’ । ଅବଶ୍ୟ ଅନେକ ଲୋକ ଏକଥା ଜାଣିଥିବେ, କିନ୍ତୁ କେହି ଜାଣିଛନ୍ତି କି ବିରାଟଙ୍କୁ ଏହି ନାଁ କିଏ ଆଉ କାହିଁକି ଦେଇଥିଲେ ?

Pradeep Sangwan Recalls An Interesting Incident With Virat Kohli From  Under-17 Days

ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ଦଳ ଭିତରେ ତାଙ୍କ ନିକ୍ ନେମ୍ ଚିକୁ ବୋଲି ଡାକିଥାନ୍ତି ସାଥୀ ଖେଳାଳି । ତେବେ ଏହି ନାଁ ପାଇବା ପଛରେ ବିରାଟ କୋହଲିଙ୍କର ଏକ ବଡ କାହାଣୀ ରହିଛି । ବିରାଟ ନିଜ କ୍ୟାରିୟର ଆରମ୍ଭ କରିବା ବେଳେ ତାଙ୍କ କୋଚ ଅଜିତ ଚୌଧୂରୀ କୋହଲିଙ୍କୁ ‘ଚିକୁ’ ନାଁ ଦେଇଥିଲେ । କାରଣ ଆଜି କ୍ରିକେଟ ମଇଦାନରେ ସେ ଯେତିକି ଫିଟ ଏବଂ ଫୂର୍ତ୍ତି ଅଛନ୍ତି, ପୂର୍ବରୁ ମଧ୍ୟ ସେ ଏହିପରି ଫୂର୍ତ୍ତି ଥିଲେ । ତେବେ ଦିଲ୍ଲୀ ଏବଂ ମୁମ୍ବାଇ ମଧ୍ୟରେ ହେଉଥିବା ରଣଜୀ ମ୍ୟାଚରେ କୋହଲି ଏକ ନୂଆ ହେୟାର ଷ୍ଟାଇଲ ସ୍ପାଇକ କଟ୍ ସହିତ ମଇଦାନକୁ ଆସିଥିଲେ । ଏହି ସମୟରେ ବଡ ଗାଲ ଏବଂ କାନ ପାଇଁ ଖୁବ ଗୋଲ ମେଟାଲ ଦେଖାଯାଉଥିଲେ ବିରାଟ । ତେବେ ଏମିତି ରୂପରେ କୋହଲିଙ୍କୁ ଦେଖି କୋଚ ଅଜିତଙ୍କୁ ‘ଏକାଏକ ଚମ୍ପକ କମିକ’ର ଚିକୁ ଠେକୁଆ ମନେ ପଡିଯାଇଥିଲା । ତେଣୁ ହସି ହସି ଅଜିତ ବିରାଟଙ୍କୁ ‘ଚିକୁ’ର ନାଁ ଦେଇଥିଲେ । ସେହି ଦିନଠୁ ବିରାଟଙ୍କୁ ମିଳିଥିଲା ଆଉ ଏକ ନାଁ ।

ଅଜିତଙ୍କ ଏହି ନାଁ ଧିରେ ଧିରେ ବ୍ୟାପିଗଲା । କୋଚଙ୍କ ପରେ ସାଥୀ ଖେଳାଳି ମଧ୍ୟ ବିରାଟଙ୍କୁ ଚିକୁ ନାଁରେ ଡାକିବା ଆରମ୍ଭ କରିଦେଲେ । ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ ମଧ୍ୟ ବିରାଟଙ୍କୁ ଚିକୁ ନାଁରେ ଡାକୁଥିବାର ଅନେକ ଥର ଷ୍ଟମ୍ପ ମାଇକରେ ରେକର୍ଡ ହୋଇଛି । ଗୋଟିଏ ମ୍ୟାଚରେ ଧୋନୀ ବିରାଟଙ୍କୁ ‘ଚିକୁ’ନାମରେ ଡାକି ଫିଲ୍ଡିଙ୍ଗ ପାଇଁ ସେଟ୍ କରାଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା । ଏହାପରେ ବିରାଟଙ୍କର ଏହି ନିକ୍ ନେମ୍ କ୍ରିକେଟ ଫ୍ୟାନ୍ସମାନଙ୍କ ମଧ୍ୟରେ ବି ଫେମସ୍ ହୋଇଯାଇଛି ।

Get real time updates directly on you device, subscribe now.