fbpx

ଦିଲ୍ଲୀ ସମେତ ଏହି ସହରଗୁଡ଼ିକରେ ବାହାରିଲା ବ୍ୟାଙ୍କ ନିଯୁକ୍ତି: ତୁରନ୍ତ ପୂରଣ କରନ୍ତୁ ଫର୍ମ

ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କଗୁଡ଼ିକରେ ଚାକିରି ଖୋଜୁଥିବା ଆଶାୟୀ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ଖୁସିଖବର । ଏକ୍ୱିଜିସନ ଅଫିସର ପଦବୀରେ ନିଯୁକ୍ତି ବାହାର କରିଛି ବ୍ୟାଙ୍କ ଅଫ୍ ବରୋଦା । ବ୍ୟାଙ୍କ ଅଫ୍ ବରୋଦାରେ ଏକ୍ୱିଜିସନ ଅଫିସର ପାଇଁ ମୋଟ ୫୦୦ ପଦବୀ ଖାଲି ରହିଛି ।

ଦେଶର ବିଭିନ୍ନ ସହରରେ ସ୍ଥିତ ବ୍ରାଞ୍ଚଗୁଡ଼ିକରେ ବ୍ୟାଙ୍କ Acquisition Officer ନିଯୁକ୍ତ କରିବ । ଏହି ସହରଗୁଡ଼ିକରେ ବାରାଣାସୀ, ପ୍ରୟାଗରାଜ, ଲଖନଉ, ବରେଲି, କାନପୁର, ଦିଲ୍ଲୀ ଏବଂ ପାଟନା ଇତ୍ୟାଦି ସାମିଲ ରହିଛି ।

ବ୍ୟାଙ୍କ ଅଫ୍ ବରୋଦାରେ ଅନଲାଇନ୍ ଆବେଦନ କରିବା ପାଇଁ ଅଫିସିଆଲ୍ ୱେବସାଇଟ୍ bankofbaroda.inରେ କ୍ୟାରିୟର ବିଭାଗକୁ ଯିବାକୁ ପଡିବ । ଏସସି, ଏସଟି, ଦିବ୍ୟାଙ୍ଗ ଏବଂ ମହିଳା ପ୍ରାର୍ଥୀଙ୍କୁ ଏହି ନିଯୁକ୍ତି ପାଇଁ ମାତ୍ର ୧୦୦ ଟଙ୍କା ଆବେଦନ ଶୁଳ୍କ ଦେବାକୁ ପଡିବ । ଏହି ନିଯୁକ୍ତି ପାଇଁ ଆବେଦନ କରିବାର ଶେଷ ତାରିଖ ହେଉଛି ୧୪ ମାର୍ଚ୍ଚ ।

ଯୋଗ୍ୟତା :-

ବ୍ୟାଙ୍କ ଅଫ୍ ବରୋଦାରେ Acquisition ପଦବୀରେ ନିଯୁକ୍ତି ପାଇଁ ପ୍ରାର୍ଥୀମାନେ ଯେକୌଣସି ବିଭାଗରେ ସ୍ନାତକ କରିଥିବା ଆବଶ୍ୟକ । ବୟସ ସୀମା ବିଷୟରେ କହିବାକୁ ଗଲେ ୧ ଜାନୁୟାରୀ ୨୦୨୩କୁ ବୟସ ସର୍ବନିମ୍ନ ୨୧ ବର୍ଷ ଏବଂ ସର୍ବାଧିକ ୨୮ ବର୍ଷ ହେବା ଉଚିତ୍ । ଏହା ସହିତ ଏକ ପବ୍ଲିକ୍ ବ୍ୟାଙ୍କରେ ଅତି କମରେ ଏକ ବର୍ଷର କାର୍ଯ୍ୟ ଅଭିଜ୍ଞତା ରହିବା ଉଚିତ୍ । ସଂରକ୍ଷିତ ବର୍ଗ ପ୍ରାର୍ଥୀମାନେ ସର୍ବାଧିକ ବୟସ ସୀମା ମଧ୍ୟରେ ଆରାମ ପାଇବେ ।
ଏକ୍ୱିଜିସନ ଅଫିସର ପଦବୀ :-

ମୋଟ ପଦବୀ – ୫୦୦
ଏସସି-୭୫
ଏସଟି-୩୭
ଓବିସି-୧୩୫
ଇଡବ୍ଲୁଏସ-୫୦
ସଂରକ୍ଷିତ -୨୦୩

ଦରମା :-

ବ୍ୟାଙ୍କ ଅଫ୍ ବରୋଦାରେ Acquisition Officer ପଦବୀ ପାଇଁ ବାର୍ଷିକ ତିନି ରୁ ଚାରି ଲକ୍ଷ ଟଙ୍କା ଦରମା ମିଳିବ ।

Get real time updates directly on you device, subscribe now.