fbpx

Coronaରେ ଚିହ୍ନଟ ହେଲେ ୫୦୦ରୁ ଅଧିକ ଆକ୍ରାନ୍ତ: ପୁଣି ଭୟାନକ ରୂପ ନେବ କି ମହାମାରୀ?

ନୂଆଦିଲ୍ଲୀ: କିଛି ଦିନରୁ କରୋନା ମହାମାରୀ ସଂକ୍ରମଣ ଦେଶରେ ସାମାନ୍ୟ ହ୍ରାସ ପାଉଥିବାର ଦେଖାଯାଇଛି । ତେଣୁ ଦେଶ ଏବେ କଟକଣାମୁକ୍ତ ହେବା ସହ ବିଭିନ୍ନ ପର୍ବପର୍ବାଣୀ ପାଳନ କରିପାରୁଛି । କିନ୍ତୁ ଏହି ସମୟରେ ପୁଣିଥରେ କରୋନା ନିଜ କାୟା ବିସ୍ତାର କରିବା ଆରମ୍ଭ କରୁଛି । ପୁଣିଥରେ ବିକଟାଳ ରୂପ ନେଉଛି ଏହି ଭୟଙ୍କର ଭାଇରସ । କାରଣ ଦେଶରେ ଦୀର୍ଗ ଦିନ ପରେ ୫୦୦ ଛୁଇଁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ୧୧୪ ଦିନର ବ୍ୟବଧାନ ପରେ କରୋନା ସଂକ୍ରମଣରେ ବୃଦ୍ଧି ଦେଶବାସୀଙ୍କ ମନରେ ଭୟ ଫେରାଇ ଆଣିଛି । ପୁଣି ଫେରିବ କି ମହାମାରୀ କରୋନା ?

ପୁଣିଥରେ ଚିନ୍ତା ବଢାଇବାରେ ଲାଗିଲାଣି କରୋନା ସଂକ୍ରମଣ ହାର । ମାର୍ଚ୍ଚ ୧୧ ତାରିଖରେ ଦେଶରେ ୫୨୪ଟି ପଜିଟିଭ କେସ ରେକର୍ଡ କରାଯାଇଛି । ତେବେ ଏହା ଗତ ନଭେମ୍ବର ୧୮ ତାରିଖ ପରେ ୧୧ ମାର୍ଚ୍ଚରେ ଗୋଟିଏ ଦିନର ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛି । ୧୧୪ ଦିନର ଏକ ବଡ ବ୍ରେକ ପରେ ସତେ ଯେମିତି ପୁଣି ଆକ୍ଟିଭ ହୋଇ ଉଠିଛି କୋଭିଡ ଭାଇରସ । ଏହି ସଂଖ୍ୟା ଗତ ୧୧ ଦିନରେ ସପ୍ତାହିକରେ ହାର ଅପେକ୍ଷା ୨ ଗୁଣ ଅଧିକ ରେକର୍ଡ ହୋଇଛି । ତେବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ଅପେକ୍ଷାକୃତ କମ୍ ରହିଥିବା ବେଳେ ମୃତ୍ୟୁସଂଖ୍ୟା ମଧ୍ୟ ସ୍ଥିର ରହିଥିବା ସୂଚନା ଦେଇଛି ସ୍ୱାସ୍ଥ୍ୟ ବିଭାଗ । ଗତ ସପ୍ତାହରେ ୬ ଜଣ ଆକ୍ରାନ୍ତ କରୋନା ଭାଇରସରେ ପ୍ରାଣ ହରାଇଛନ୍ତି । ଗତ ପସ୍ତାହରେ ୨୬୭୧ ନୂଆ ମାମଲା ଚିହ୍ନଟ ହୋଇଛି ।

ମହାରାଷ୍ଟ୍ର ଏବଂ ଦକ୍ଷିଣ ରାଜ୍ୟ ଗୁଡିକରେ କରୋନାର ନୂଆ ମାମଲା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଗତ ସପ୍ତାହରେ କର୍ଣ୍ଣାଟକରୁ ୫୮୪ଟି ନୂଆ ମାମଲା ରେକର୍ଡ ହୋଇଥିବା ବେଳେ କେରଳରୁ ୫୨୦ ଏବଂ ମହାରାଷ୍ଟ୍ରରୁ ୫୧୨ଜଣ ସଂକ୍ରମିତ ହୋଇଛନ୍ତି । ତେବେ ମହାରାଷ୍ଟ୍ରରେ କରୋନା ପଜିଟିଭ କେସ ସର୍ବାଧିକ ୮୬% ବୃଦ୍ଧି ପାଇଛି । ସେହିପରି ତାମିଲନାଡୁରେ ୬୭% ଏବଂ ତେଲେଙ୍ଗାନାରେ ୬୩% ରହିଛି ସଂକ୍ରମଣ ହାର । ଅନ୍ୟାନ୍ୟ ରାଜ୍ୟଗୁଡିକରେ କରୋନା ମହାମାରୀ ବୃଦ୍ଧି ପାଉଥିଲେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ କମ୍ ରହିଛି । ରାଜଧାନୀ ଦିଲ୍ଲୀରେ ମଧ୍ୟ ଏହି ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇ ୭୨ରୁ ୯୭ରେ ପହଞ୍ଚିଥିବା ଦେଖାଯାଇଛି ।

ତେବେ ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ, ଦେଶର ମୋଟ ସଂକ୍ରମିତଙ୍କ ସଂଖ୍ୟା ୪,୪୬,୯.୪୯୨ରେ ପହଞ୍ଚିଛି । ସେହିପରି ସଂକ୍ରମଣର ୯୮.୮୦ ପ୍ରତିଶତ ଅର୍ଥାତ୍ ୪,୪୧,୫୬,୦୯୩ ଜଣ ଆକ୍ରାନ୍ତ ମହାମାରୀକୁ ମାତ୍ ଦେବା ସହ ସୁସ୍ଥ ହୋଇ ପେରିଛନ୍ତି । ତେବେ କରୋନାରେ ମୃତ୍ୟୁ ହାର ୧.୧୯ ପ୍ରତିଶତ ରେକର୍ଡ କରିଛି ସ୍ୱାସ୍ଥ୍ୟ ବିଭାଗ ।

Get real time updates directly on you device, subscribe now.