fbpx
BSKY
BJD SHG SKY
BJD YOUTH SKY

(Video) କେମିତି ହେଲା ଦ୍ୱାରିକାର ବିନାଶ ? ଜାଣନ୍ତୁ ଶ୍ରୀକୃଷ୍ଣଙ୍କର କିଛି ରହସ୍ୟମୟ କଥା…

ସମୁଦ୍ର ଭିତରେ ଦ୍ୱାରିକା ନଗରୀ । ଦୁନିଆର ସବୁଠାରୁ ପୁରୁଣା ସହର ଦ୍ୱାରିକା, ଯାହାକୁ ଭଗବାନ ଶ୍ରୀକୃଷ୍ଣ ତିଆରି କରିଥିଲେ । ଏହି ସହର ହେଉଛି ଭାରତର ସବୁଠାରୁ ପୁରୁଣା ସହର । ଇତିହାସ କୁହେ ଦ୍ୱାରିକା ନଗରୀ ୯ ହଜାର ବର୍ଷ ପୁରୁଣା ସହର । ଯାହାର ଅବଶେଷ ଆଜିବି ନିଳ ସମୁଦ୍ରର ଗଭିରରେ ଦେଖିବାକୁ ମିଳେ । ହେଲେ ସେହି ସମୟରେ ଏମିତି କଣ ହେଲା ଯେ ପୁରା ଦ୍ୱାରିକା ଜଳମଗ୍ନ ହୋଇଗଲା । ତେବେ ଆମେ ଅଜି ଏଠାରେ କହିବୁ ପୁରା ଦ୍ୱାରିକା ନଗରୀ ବୁଡ଼ିବାର କାରଣ ।

ଭାରତ ବିଶ୍ୱର ପ୍ରଚିନ୍ନ ସଭ୍ୟତାର ଭୂମି । ଏହି ଭୂମି ଉପରେ ଛିଡ଼ା ହୋଇଥିଲା ସବୁଠାରୁ ପୁରୁଣା ସହର ଦ୍ୱାରିକା । ଗୁମତି ନଦୀ ଏବଂ ଆରବ ସାଗରର ସଂଗମ ସ୍ଥଳରେ ଥିବା ଏହି ଦ୍ୱାରିକା ନଗରୀର ତିଆରି ଭଗବାନ ଶ୍ରୀକୃଷ୍ଣ ମଥୁରାରୁ ବାହାରିଆସିବା ପରେ ତିଆରି କରିଥିଲେ । ଦ୍ୱାରିକା ନଗରୀ ଆଜିର ଆଧୁନିକ ସହର ଭଳି ଦେଖାଯାଉଥିଲା । କୁହାଯାଏ କଂଶକୁ ମାରିବା ପରେ କଂଶଙ୍କର ଶ୍ୱଶୁର ବାରମ୍ବାର ମଥୁରା ଉପରେ ଆକ୍ରମଣ କରିଥିଲେ । ଯେଉଁଥିପାଇଁ ଶ୍ରୀକୃଷ୍ଣ ସମସ୍ତଙ୍କୁ ସମୁଦ୍ର କୂଳକୁ ଆଣି ଦ୍ୱାରିକ ନଗରୀର ଗଠନ କରିଥିଲେ । ଆହୁରି ମଧ୍ୟ କୁହାଯାଏ ଦ୍ୱାରିକ ତିଆରି କରିବା ପାଇଁ ଶ୍ରୀକୃଷ୍ଣ ସମୂଦ୍ର ଦେବତାଙ୍କ ଠାରୁ ଭୂମି ନେଇଥିଲେ ଏବଂ ବ୍ରହ୍ମାଣ୍ଡର ନିର୍ମାତା ବିଶ୍ୱ କର୍ମାଙ୍କୁ କରି ରାତି ଭିତରେ ଦ୍ୱାରିକା ତିଆରି କରିଥିଲେ । କିନ୍ତୁ ଶ୍ରୀକୃଷ୍ଣଙ୍କ ମୃତ୍ୟୁପରେ ଏହି ସୁନ୍ଦର ନଗରୀ ସମୁଦ୍ର ଭିତରେ ଲିନ ହୋଇଯାଇଥିଲା । ଯାହା ଆଜିବି ସମୁଦ୍ରର ଗଭୀରତାରେ ଦେଖିବାକୁ ମିଳେ ।

ଅନୁସନ୍ଧାନରୁ ଜଣାପଡ଼ିଛି କି ସମୁଦ୍ର ଭିତରୁ ଯେଉଁ ଅବଷେଶ ମିଳିଛି ତାହା ୯ ହଜାର ବର୍ଷ ପୁରୁଣା । ପୌରାଣିକ କଥାରୁ ଯାହା ଜଣାପଡ଼େ ଦ୍ୱାରିକ ଲିନ ହେବା ପଛରେ ଦୁଇଟି ମହାନ ଘଟଣା ହିଁ ଦାୟି ଥିଲା । ଗୋଟିଏ ହେଉଛି ମହାଭାରତରେ ଗାନ୍ଧାରୀଙ୍କ ସବୁ ପୁଅ ମରିଗଲା ପରେ ଶ୍ରୀକୃଷ୍ଣଙ୍କୁ ଗାନ୍ଧାରିଙ୍କ ଦ୍ୱାରା ଦିଆଯାଇଥିବା ଅଭିଶାପ । ଏବଂ ଦ୍ୱତୀୟଟି ହେଉଛି କୃଷ୍ଣଙ୍କ ପୁଅ ସାମ୍ବଙ୍କୁ ଋଷି ମାନେ ଦେଇଥିବା ଅଭିଶାପ । ଋଷିଙ୍କର ଅପମାନ କରିବା ପରେ ଋଷି ରାଗିଯାଇ ସାମ୍ବଙ୍କୁ ଅଭିଶାପ ଦେଇଥିଲେ । କହିଥିଲେ କି ତୁମର ଅହଙ୍କାର ପାଇଁ ତୁମର ସୁନ୍ଦର ସହର ପୁରା ଧ୍ୱଂସ ହୋଇଯିବ । ସବୁଠାରୁ ବଡ଼ କଥା ହେଉଛି ପୁରାଣ କୁହେ ଗାନ୍ଧାରୀଙ୍କ ଅଭିଶାପର ୩୬ ବର୍ଷ ପରେ ଦ୍ୱାରିକା ସମୁଦ୍ରରେ ଲିନ ହୋଇଯାଇଥିଲା ।

ସମୁଦ୍ର ଭିତରେ ଏହି ଅବଶେଷକୁ ପ୍ରଥମେ ଭାରତୀୟ ବାୟୁସେନା ହିଁ ଦେଖିଥିଲା । ଏହାପୂର୍ବରୁ ଏହି ଦ୍ୱାରିକାକୁ ଏକ କାଳ୍ପନିକ ନଗରୀ ବୋଲି କୁହାଯାଉଥିଲା । କେହିବି ଦ୍ୱାରିକାକୁ ନେଇ ବିଶ୍ୱାସ କରୁନଥିଲେ । ହେଲେ ଦ୍ୱାରିକାକୁ ନେଇ ଇତିହାସର ପ୍ରଥମ ଉଲ୍ଲେଖ ଗୁଜୁରାଟର ଭାବନଗରରେ ଷଷ୍ଠ ସତାବଦ୍ଧିର ପାଲିତାନା କପର ପ୍ଲେଟରେ ଲେଖା ଥିବା ମିଳିଥିଲା ତାପରେ ଲୋକଙ୍କୁ ଏହା ଉପରେ ବିଶ୍ୱାସ ହୋଇଥିଲା । ଏହାପରେ ଦ୍ୱାରିକାକୁ ନେଇ ଅଧିକ ଅନୁସନ୍ଧାନ ଆରମ୍ଭ ହୋଇଥିଲା । ପ୍ରଥମେ ଦ୍ୱାରିକାରେ ମିଳିଥିବା ୯ ଶତାବ୍ଧିର ଏକ ବିଶ୍ୱ ମନ୍ଦିରର ଅବଶେଷରୁ ଅନୁସନ୍ଧାନ ଆରମ୍ଭ ହୁଏ । ଖୋଜି ଖୋଜି ଅନୁସନ୍ଧାନକାରୀମାନେ ଆରବ ସାଗର ପାଖକୁ ଚାଲିଗଲେ । ଯାହାପରେ ଅନୁସନ୍ଧାନକାରୀମାନଙ୍କୁ ମିଳିଥିଲା ସମୁଦ୍ର ଭିତରୁ ଦ୍ୱାରିକାର ଭଗ୍ନାବଶେଷ । ଯେଉଁଥିରେ ୫୬୦ ମିଟର ଲମ୍ବର କାନ୍ଥ ମିଳିଥିଲା । ଯାହାର ତିଆରି କରିବା ପ୍ରଣାଳି ମହାଭାରତର ଦ୍ଵାରିକା ବିବରଣୀରେ ମିଶୁଛି । ସେହି ସମୟର ବାସନ କୁସନ ବି ମିଳିସାରିଛି । ଯାହା ପ୍ରମାଣିତ କରୁଛିକି ଦ୍ୱାରିକା ଆଜିବି ସମୁଦ୍ର ଭିତରେ ଲିନ ରହିଛି ।

ବହୁତ ଦ୍ୱାରଥିବାରୁ ଏହି ନଗରୀର ନାମ ଦ୍ୱାରିକା ଥିଲା । ଏହି ସହରର ଚାରିପଟେ ବହୁତ ଲମ୍ବା ଲମ୍ବା କାନ୍ଥମାନ ଥିଲା । ଯେଉଥିଲେ ବହୁ ଦ୍ୱାର ମଧ୍ୟ ଥିଲା । ସେହି ସବୁ ଦ୍ୱାର ଆଜି ବି ସମୁଦ୍ର ଭିତରେ ରହିଥିବା ଦେଖାଯାଏ । ଭାରତୀୟ ସମୁଦ୍ର ବୈଜ୍ଞାନିକଙ୍କ କହିବା କଥା ହେଉଛି ଦେଶର ପଶ୍ଚିମ ତଟରେ ମିଳିଥିବା ଅବଶେଷ ୯ ହଜାର ବର୍ଷ ପୁରୁଣା ହୋଇଥାଇପାରେ । ୨୦୦୫ ରେ ଏହି ଦ୍ୱାରିକା ନଗରୀକୁ ଖୋଜିବାର ଅନୁସନ୍ଧାନ ପୁଣି ଆରମ୍ଭ ହୋଇଥିଲା । ଯାହା ଏପର୍ଯ୍ୟନ୍ତ ଚାଲୁ ରହିଛି । ସମୁଦ୍ର ଭିତରୁ ମିଳିଥିବା ଅବଷେଶଙ୍କୁ ବିଦେଶକୁ ପରିକ୍ଷା ପାଇଁ ପଠାଯାଇଥିଲା । ସେମାନେ ମଧ୍ୟ କହିଥିଲେକି ଏହା ୯ ହଜାର ବର୍ଷ ପୁରୁଣା ଅବଶେଷ ବୋଲି । ବିଦେଶୀ ବୈଜ୍ଞାନିକ ମାନେ ଏହା ବିଷୟରେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ସମୁଦ୍ର ଭିତରୁ ଚୁନ ପଥରର ୨ଶହ ନମୁନା ଏକତ୍ରିତ କରାଯାଇଥିଲା । ଯହାକୁ ବିଷେଶଜ୍ଞ ମାନେ ମନ୍ଦିର କି ଘରର ବୋଲି କହୁଛନ୍ତି ।

ଆର୍କୋଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ପୂର୍ବତନ ଅଧିକାରୀ ଏସ୍ଆର୍ ରାଓଙ୍କ ପାଇଁ ହିଁ ଦ୍ୱାରିକାର ଉପସ୍ଥିତି ସମସ୍ତଙ୍କ ମାମ୍ନାକୁ ଆସି ପାରିଥିଲା । ତେବେ ଦ୍ୱାରିକ ବୁଡ଼ିବାକୁ ନେଇ ଅନେକ କେହି ଅନେକ କଥା କହୁଛନ୍ତି । କେହି କହୁଛନ୍ତି ଏହା କୌଣସି ପ୍ରାକୃତକ ଘଟଣା ପାଇଁ ହିଁ ହୋଇଛି । ଆଉ କେହି କୁହନ୍ତି ଦ୍ୱାରିକାକୁ ଏଲିୟନ ମାନେ ନଷ୍ଟ କରିଦେଇଛନ୍ତି । କିନ୍ତୁ ବୈଜ୍ଞାନିକ ମାନଙ୍କର କରହିବା ଅନୁଯାୟୀ ଯେତେବେଳେ ବରଫ ଯୁଗ ତରଳିବାକୁ ଆରମ୍ଭ କରିଥିଲା ସେତେବେଳେ ସମୁଦ୍ରର ପତନ ବଢ଼ିଥିଲା । ଯେଉଁଥିପାଇଁ ଅନେକ ସହର ସମୁଦ୍ରରେ ଲିନ ହୋଇଯାଇଥିଲେ ଯେଉଁଥିରେ ଗୋଟିଏ ଥିଲା ଦ୍ୱାରିକା ।

Get real time updates directly on you device, subscribe now.