fbpx

କୋନ ବନେଗା କରୋଡପତିର ହଟ ସିଟରେ ଓଡ଼ିଶାର ସରକାରୀ କର୍ମଚାରୀ , ଅମିତଙ୍କୁ କିଛି ଏପରି କହିଲେ ଯାହାକୁ ନେଇ ଚିନ୍ତାରେ ବିଗ ବି

 ମୁମ୍ବାଇ :କୋନ ବନେଗା କରୋଡପତିରେ ଆପଣ ଅନେକ ସାଧାରଣ ଠାରୁ ଦିଗଜ ଲୋକମାଙ୍କୁ ହଟ ସିଟରେ ବସିିଥିବାର ଦେଖିଥିବେ କିନ୍ତୁୁ ଖୁବ କମ ଲୋକଙ୍କ ଏପିସୋଡ ଲୋକପ୍ରିୟ ହୋଇପାରେ । ତେବେ ବିଗ ବି କାହାକୁ ଅବା ପସନ୍ଦ ନୁହଁନ୍ତି ଆଉ ତାଙ୍କ ଚଳଚିତ୍ର କାହାକୁ ବା ନ ପସନ୍ଦ । କିନ୍ତୁ ଚଳିତ ଏପିସୋଡରେ ଜଣେ ବ୍ୟକ୍ତି ଆସିଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ଅମିତାଭଙ୍କ ଚଳଚିତ୍ର ଫାଲତୁ ଲାଗେ ବୋଲି କହିଥିଲେ । ଏହି କଥା ଶୁଣି ଅମିତାଭ ନିଜେ ଚକିତ ହୋଇ ଯାଇଥିଲେ । ସେ କହିଥିଲେ ଆପଣଙ୍କୁ ମୋ ଚଳଚିତ୍ର ଫାଲତୁ ଲାଗେ ଆଉ ଏହି କଥା ମୁଁ ସହଜରେ ହଜମ କରି ପାରୁ ନାହିଁ ।

ବାସ୍ତବରେ ସେ ତାଙ୍କ ସ୍ୱାମୀ ଅମିତାଭଙ୍କ ବଡ ଫ୍ୟାନ । ଆଉ ବାରମ୍ବାର ଗୋଟିଏ ଚଳଚିତ୍ରକୁ ଦେଖନ୍ତି । ସୂଚନାମୁତାବକ ସେ ହେଉଛନ୍ତି ଓଡିଶାର ଜଣେ ସରକାରୀ କର୍ମଚାରୀ । ସ୍ଥାନୀୟ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳର ମୁଖ୍ୟ ବାଣିଜ୍ୟ ନିରୀକ୍ଷକ କ୍ରୀଷ୍ଣା ଦାସ । ସେ ମଙ୍ଗଳବାର ସୋନି ଟିଭିର ଲୋକପ୍ରିୟ ପ୍ରତିଯୋଗିତା କୌନ୍ ବନେଗା କୋରଡପତିରେ ଭାଗ ନେଇ ବାର ଲକ୍ଷ ପଚାଶ ହଜାର ଟଙ୍କାର ଅର୍ଥ ରାଶି ଜିତି ନେଇଛନ୍ତି । ଶ୍ରୀ ଦାସ ଖୋର୍ଦ୍ଧାରୋଡ଼ ରେଳ ମଣ୍ଡଳ ବାଣିଜ୍ୟ ବିଭାଗରେ ମୁଖ୍ୟ ବାଣିଜ୍ୟ ନିରୀକ୍ଷକ ଭାବେ କାର୍ଯ୍ୟରତ । ସେ ବାର ତମ ପ୍ରଶ୍ନର ସଠିକ୍ ଉତ୍ତର ଦେଇ ଏହି ଅର୍ଥରାଶି ଜିତି ନେଇଥିଲେ । ଅର୍ଥ ଜିତିବା ଅପେକ୍ଷା ମେଗା ଷ୍ଟାର ଅମିତାଭ ବଚନଙ୍କ ସାମନାରେ ବସିବା ଏକ ଗୌରମୟ ମୁହୂର୍ତ୍ତ ବୋଲି କହିଥିଲେ ।

 

Get real time updates directly on you device, subscribe now.