fbpx
BSKY
BJD SHG SKY
BJD YOUTH SKY

ଆସିଲା NEET ରେଜଲ୍ଟ : ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର, ଓଡ଼ିଶାରୁ ସୋମଦତ୍ତ ପ୍ରଥମ

ନୂଆଦିଲ୍ଲୀ: ଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷା (ନିଟ୍) ରେଜଲ୍ଟ ପ୍ରକାଶ ପାଇଛି । ନିଟରେ ରାଜସ୍ଥାନ ଝିଅ ତନିସ୍କା ଅଲ୍ ଇଣ୍ଡିଆ ଟପ୍ପର ହୋଇଛନ୍ତି । ଟପ୍ ୫୦ ଛାତ୍ରଛାତ୍ରୀ ମଧ୍ୟରେ ଓଡ଼ିଆ ଛାତ୍ର ପ୍ରିୟ ସୋମଦତ୍ତ ନାୟକ ସ୍ଥାନ ହାସଲ କରିଛନ୍ତି । ୯୯.୯ ପର୍ସଣ୍ଟାଇଲ ସ୍କୋର ରଖିଛନ୍ତି ସୋମଦତ୍ତ ।

ତେବେ ଏମବିବିଏସ ନାମଲେଖା ପାଇଁ ନିଟ୍ ରେଜଲ୍ଟ ପ୍ରକାଶ ପାଇଛି । ନିଟ୍ ୱେବସାଇଟରେ ରେଜଲ୍ଟ ଉପଲବ୍ଧ ରହିଛି । ଛାତ୍ରଛାତ୍ରୀମାନେ ଆପ୍ଲିକେସନ ନମ୍ବର ଓ ଜନ୍ମ ତାରିଖ ଦେଇ ରେଜଲ୍ଟ ପାଇପାରିବେ । neet.nta.nic.inରେ ରେଜଲ୍ଟ ଉପଲବ୍ଧ ରହିଛି । ଦେଶରେ ଏମବିବିଏସରେ ନାମଲେଖା ପାଇଁ ନିଟ୍ ୟୁଜି ଟେଷ୍ଟ ହୋଇଥିଲା, ଯାହାର ରେଜଲ୍ଟ ଆଜି ପ୍ରକାଶ ପାଇଛି ।

Get real time updates directly on you device, subscribe now.