fbpx

କତାରରେ ଫାଶୀ ଦଣ୍ଡାଦେଶରୁ ବର୍ତ୍ତିଯାଇଥିବା ୮ ଜଣ ପୂର୍ବତନ ନୌସେନା ଅଧିକାରୀ କିପରି ଫେରିବେ ଭାରତ ?

Advertisement

ନୂଆଦିଲ୍ଲୀ: କାତାରରେ ମୃତ୍ୟୁଦଣ୍ଡାଦେଶ ପାଇଥିବା ୮ ଜଣ ପୂର୍ବତନ ଭାରତୀୟ ନୌସେନା କର୍ମଚାରୀଙ୍କ ଫାଶୀ ଦଣ୍ଡାଦେଶ ଉପରେ ରୋକ ଲଗାଇଛି କତାର। ଏହି ପ୍ରସଙ୍ଗରେ ଭାରତ ସରକାର କହିଛନ୍ତି ଯେ ଆମେ ସବୁବେଳେ ସେହି ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ପରିବାର ସହ ଠିଆ ହୋଇଛୁ। ଡିସେମ୍ବର ଆରମ୍ଭରେ ଦୁବାଇରେ ଅନୁଷ୍ଠିତ ସିଓପି-୨୮ ଶିଖର ସମ୍ମିଳନୀ ଅବସରରେ ମୋଦୀ କତାରର ଅମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍-ଥାନିଙ୍କୁ ଭେଟିଥିଲେ। ଦୁଇ ନେତାଙ୍କ ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିନ୍ ହମାଦ ଅଲ୍-ଥାନି କହିଛନ୍ତି ଯେ ସେମାନଙ୍କ ମଧ୍ୟରେ ଭାରତୀୟ ସମ୍ପ୍ରଦାୟର କଲ୍ୟାଣ ବିଷୟରେ ଆଲୋଚନା ହୋଇଥିଲା। ଏହି ଦୃଷ୍ଟିରୁ ଏହାକୁ ଭାରତର କୂଟନୈତିକ ବିଜୟ ଭାବେ ବିବେଚନା କରାଯାଉଛି।

ତେବେ ପୁରା ଘଟଣାଟି ଯଦି ଦେଖିବା କତାରସ୍ଥିତ ଅଲ୍ ଦହରା ଗ୍ଲୋବାଲ୍ ଟେକ୍ନୋଲୋଜିରେ କାର୍ଯ୍ୟରତ ଏହି ୮ ଜଣ ପୂର୍ବତନ ନୌସେନା ଅଧିକାରୀଙ୍କ ନାମ କ୍ୟାପଟେନ୍ ସୌରଭ ବଶିଷ୍ଠ, କମାଣ୍ଡର ପୂର୍ଣ୍ଣେନ୍ଦୁ ତିୱାରୀ, କ୍ୟାପଟେନ୍ ବୀରେନ୍ଦ୍ର କୁମାର ବର୍ମା, କମାଣ୍ଡର ସୁଗୁନାକର ପାକାଲା, କମାଣ୍ଡର ସଞ୍ଜୀବ ଗୁପ୍ତା, କମାଣ୍ଡର ଅମିତ ନାଗପାଲ ଓ ରାଜେଶ ଏହି ୮ ଜଣ ଭାରତୀୟଙ୍କୁ ଗୁପ୍ତଚର ଅଭିଯୋଗରେ ଅଗଷ୍ଟ ମାସରେ ଅଟକ ରଖାଯାଇଥିଲା। ଅକ୍ଟୋବର ୨୬ତାରିଖରେ ସମସ୍ତଙ୍କୁ ଫାଶୀ ଦଣ୍ଡାଦେଶ ହୋଇଥିଲା।

ତେବେ ଏହି ଅଭିଯୋଗ ସମ୍ପର୍କରେ କତାର ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ କିଛି କହିନାହିଁ। ଏହି ନିଷ୍ପତ୍ତିରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କତାରରେ ଥିବା ଅଦାଲତକୁ ଟକ୍କର ଦେଇଥିଲା। ସେପଟେ ନୌସେନାର ପୂର୍ବତନ ମୁଖପାତ୍ର ଡିକେ ଶର୍ମା କହିଛନ୍ତି ଯେ ଏହା ଏକ ଭଲ ଖବର, କିନ୍ତୁ ଏହା କେବଳ ପ୍ରଥମ ପଦକ୍ଷେପ। ଆମର ଟାର୍ଗେଟ ହେଉଛି ୮ ଜଣ ଭାରତୀୟଙ୍କୁ ଫେରାଇ ଆଣିବା। ଆମେ ମଧ୍ୟ ସମାନ ଆଶା କରୁଛୁ । ବୈଦେଶିକ ବ୍ୟାପାର ବିଶେଷଜ୍ଞ ସୁଶାନ୍ତ ସରିନ କହିଛନ୍ତି ଯେ କତାର ଜାଣିଛି ଯେ ସେ ମୃତ୍ୟୁଦଣ୍ଡ ଲାଗୁ କରିପାରିବ ନାହିଁ।

 

 

Get real time updates directly on you device, subscribe now.